ମନୋରଞ୍ଜନ

ଆଜି କେଉଁଠି ଅଛନ୍ତି ଓ କଣ କରୁଛନ୍ତି Bollywood ର ପପୁଲାର ଏହି 5 ଷ୍ଟାର କିଡ୍ସ, ଯାହାଙ୍କୁ ଏବେ ଚିହ୍ନିବା ବି ମୁସ୍କିଲ…

ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, କୌଣସି ବି ଫିଲ୍ମ ରେ ନାୟକ ଓ ନାୟିକା ଏବଂ ଖଳନାୟକ ର ଚରିତ୍ର ଯେତେ ଗୁରୁତ୍ୱପୂର୍ଣ୍ଣ ସେହିପରି ଫିଲ୍ମ ରେ ଅଭିନୟ କରୁଥିବା ବାଲ୍ୟ କଳାକାର ଙ୍କ ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ସେମାନେ ଫିଲ୍ମ କୁ ଅଧିକ ମନୋରମ ତଥା ଆକର୍ଷଣୀୟ ବନାଇ ଦିଅନ୍ତି । ସେଥିପାଇଁ ତ ଆଜିକାଲି ବଡ଼ ପରଦା ରେ ଏହି ବାଲ୍ୟ କଳାକାର ମାନଙ୍କୁ ଦେଖିବାକୁ ମିଳୁଛି ।

କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ଯେ, ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଫିଲ୍ମ କୁ ଅଧିକ ରୋମାଞ୍ଚକ ବନାଉଥିବା ଏହି ବାଲ୍ୟ କଳାକାର ବର୍ତ୍ତମାନ ସମୟ ସହ ନିଜକୁ ମଧ୍ୟ ବଦଳାଇ ସାରିଛନ୍ତି ଏବଂ ବର୍ତ୍ତମାନ ଏମାନେ ବହୁତ ବଡ଼ ମଧ୍ୟ ହୋଇ ସାରିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି କଳାକାର ଙ୍କ ବିଷୟରେ ।

୧- ଫିଲ୍ମ ‘ତାରେ ଜମିନ ପର’ ରୁ ପ୍ରସିଦ୍ଧି ଲାଭ କରିଥିବା ବାଲ୍ୟ କଳାକାର ‘ଦର୍ଶିଲ ସଫାରି’ ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଫିଲ୍ମ ରେ ସେ ମୁଖ୍ୟ ଚରିତ୍ର ରୂପେ ଅଭିନୟ କରିଥିଲେ ଏବଂ ଯେଉଁଥିରେ ସେ ଏକ ଏଭଳି ଛୁଆର ଅଭିନୟ କରିଥିଲେ ଯିଏ ମାନସିକ ରୋଗରେ ପୀଡ଼ିତ ଅଛି ଏବଂ ତାର ମନ ପାଠପଢା ରେ ଲାଗୁ ନାହିଁ । କିନ୍ତୁ ସେ ଜଣେ ଭଲ ଚିତ୍ରକାର ଅଟେ ।

ଦର୍ଶିଲ ଙ୍କ ଏହି ଅଭିନୟ ଦର୍ଶକ ମାନଙ୍କୁ ବହୁତ ମାତ୍ରା ରେ ପସନ୍ଦ ଆସିଥିଲା ଏବଂ ସେ ମାତ୍ର ୭ ବର୍ଷ ବୟସରେ ଅଭିନୟ କରିଥିଲେ । ବର୍ତ୍ତମାନ ସମୟରେ ଏହି ଅଭିନେତା ପୂର୍ବ ଅପେକ୍ଷା ବହୁତ ହାଣ୍ଡସମ ଦେଖା ଯାଉଛନ୍ତି । ବର୍ତ୍ତମାନ ସେ ଅଭିନୟ କ୍ଷେତ୍ର ରୁ ଦୂରରେ ଅଛନ୍ତି ଏବଂ ନିଜ ପାଠପଢ଼ା ପ୍ରତି ଧ୍ୟାନ ଦେବାରେ ଲାଗିଛନ୍ତି । ଶୁଣିବାକୁ ମିଳୁଛି ଯେ ବହୁତ ଶୀଘ୍ର ଏହି ଅଭିନେତା ଜଣଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଦେଖିବାକୁ ମିଳିବ ।

