ଓଡିଶା

Atal Bihari Vajpayee death anniversary : ବାଜପେୟୀଙ୍କ ପୁଣ୍ୟତିଥିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ଦେଶ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ବାଜପେୟୀଙ୍କ ସ୍ମୃତିପୀଠ ସଦୈବ ଅଟଳରେ ଦେଶ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଦୈବ ଅଟଳରେ ପୁଷ୍ପାଞ୍ଜଳି ଅର୍ପଣ କରି ଅଟଳଜୀଙ୍କୁ ସ୍ମରଣ କରିଛନ୍ତି ।

ଏହି ଅବସରରେ ସଦୈବ ଅଟଳରେ ଆୟୋଜିତ ପ୍ରାର୍ଥନା ସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ, ବିଜେପି ଜାତୀୟ ସଭାପତି ନିତିନ ନବୀନଙ୍କ ସମେତ ବହୁ ବରିଷ୍ଠ ନେତା ଅଟଳଜୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।

ଅଟଳଜୀଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆରେ ଲେଖିଛନ୍ତି, ଅସାଧାରଣ ଦୂରଦୃଷ୍ଟିର ଅଧିକାରୀ ଜଣେ ବିଶିଷ୍ଟ ରାଷ୍ଟ୍ରନେତା ଭାବେ ଅଟଳଜୀ ନିଜ ଜୀବନକୁ ଦେଶସେବା ପାଇଁ ସମର୍ପିତ କରିଥିଲେ । ତାଙ୍କ କଥା ଓ କାର୍ଯ୍ୟ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଇଛି । ତାଙ୍କ ନେତୃତ୍ୱ ଦେଶକୁ ଆହୁରି ସୁଦୃଢ଼ କରିଥିଲା । ସୁଶାସନ ଓ ଜନକଲ୍ୟାଣକୁ ଅଟଳଜୀ ସର୍ବଦା ପ୍ରାଥମିକତା ଦେଇଥିଲେ । ତାଙ୍କର ଏହି ଆଦର୍ଶ ଆଗାମୀ ଦିନରେ ମଧ୍ୟ ଦେଶକୁ ଦିଗଦର୍ଶନ ଦେଇଚାଲିବ ବୋଲି ମୋଦି କହିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ X ରେ ପୋଷ୍ଟ କରି ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇ ଅମିତ ଶାହ ଲେଖିଛନ୍ତି ଯେ, ସେ ପରମାଣୁ ପରୀକ୍ଷଣ ଏବଂ କାରଗିଲ ଯୁଦ୍ଧ ମାଧ୍ୟମରେ ବିଶ୍ୱକୁ ଭାରତର ଶକ୍ତି ପ୍ରଦର୍ଶନ କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button