ରାଶିଫଳ

ମକର ରାଶିରେ ପ୍ରବେଶ କଲେ ବୃହସ୍ପତି, ଜାଣନ୍ତୁ କେଉଁ ରାଶି ଉପରେ କି ପ୍ରଭାବ ପଡ଼ିବ

ନବ ଗ୍ରହଙ୍କ ଗୋଚରରେ ଦେବଗୁରୁ ବୃହସ୍ପତିଙ୍କ ରାଶି ପରିବର୍ତ୍ତନର ଅନେକ ମହତ୍ତ୍ୱ ରହିଛି। ଗୁରୁ ଗୋଟିଏ ରାଶିରେ ଏକ ବର୍ଷ ପର୍ଯ୍ୟନ୍ତ ରହିବା ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧନୁ ଏବଂ ମୀନ ରାଶିର ଅଧିପତି (ସ୍ୱାମୀ) ହେଉଛନ୍ତି ଗୁରୁ। ସେହିଭଳି ଗୁରୁ କର୍କଟ ରାଶିରେ ଉଚ୍ଚ ଏବଂ ମକର ରାଶିରେ ନିଚ୍ଚ ହୋଇଥାନ୍ତି।

ମହିଳାମାନଙ୍କ ଜନ୍ମପତ୍ରିକାରେ ଗୁରୁଙ୍କ ଅବସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗୁରୁ, ସ୍ତ୍ରୀ ଜାତକ ପାଇଁ ପତିଙ୍କ ନୈସର୍ଗିକ କାରକ ଗ୍ରହ ହୋଇଥାନ୍ତି। ସ୍ତ୍ରୀ ଜାତକଙ୍କୁ ପତି ସୁଖ ପ୍ରାପ୍ତ ହେବାରେ ଗୁରୁଙ୍କର ବିଶେଷ ଭୂମିକା ରହିଥାଏ। ଯଦି କୌଣସି ସ୍ତ୍ରୀ ଜାତକଙ୍କ କୁଣ୍ଡଳୀରେ ଗୁରୁ ଅସ୍ତ, ବକ୍ର, ନିର୍ବଳ କିମ୍ବା ଅଶୁଭ ଭାବେ ଅବସ୍ଥିତ ହୋଇଥାନ୍ତି, ତେବେ ପତି ସୁଖ ପ୍ରାପ୍ତ ହେବାରେ ସମସ୍ୟା ଦେଖାଯାଇଥାଏ। ଗୁରୁ ବୁଦ୍ଧି ଏବଂ ବିବେକର ମଧ୍ୟ ପ୍ରତିନିଧି ହୋଇଥାନ୍ତି।

guru1୨୦ ନଭେମ୍ବରରେ ମକର ରାଶିରେ ପ୍ରବେଶ କରିଛନ୍ତି ଗୁରୁ

ଗତକାଲି ମଧ୍ୟାହ୍ନ ୧.୨୪ ମିନିଟରେ ଦେବଗୁରୁ ବୃହସ୍ପତି ମକର ରାଶିରେ ପ୍ରବେଶ କରିଛନ୍ତି। ଏହା ପୂର୍ବରୁ ୧ ବର୍ଷ ଧରି ଗୁରୁ ଧନୁ ରାଶିରେ ଥିଲେ। ଗୁରୁଙ୍କର ଏହି ଗୋଚର ମହିଳାମାନଙ୍କ ଜାତକରେ ଅତ୍ୟନ୍ତ ଗୁୁରୁତ୍ୱପୂର୍ଣ୍ଣ ହୋଇଥାଏ। ନାରୀ ଜାତକଙ୍କ ବିବାହରେ ତ୍ରିବଳ ଶୁଦ୍ଧି ହେତୁ ଗୁରୁ ବଳରେ ଗୁରୁଙ୍କ ରାଶି ପରିବର୍ତ୍ତନ ବିଶେଷ ମହତ୍ତ୍ୱ ରଖିଥାଏ। ଶାସ୍ତ୍ର ଅନୁଯାୟୀ, ତ୍ରିବଳ ଶୁଦ୍ଧିରେ ଗୁରୁ ଅପୂଜ୍ୟ ସ୍ଥିତିରେ ରହିବା ଦ୍ୱାରା ନାରୀମାନଙ୍କ ଜାତକରେ ବିବାହ ବର୍ଜିତ ହୋଇଥାଏ। ସେହିଭଳି ଗୁରୁ ପୂଜ୍ୟ ସ୍ଥାନରେ ରହିବା ଦ୍ୱାରା ବିବାହ ପାଇଁ ନିର୍ଦେଶ ଦିଆଯାଇଥାଏ।

jupiter_କେଉଁ ରାଶିର ବ୍ୟକ୍ତିମାନଙ୍କ ବିବାହରେ ବାଧକ ହେବେ ଗୁରୁ

ଯେଉଁ ନାରୀଙ୍କ ଜାତକରେ ଗୁରୁ ଅପୂଜ୍ୟ ସ୍ଥାନ ଅର୍ଥାତ ୪,୮, ୧୨ ରେ ଗୋଚର କରିବେ, ସେହି ନାରୀଙ୍କ ଜାତକରେ ବିବାହ ୧ ବର୍ଷ ପର୍ଯ୍ୟନ୍ତ ବର୍ଜିତ ରହିବ। ସେହିଭଳି ଯେଉଁ ନାରୀଙ୍କ ଜାତକରେ ଗୁରୁ ପୂଜ୍ୟ ସ୍ଥାନ ଅର୍ଥାତ ୧, ୩, ୬, ୧୦ରେ ଗୋଚର କରିବେ ସେହି ନାରୀଙ୍କ ବିବାହ ହୋଇପାରିବ। ଅର୍ଥାତ ତୁଳା, ମିଥୁନ ଏବଂ କୁମ୍ଭ ରାଶିର ନାରୀମାନଙ୍କ ବିବାହ ବର୍ଜିତ ଥିବା ବେଳେ ମକର, ବୃଷ, ସିଂହ ଏବଂ ମେଷ ରାଶିର ନାରୀମାନେ ବିବାହ କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button