୨- ଆପଣ ମାନେ ସନା ସାଏଦ ଙ୍କୁ ଜାଣିଥିବେ ଯିଏ “କୁଛ କୁଛ ହୋତା ହେ” ରେ ଅଞ୍ଜଲି ଭୂମିକା ରେ ଅଭିନୟ କରିଥିଲେ । ତାଙ୍କ ଅଭିନୟ ସମସ୍ତ ଦର୍ଶକ ଙ୍କୁ ଖୁବ ପସନ୍ଦ ଆସିଥିଲା । ପରେ ସେ କରନ୍ ଜୋହର ଙ୍କ ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦ ୟର ରେ ନଜର ଆସିଥିଲେ ଏବଂ ଅନେକ ଟିଭି ରିଆଲିଟି ସୋ ରେ ମଧ୍ୟ ଭାଗ ନେଇଥିଲେ । କିନ୍ତୁ ଏବେ ଏହି ଅଭିନେତ୍ରୀ ଙ୍କୁ ଆଉ ଇଣ୍ଡଷ୍ଟ୍ରୀ ରେ ଦେଖିବାକୁ ମିଳୁନାହିଁ ।


୩. ସୋସିଆଲ ମିଡିଆ ରେ ପ୍ରସିଦ୍ଧ କଳାକାର ଏହସାସ ଚନ୍ନା ଛୋଟବେଳେ ଅନେକ ଫିଲ୍ମ ରେ ଅଭିନୟ କରିଛନ୍ତି । ଯଦିଓ ସେ ଜଣେ ଝିଅ ଅଟନ୍ତି କିନ୍ତୁ ସେ ପ୍ରାୟତଃ ପୁଅ ଭୂମିକା ରେ ଅଭିନୟ କରିବାର ନଜର ଆସନ୍ତି ଏବଂ ଦର୍ଶକ ମାନଙ୍କୁ ମନୋରଞ୍ଜିତ କରାନ୍ତି । ବର୍ତ୍ତମାନ ସେ ୨୩ ବର୍ଷ ର ହୋଇ ସାରିଛନ୍ତି ଏବଂ ଅନେକ ୱେବ ସିରିଜ ରେ ମଧ୍ୟ ନଜର ଆସିଛନ୍ତି ।


୪. ଫିଲ୍ମ ‘କୋଇ ମିଲ ଗୟା’ ରେ ଛୋଟବେଳେ ଅଭିନୟ କରିଥିବା କଳାକାର ହଂସିକା ମୋଟୱାନି ଆଜି ୩୩ ବର୍ଷ ବୟସର ହୋଇ ସାରିଛନ୍ତି । ବର୍ତ୍ତମାନ ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଜଣେ ପପୁଲାର ଅଭିନେତ୍ରୀ ଅଟନ୍ତି । ସାଉଥ ଇଣ୍ଡଷ୍ଟ୍ରୀ ସହିତ ନର୍ଥ ଇଣ୍ଡଷ୍ଟ୍ରୀ ରେ ମଧ୍ୟ ସେ ବେଶ ପରିଚିତ । ହଂସିକା ପ୍ରାୟତଃ ସମୟ ଟ୍ରୋଲ ର ଶିକାର ହେବା ନଜର ଆସନ୍ତି । ସେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ରେ ଅଧିକାଂଶ ସକ୍ରିୟ ରହୁଛନ୍ତି ।


୫. ‘ବଜରଙ୍ଗୀ ଭାଇଜାନ’ ଫିଲ୍ମ ରେ ସଲ୍ମାନ ଙ୍କ ସହିତ ନଜର ଆସିଥିବା ଏହି କ୍ୟୁଟ ଛୁଆ ମୁନି ଆଜି ବହୁତ ବଡ଼ ହୋଇ ସାରିଛନ୍ତି । ତାଙ୍କ ର ପ୍ରକୃତ ନାଁ ହେଉଛି ହର୍ସାଲି ମଲହୋତ୍ରା । ସେ ବର୍ତ୍ତମାନ ଅଭିନୟ ଜଗତ ରୁ ଦୂରରେ ରହି ନିଜର ପାଠପଢ଼ା ପୁରା କରୁଛନ୍ତି । ଏହା ସହିତ ସେ ସୋସିଆଲ ମିଡିଆ ରେ ପ୍ରାୟତଃ ଆକ୍ଟିଭ ରୁହନ୍ତି ଏବଂ ନିଜର ଡାନ୍ସ ଭିଡିଓ ସେୟାର କରନ୍ତି । ଯଦିଓ ତାଙ୍କୁ ମାତ୍ର ୧୪ ବର୍ଷ ବୟସ ହୋଇଛି । କିନ୍ତୁ ନିଜର ଲୁକ କାରଣରୁ ସେ ବହୁତ ବଡ଼ ନଜର ଆସୁଛନ୍ତି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button