ନୀତି

ଦୀପାବଳିରେ ଘରେ ବନାନ୍ତୁ ଓ୍ଵାଟର କ୍ୟାଣ୍ଡେଲ, ତାହାପୁଣି ରଙ୍ଗ ବେରଙ୍ଗର

ଆଜି ଆଲୋକର ପର୍ବ ଦୀପାବଳି। ଆଜି ଏହି ଶୁଭ ଅବସରରେ ଘର ଦ୍ୱାର ରଙ୍ଗବେରଙ୍ଗର ଆଲୋକରେ ସଜା ଯାଇଥାଏ। ଦୀପ, ମହମବତୀରେ ଘର ଯେପିରି ଆଲୋକମୟ ହୋଇଉଠେ। ତେବେ ଏବେର ମହଙ୍ଗା କାଳରେ ଆପଣ ଯଦି ଦୀପ କିମ୍ବା ମହମବତୀ କିଣିନାହାଁନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ଘରେ ମହମବତୀ କେମିତି ପ୍ରସ୍ତୁତ କରିବେ ତାହା ଜଣାଇବୁ। ମହମବତୀ ବନାଇବା ପାଇଁ ଆପଣଙ୍କୁ ତେଲ ନୁହେଁ ବରଂ ପାଣିର ଆବଶ୍ୟକ ପଡିବ। ଅର୍ଥାତ ଆପଣଙ୍କ ତେଲ ବି ବଞ୍ଚିଯିବ ଏବଂ ଘରେ ସୁନ୍ଦର ରଙ୍ଗବେରଙ୍ଗର ଦୀପ ମଧ୍ୟ ଜଳିପାରିବ। ତାହେଲେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ଓ୍ଵାଟର କ୍ୟାଣ୍ଡେଲ।

waterଆବଶ୍ୟକ ସାମଗ୍ରୀ

  • କାଚ ପାତ୍ର, କାଚ ଗ୍ଲାସ କିମ୍ବା ଦନା
  • ସାମାନ୍ୟ ତେଲ (ଯେକୌଣସି ତେଲ)
  • ଗୋଟିଏ ଛୋଟ ସୂତା
  • ପାଣି (ଆବଶ୍ୟକ ଅନୁସାରେ)
  • ଗୋଟିଏ ଧଳା ଜରି (ଛୋଟ କଟା ହୋଇଥିବା)

diyପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ କାଚ ପାତ୍ର କିମ୍ବା ଦନାରେ ପୂରା ଫୁଲ ପାଣି ନେଇଯାନ୍ତୁ। ଆପଣ ଚାହିଁଲେ କାଚ ଗ୍ଲାସ ମଧ୍ୟ ନେଇପାରିବେ।  ଏବେ ସେଥିରେ ସେହି କାଟି ରଖିଥିବା ଛୋଟ ଧଳା ଜରିକୁ ନେଇ ଜରିରେ ମିଡିଲରେ ଏକଦମ୍‌ ଏକ ଛୋଟ କଣାଟେ କରନ୍ତୁ। ସେହି କଣା ଭିତରେ ସୂତାକୁ ଭର୍ତ୍ତି କରନ୍ତୁ। ଏହାପରେ ପାଣିରେ ଅଳ୍ପ ତେଲ ପକାନ୍ତୁ। ଏହାପରେ ସୂତା ଭର୍ତ୍ତି କରିଥିବା ଜରିକୁ ନେଇ ତାହାଉପରେ ରଖନ୍ତୁ।

candelଏବେ ସୂତାର ଉପର ଭାଗରେ ଆପଣ ମାଚିସ୍‌ ଲଗାଇ କ୍ୟାଣ୍ଡଲ ଲଗାନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଓ୍ଵାଟର କ୍ୟାଣ୍ଡେଲ।ସେହିପରି ଯଦି ଆପଣ ରଙ୍ଗବେରଙ୍ଗର ଓ୍ଵାଟର କ୍ୟାଣ୍ଡେଲ ଚାହୁଁଛନ୍ତି ତାହେଲେ ପାଣିରେ କିଛି ଫୁଲ ମିଶାଇ ପାରିବେ। ଏହାବ୍ୟତୀତ ଆପଣ ପାଣିରେ ଓ୍ଵାଟର କଲର ମଧ୍ୟ ମିଶାଇ ପାରିବେ। ଯାହାଫଳରେ ପାଣି କଲରଫୁଲ ହୋଇଯିବ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button