Shubman Gill Catch : ଗାଲେ ଟେଷ୍ଟରେ ଶୁବମନ ଗିଲଙ୍କ ଫ୍ଲାଇଂ କ୍ୟାଚ୍, ଫ୍ୟାନ୍ସ ଆଶ୍ଚର୍ଯ୍ୟ
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଶ୍ରୀଲଙ୍କା ଗାଲେରେ ଖେଳାଯାଉଛି ପ୍ରଥମ ଟେଷ୍ଟ ମ୍ୟାଚ୍ । ଏହି ଟେଷ୍ଟ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୪୬୨ ରନ କରିଥିବା ବେଳେ ଶ୍ରୀଲଙ୍କା ଏବେ ପ୍ରଥମ ଇନିଂସ ବ୍ୟାଟିଂ କରୁଛି । ୩ୟ ଦିନରେ ଶ୍ରୀଲଙ୍କା ୫ ୱିକେଟ ହରାଇ ୧୩୮ ରନ୍ କରିଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ଜବରଦସ୍ତ କ୍ୟାଚ୍ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି । ଶ୍ରୀଲଙ୍କା ବ୍ୟାଟର କାମିଣ୍ଡୁ ମେଣ୍ଡିସଙ୍କ କ୍ୟାଚ୍ ଧରିଛନ୍ତି ଗିଲ୍ ।
ଶ୍ରୀଲଙ୍କା ପ୍ରଥମ ଇନିଂସରେ ୧୭ ଓଭର ଚାଲୁଥିବା ବେଳେ କୁଲଦୀପ ଯାଦବ ବୋଲିଂ କରୁଥିଲେ । କୁଲଦୀପଙ୍କ ଓଭରର ପ୍ରଥମ ବଲ୍ ରେ ମେଣ୍ଡିସ ଆଗକୁ ଆସି ଡ୍ରାଇଭ କରିଥିଲେ । ତେବେ ବଲ୍ ତଳେ ପଡ଼ିବା ଆଗରୁ ଶୁବମନ ଗିଲ୍ ଉଡ଼ି କ୍ୟାଚ୍ ଧରିଥିଲେ । ଗିଲ୍ ବାମପଟକୁ ବହୁତ ଦୂର ଡେଉଁ ବଲକୁ ଧରିପକାଇ ଥିଲେ । ଗିଲଙ୍କ କ୍ୟାଚ୍ ଧରି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ।
କାମିଣ୍ଡୁ ମେଣ୍ଡିସ ୧୪ ରନ୍ କରି ଆଉଟ୍ ହୋଇଥିଲେ । ଗିଲ୍ ଙ୍କ ଜବରଦସ୍ତ କ୍ୟାଚ୍ ଯୋଗୁଁ ମେଣ୍ଡିସ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ । ଏବେ ଶ୍ରୀଲଙ୍କା ଲଞ୍ଚ ବ୍ରେକ ପରେ ୧୩୮ ରନ୍ କରି ୫ ୱିକେଟ ହରାଇଛି । ଦ୍ବିତୀୟ ଦିନର ଖେଳରେ ମଧ୍ୟ ବର୍ଷା ବାଧକ ସାଜିଥିଲା । ପ୍ରଥମ ସେଶନ ମ୍ୟାଚ୍ ହୋଇପାରି ନଥିଲା । ଦ୍ବିତୀୟ ସେଶନରେ କମ ଓଭର ଖେଳାଯାଇଥିଲା । ବର୍ଷା ପ୍ରଭାବିତ ମ୍ୟାଚ୍ର ଦ୍ବିତୀୟ ଦିନରେ କେବଳ ୪୩ ଓଭର ଖେଳାଯାଇ ପାରିଥିଲା ।
