ଓଡିଶା

Teachers day : ଆଜି ଗୁରୁଦିବସ : ଗୁରୁଙ୍କୁ ପୂଜା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଏକ ପବିତ୍ର ଦିନ

ଆଜି ଗୁରୁ ଦିବସ । ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ । ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ । ଶିକ୍ଷକମାନଙ୍କର ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇବା ପାଇଁ ଏହି ଦିନଟି ସମର୍ପିତ । ଏହି ଦିନ ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କକୁ ମନେ ପକାଇ ଦିଏ । ଭାରତର ଦ୍ୱିତୀୟ ରାଷ୍ଟ୍ରପତି, ବିଶିଷ୍ଟ ଦାର୍ଶନିକ ଓ ଆଦର୍ଶ ଶିକ୍ଷକ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଏ । ଡ. ରାଧାକୃଷ୍ଣନ ରାଷ୍ଟ୍ରପତି ହେବା ପରେ ତାଙ୍କର କିଛି ଛାତ୍ର ଓ ଶୁଭେଚ୍ଛୁ ଜନ୍ମଦିନ ପାଳନ କରିବାକୁ ଚାହିଁଥିଲେ । ନିଜ ଜନ୍ମଦିନକୁ ବ୍ୟକ୍ତିଗତ ଉତ୍ସବ ଭାବେ ପାଳନ ନକରି ଦେଶର ସମସ୍ତ ଶିକ୍ଷକଙ୍କ ସମ୍ମାନରେ ଉତ୍ସର୍ଗ କରିବାକୁ ସେ ପରାମର୍ଶ ଦେଇଥିଲେ।

ସେହିଠାରୁ ୧୯୬୨ ମସିହାରୁ ସେପ୍ଟେମ୍ବର ୫ ଜାତୀୟ ଶିକ୍ଷକ ଦିବସ ଭାବେ ପାଳିତ ହୋଇଆସୁଛି । ଶିକ୍ଷକ କେବଳ ପାଠ୍ୟପୁସ୍ତକର ଜ୍ଞାନ ଦିଅନ୍ତି ନାହିଁ; ସେ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଢ଼ନ୍ତି, ଆତ୍ମବିଶ୍ୱାସ ଜଗାନ୍ତି ଏବଂ ଭଲ–ମନ୍ଦ ଚିହ୍ନିବାର ମାର୍ଗ ଦେଖାନ୍ତି। ଜଣେ ଛାତ୍ରର ସଫଳତା ପଛରେ ଶିକ୍ଷକଙ୍କ ନିରବ ପରିଶ୍ରମ, ଧୈର୍ଯ୍ୟ ଓ ପ୍ରେରଣା ରହିଥାଏ। ଡିଜିଟାଲ୍ ଯୁଗରେ ସୂଚନା ସହଜରେ ମିଳୁଥିଲେ ମଧ୍ୟ ତାହାର ସଠିକ୍ ବ୍ୟବହାର ଶିଖାଇବାରେ ଶିକ୍ଷକଙ୍କ ଭୂମିକା ଅପରିହାର୍ଯ୍ୟ। ଶିକ୍ଷକ ଦିବସ କେବଳ ଫୁଲ, ଉପହାର କିମ୍ବା ଶୁଭେଚ୍ଛାରେ ସୀମିତ ନୁହେଁ। ଏହା ଗୁରୁଙ୍କ ଅବଦାନକୁ ସ୍ମରଣ କରିବା, ସେମାନଙ୍କ ପ୍ରତି କୃତଜ୍ଞତା ଜଣାଇବା ଏବଂ ଶିକ୍ଷାର ମର୍ଯ୍ୟାଦା ରକ୍ଷା ପାଇଁ ସଂକଳ୍ପ ନେବାର ଦିନ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button