ସ୍ୱାସ୍ଥ୍ୟ
ଛୁଆଙ୍କ କ୍ଷୀରଖିଆ ଦାନ୍ତକୁ ପୋକ କାଟିବାରୁ ଦିଅନ୍ତୁ ମୁକ୍ତି, କରନ୍ତୁ ଏହି ଘରୋଇ ଚିକିତ୍ସା

ଆପାଣଙ୍କ ଛୁଆର କ୍ଷୀର ଖିଆ ଦାନ୍ତ ପୋକ ଖାଉଛି କି ଆଉ ବିନ୍ଧା ହେବାରୁ ରାତିରେ ଶୋଇପାରୁ ନାହିଁ କି ? ତେବେ ଚିନ୍ତା କରନ୍ତୁ ନାହିଁ ଘରୋଇ ଚିକିତ୍ସା କଲେ ଏହି ପୋକଖିଆ ଦାନ୍ତର ଯନ୍ତ୍ରଣାରୁ ଉପଶମ ମିଳିପାରିବ । ଆସନ୍ତୁ ଜାଣିବା କଣ ଉପଚାର ରହିଛି ଏହି ପୋକଖିଆ ଦାନ୍ତ ପାଇଁ ।
ହଳଦୀ ଗୁଣ୍ଡ ଓ ସୋରିଷ ତେଲର ଉପକାରୀତା
ହଳଦିଗୁଣ୍ଡ ଓ ସୋରିଷ ତେଲକୁ ଭଳ ଭାବରେ ମିଶାଇ ଦିନକୁ ଦୁଇଥର ଆପଣଙ୍କ ଶିଶୁର ଦାନ୍ତରେ ଘସନ୍ତୁ ।ଏହା କରିବା ଦ୍ୱାରା ଦାନ୍ତର ପୋକ ମରିଯାଇଥାଏ ।
ଫିଟିକୀରିର ଉପକାରୀତା
ପ୍ରତିଦିନ ଫିଟିକୀରିର ନଖ ଉଷୁମ ପାଣିରେ ଆପଣଙ୍କ ଶିଶୁକୁ କୁଳି କରିବାକୁ ଦିଅନ୍ତୁ । ଏହା କରିବା ଦ୍ୱାରା ଦାନ୍ତର ପୋକ ମରିବା ସହିତ ପାଟିର ଦୁର୍ଗନ୍ଧ ମଧ୍ୟ ଚାଲିଯିବ ।
ହେଙ୍ଗୁର ଉପକାରିତା
ହେଙ୍ଗୁକୁ ଟିକିଏ ଗରମ କରି ଏକ କପଡା ସାହାଯ୍ଯରେ ପୋକ ଖାଉଥିବା ଦାନ୍ତ ଉପରେ ରଖନ୍ତୁ । ଏହା କରିବା ଦ୍ୱାରା ଯନ୍ତଣାରୁ ଉପସମ ମିଳିଥାଏ ।



