ପୁଅ ହୁଅନ୍ତୁ କି ଝିଅ, ପାର୍ଟନରଙ୍କ ସହିତ ବ୍ରେକଅପ ପରେ କରିଥାନ୍ତି ଏହି ୭ଟି ଅଜବ ହରକତ

ନିଜ ପାର୍ଟନରଙ୍କ ସହ ବ୍ରେକଅପ ପରେ ସମୟ ବିତାଇବା ପ୍ରତ୍ୟେକ ପ୍ରେମିକ, ପ୍ରେମିକାଙ୍କ ପାଇଁ ବହୁତ ମୁସ୍କିଲ ହୋଇଥାଏ। ଧୋକା ପାଇବା ପରେ ପ୍ରେମିକ, ପ୍ରେମିକାମାନେ ପୁରୁଣା ସ୍ମୃତି ସବୁକୁ ଭୁଲିବା ଏବଂ ନିଜକୁ ସବୁବେଳେ ବ୍ୟସ୍ତ ରଖିବା ପାଇଁ ଅଲଗା ଅଲଗା ତରିକା ଖୋଜିଥାନ୍ତି। ଆଜି ଆମେ ଆପଣଙ୍କୁ ଏମିତି କିଛି କଥା ବିଷୟରେ କହିବୁ, ଯାହାକୁ ପ୍ରତ୍ୟେକ ପୁଅ, ଝିଅ ନିଜ ବନ୍ଧୁତା ବା ପ୍ରେମ ଭାଙ୍ଗିଯିବା ପରେ କରିଥାନ୍ତି।

୧. ବ୍ରେକଅପ ପରେ ପ୍ରାୟ ସମସ୍ତେ ପ୍ରଥମେ ନିଜ ଏକ୍ସ ଏବଂ ତାଙ୍କ ସହ ଜଡ଼ିତ ଲୋକଙ୍କୁ ଫେସବୁକ ଓ ହ୍ଵାଟ୍ସଆପରେ ବ୍ଲକ କରନ୍ତି। ଏହି କାମ ପୂରା ମାସ ଯାକ ଚାଲିଥାଏ।
୨. ଏକ୍ସକୁ ଜଳାଇବା ପାଇଁ ଆପଣ ତାଙ୍କରି କୌଣସି ସାଙ୍ଗଙ୍କ ସହିତ ଫ୍ରେଣ୍ଡଶିପ କରିଥାନ୍ତି ଏବଂ ଡେଟରେ ଯାଇଥାନ୍ତି।
୩. ଆପଣ ଗୋଟିଏ ମାସର ଦରମା ମହଙ୍ଗା କପଡ଼ାରେ ଉଡ଼ାଇ ଦିଅନ୍ତି।

୪. ଏହି ମେମୋରୀକୁ ଭୁଲିବା ପାଇଁ କେହି କେହି ଡ୍ରିଙ୍କସର ସାହାରା ନିଅନ୍ତି। ଏହାପରେ ନିଜ ଏକ୍ସକୁ ଫୋନରେ ବହୁତ କଥା ଶୁଣାଇଥାନ୍ତି।
୫. ରିଲେସନଶିପ ଭାଙ୍ଗିବା ପରେ କିଛି ଲୋକ ଅନ୍ୟ କାହାକୁ ନିଜ ଜୀବନକୁ ଆଣିବା ପାଇଁ ମନ ବଳାଇଥାନ୍ତି।
୬. ଏପରିକି, ନିଜ ଲଭର୍ସଙ୍କ ସମସ୍ତ ମେସେଜ, ଫଟୋ ଏବଂ ଇମେଲ ଡିଲେଟ କରିଦିଅନ୍ତି।

୭. ସମ୍ପର୍କ ଭାଙ୍ଗିବା ପରେ ଆପଣ ରିଲେସନଶିପ ଏକ୍ସପର୍ଟ ବନିଯାନ୍ତି। ଅନ୍ୟମାନଙ୍କୁ ଏ ନେଇ ରାୟ ବା ଲେକ୍ଚର ଦେବାକୁ ପଛାନ୍ତି ନାହିଁ।



