ନୀତି

ଯଦି ଚାହୁଁଛନ୍ତି ମାତା ଲକ୍ଷ୍ମୀଙ୍କର କୃପା ସର୍ବଦା ଆପଣଙ୍କ ଉପରେ ରହୁ, ତେବେ ରାଶି ଅନୁସାରେ ଜାଣନ୍ତୁ କେଉଁ ଦିଗରେ ରଖିବେ ଧନ?

ପଇସା ରୋଜଗାର କରିବା ଯେତିକି ଜରୁରୀ ହୋଇଥାଏ ତା ଠାରୁ ଅଧିକ ଜରୁରୀ ହୋଇଥାଏ ଏହାକୁ ସମ୍ଭାଳି ରଖିବା । ଆଜ୍ଞା ହଁ , ଯଦି ଆପଣ ପଇସା ରଖିବାର ଠିକ ଉପାୟ ଜାଣିଛନ୍ତି ତେବେ ଆପଣଙ୍କ ଘରର ଉନ୍ନତି ହେବାରୁ କେହି ଅଟକାଇ ପାରିବେନି । କିଛି ଲୋକ ବହୁତ ପଇସା ରୋଜଗାର କରିଥାନ୍ତି କିନ୍ତୁ ଏହାକୁ ଠିକ ଉପାୟରେ ରଖି ପାରନ୍ତି ନାହିଁ । ଜ୍ୟୋତିଷଙ୍କ ହିସାବରେ ପଇସାକୁ ଠିକ ସ୍ଥାନରେ ରଖିବା ଜରୁରୀ ହୋଇଥାଏ ଏହା ଦ୍ଵାରା ଆପଣଙ୍କ ଘରେ କେବଳ ଆମଦାନୀ ବଢି ନଥାଏ ଆପଣଙ୍କ ଘରେ ଧନର ବୃଦ୍ଧି ମଧ୍ୟ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା କି ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ କଥା ରହିଛି ।

ମେଶ ରାଶି

ମେଷ ରାଶିର ଲୋକଙ୍କୁ ଘରର ପଶ୍ଚିମ ଦିଗରେ ଧନ ରଖିବା ଆବଶ୍ୟକ ହୋଇଥାଏ । ଧ୍ୟାନ ରଖିବେ କି ଆପଣ ଯେଉଁଠି ଧନ ରଖିବେ ତା ସହିତ ଗୋଟିଏ ଲୁହାର ଜିନିଷ ମଧ୍ୟ ରଖିବେ । ଏହା ଦ୍ଵାରା ଆପଣଙ୍କ ଘରେ ଧନର ବୃଦ୍ଧି ହୋଇଥାଏ ।

ବୃଷ ରାଶି

ଏହି ରାଶିର ଲୋକଙ୍କୁ ଧନ ପୂର୍ବ ଦିଗରେ ରଖିବା ଦରକାର ତା ସହିତ ଏହା ଧ୍ୟାନ ରଖିବେ କି ଧନ ସହିତ କୌଣସି ଚାନ୍ଦି ବା ସୁନାର ଜିନିଷ ରଖିବା ପାଇଁ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କର କୃପା ହୋଇଥାଏ ଓ ଘରେ କେବେ ବି ଧନର ଅଭାବ ପଡି ନଥାଏ ।

ମିଥୁନ ରାଶି

ଏହି ରାଶିର ଲୋକଙ୍କୁ ଧନ ଉତ୍ତର ଦିଗରେ ରଖିବା ଦରକାର , ଏହା ଦ୍ଵାରା ଏମାନଙ୍କ ଘରେ ଧନର ବୃଦ୍ଧି ହୋଇଥାଏ । ଏହା ସହିତ ଧ୍ୟାନ ରଖିବେ କି ଧନ ରଖିବା ସ୍ଥାନରେ ତମ୍ବାର ଜିନିଷ ନିଶ୍ଚୟ ରଖିବେ ।

କର୍କଟ ରାଶି

କର୍କଟ ରାଶିର ଲୋକଙ୍କୁ ଧନ ପୂର୍ବ-ଦକ୍ଷିଣ ଦିଗରେ ରଖିବା ଦରକାର ଓ ତା ସହିତ ଚାନ୍ଦିରେ ତିଆରି କୌଣସି ଜିନିଷ ନିଶ୍ଚୟ ରଖିବେ । ଏମିତି କରିବା ଦ୍ଵାରା ଏମାନଙ୍କର ଭଣ୍ଡାର କେବେ ବି ଖାଲି ହୋଇନଥାଏ ।

ସିଂହ ରାଶି

ଏହି ରାଶିର ଲୋକଙ୍କୁ ଧନ ପୂର୍ବ ଦିଗରେ ରଖିବା ଦରକାର ଓ ତା ସହିତ କୌଣସି କଂସାର ବସ୍ତୁ ରଖିବା ଦରକାର ।

କନ୍ୟା ରାଶି

ଏହି ରାଶିର ଲୋକଙ୍କୁ ଧନ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ରଖିବା ଦରକାର । ତା ସହିତ ଏମାନଙ୍କୁ ଦିନର ଦ୍ଵିପ୍ରହର ପରେ ଧନର କୌଣସି ଆଦାନ ପ୍ରଦାନ କରିବା ଉଚିତ ନୁହେଁ ।

ତୁଳା ରାଶି

ତୁଳା ରାଶିର ଲୋକଙ୍କୁ ଧନ ଘରର ଦକ୍ଷିଣ ଦିଗରେ ରଖିବା ଦରକାର । ଏହା ବ୍ୟତୀତ ଏମାନଙ୍କୁ ଲାଲ କପଡାରେ ତମ୍ବାକୁ ବାନ୍ଧି ସେହି ସ୍ଥାନରେ ରଖିବା ଦରକାର ।

ଧନୁ ରାଶି

ଧନୁ ରାଶିର ଲୋକଙ୍କୁ ଧନ ଘରର ଦକ୍ଷିଣ-ପୂର୍ବ ଦିଗରେ ରଖିବା ଦରକାର । ତା ସହିତ ଧଳା କପଡାରେ ଚାନ୍ଦିକୁ ବାନ୍ଧି ସେହି ସ୍ଥାନରେ ରଖିବା ଦରକାର ।

ମକର ରାଶି

ମକର ରାଶିର ଲୋକଙ୍କୁ ଧନ ଉତ୍ତର ଦିଗରେ ରଖିବା ଦରକାର । ଏହା ସହିତ ଏମାନଙ୍କୁ ଧନ ସ୍ଥାନରେ କୁବେରଙ୍କର ଏକ ପ୍ରତିମା ରଖିବା ଆବଶ୍ୟକ ।

କୁମ୍ଭ ରାଶି

କୁମ୍ଭ ରାଶିର ଲୋକଙ୍କ ପାଇଁ ପୂର୍ବ ଦିଗ ଉତ୍ତମ ହୋଇଥାଏ । ସେଥିପାଇଁ ଏହି ଦିଗରେ ଧନ ରଖନ୍ତୁ ଓ ଏହା ବ୍ୟତୀତ ହଳଦିଆ କପଡାରେ ସୁନା ଓ ପିତଳ ବାନ୍ଧି ରଖନ୍ତୁ ।

ମିନ ରାଶି

ଏହି ରାଶିର ଲୋକ ଘରର ପଶ୍ଚିମ ଦିଗରେ ଧନ ରଖନ୍ତୁ । ଏହା ବ୍ୟତୀତ ସେଠାରେ କୌଣସି ଲୁହାର ଜିନିଷ ଅବଶ୍ୟ ରଖନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button