ସ୍ୱାସ୍ଥ୍ୟ
ସୋଡିୟମ୍ ଅଭାବରୁ ଦେଖାଦିଏ ଏସବୁ ଶାରୀରିକ ସମସ୍ୟା, ଜାଣନ୍ତୁ ମୁକ୍ତି ପାଇବାର ସହଜ ଉପାୟ

ସୁସ୍ଥ ରହିବା ପାଇଁ ଶରୀରରେ ସବୁ ପ୍ରକାରର ପୋଷକ ତତ୍ତ୍ୱ ସନ୍ତୁଳିତ ଅବସ୍ଥାରେ ରହିବା ଆବଶ୍ୟକ। ଯଦି କୌଣସି ଗୋଟିଏ ଭିଟାମିନ୍ ବା ପୋଷକ ତତ୍ତ୍ୱର ଅଭାବ ହୁଏ, ତେବେ ବିଭିନ୍ନ ରୋଗ ମାଡ଼ି ବସେ। ସେହିପରି ବେଳେବେଳେ ଭିଟାମିନ୍ ଅଭାବରୁ ମାନ୍ଦା ଲାଗିବା, କୌଣସି କାମ କରିବାକୁ ବଳ ନ ପାଇବା ଭଳି ସମସ୍ୟା ଦେଖାଦିଏ। ସୋଡିୟମ୍ ଅଭାବରୁ ମଧ୍ୟ ଶରୀରରେ ବିଭିନ୍ନ ସମସ୍ୟା ଦେଖାଦିଏ।
ତେବେ ଆସନ୍ତୁ ଜାଣିବା ସୋଡିୟମ୍ ଅଭାବରୁ କି କି ସମସ୍ୟା ଦେଖାଯାଏ ଓ ଏହାର ଘରୋଇ ଉପଚାର ବିଷୟରେ…
ସୋଡିୟମ୍ ଅଭାବରୁ ଚିଡ୍ଚିଡା ଲାଗିବା, ଦେହ ବୁଲାଇ ହେବା, ବେହୋସ୍ ହେବା, ଥକାପଣ, ମୁଣ୍ଡ ବିନ୍ଧା ହେବା, ଭୋକ ନ ଲାଗିବା, ମାଂସପେଶୀ ଦୁର୍ବଳ ହେବା ଓ ବାନ୍ତି ଲାଗିବା ଆଦି ସମସ୍ୟା ଦେଖାଦିଏ।
ସୋଡିୟମ୍ ଅଭାବ ହେଲେ ଖାଦ୍ୟରେ ପ୍ରଚୁର ପରିମାଣରେ ସୋଡିୟମ୍ଯୁକ୍ତ ଖାଦ୍ୟ ସେବନ କରିବା ଉଚିତ। ଏଥିପାଇଁ ଆପଣ ଟେବଲ ସଲ୍ଟ, ଆଚାର, ସୋୟା ସସ୍, ପ୍ରେସେସ୍ଡ ଚିଜ୍, ଜୁଆଣି, ଅଲିଭ, ପଇଡ ପାଣି, ଫଳ ରସ, ବଟର, ଚିଜ୍, ବଟର ମିଲ୍କ ଆଦି ସେବନ କରିପାରିବେ। ଏଥିସହ ପ୍ରଚୁର ପରିମାଣର ପାଣି ପିଇବାକୁ ମଧ୍ୟ ଡାକ୍ତର ପରାମର୍ଶ ଦିଅନ୍ତି।
