ଓଡିଶା

Bhadrak Accident: ଭୟଙ୍କର ସଡ଼କ ଦୁର୍ଘଟଣା, ୪ ଗୁରୁତର ଆହତ

୧୬ ନମ୍ବର ଜାତୀୟ ରାଜପଥରେ ଭୟାବହ ଦୁର୍ଘଟଣା । ଧାମନଗର ଛକ ନିକଟ ରେ ଅଟୋକୁ ଧକ୍କା ଦେଇ ଡିଭାଇଡରରେ ପିଟି ହେଲା କାର। ୪ ଜଣ ଗୁରୁତର ଆହତ ହୋଇ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି। ଭୁବନେଶ୍ୱର ରୁ ଉଦଳା ଅଭିମୁଖେ ଯାଉଥିଲା କାର। ଭାରସାମ୍ୟ ହରାଇ ଅଟୋ କୁ କାର ଧକ୍କା ଦେଇଥିଲା । ଖବର ପାଇ ଦମକଳ ବାହିନୀ ପହଞ୍ଚି ସମସ୍ତ ଗୁରୁତର ଆହତ ଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲ ରେ ଭର୍ତ୍ତି କରିଥିଲା । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ସୂଚନା ଅନୁସାରେ, କାରଟି ଭୁବନେଶ୍ୱରରୁ ଉଦଳା ଅଭିମୁଖେ ଯାଉଥିଲା । ଧାମନଗର ଛକ ନିକଟରେ କୌଣସି କାରଣରୁ କାରଟି ଭାରସାମ୍ୟ ହରାଇଥିଲା। ଫଳରେ ରାସ୍ତାରେ ଯାଉଥିବା ଏକ ଅଟୋକୁ କାରଟି ଧକ୍କା ଦେଇଥିଲା। ଏହାପରେ କାରଟି ନିୟନ୍ତ୍ରଣ ହରାଇ ରାସ୍ତାର ଡିଭାଇଡରରେ ଜୋରଦାର ଧକ୍କା ହୋଇଥିଲା।

ଦୁର୍ଘଟଣା ପରେ ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ପରେ ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଯାଇ ଯାତାୟାତ ସ୍ୱାଭାବିକ କରାଯାଇଥିଲା। ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣାର ପ୍ରକୃତ କାରଣ ଖୋଜୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button