ଓଡିଶା

ସ୍ତ୍ରୀ ଥାଇ କରୁଥିଲେ ଦ୍ୱିତୀୟ ବିବାହ, ଗଲେ ଜେଲ

ପ୍ରଥମ ପତ୍ନୀ ଥାଉ ଥାଉ ସ୍ୱାମୀ କରୁଥିଲେ ଦ୍ୱିତୀୟ ବିବାହ | କୋର୍ଟରେ ବିବାହ କରିବା ବେଳେ ହୋଇଥିଲା ସବୁ ଭଣ୍ଡୁରୁ | କୋର୍ଟରେ ପହଂଚିଥିଲେ ବାପା, ଆଉ ପୁଅର ଏମିତି କାମର ଶାସ୍ତି ଦେଇଥିଲେ | ଉୁଦୁଉୁଦିଆ ଖରାବେଳେ ପୁଅର ସାର୍ଟକୁ ଧରି ରାସ୍ତାରେ ଘୋଷାଡି ଘୋଷାଡି ନେଇ ଥାନାରେ ପୁରାଇଥିଲେ | ହଁ ଆଞା ବାପା ଏଠି ପୁଅର ଭୁଲକୁ ଲୁଚେଇନାହିଁ କି ପୁଅର ପ୍ରେମରେ ଅନ୍ଧ ହୋଇନାହିଁ , ବରଂ ତାର ଭୁଲ ପାଇଁ ପୁଅକୁ ଉଚିତ ଶିକ୍ଷା ଦେଇଛି | ଏ ହେଉଛି ଜଣେ ବାପାର ଅନୁଶାସନର ଚିତ୍ର | ଏଭଳି ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣାଟି ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଏଡତାଳ ଗାଁର | ବାପା ବିଷ୍ଣୁମୋହନ ଜେନାଙ୍କ ପୁଅ ଅଜୟ ଜେନାଙ୍କର ୧୦ ବର୍ଷର ବୈବାହିକ ଜୀବନ ବେଶ ହସ ଖୁସିରେ ଚାଲିଥିଲା, ଦୁହିଁଙ୍କର ୮ ବର୍ଷର ପୁଅବି ରହିଛି | ହେଲେ ପତ୍ନି ପୁଅ ଥାଇକି ଦ୍ୱିତୀୟ ବିବାହ କରିବା ପାଇଁ କୋର୍ଟରେ ପହଂଚିଥିଲେ | ପରେ ଏହି ଖବର ବାପା ଜାଣିପାରିଥିଲେ… ପରେ ଏମିତି ଦୃଢ କାର୍ଯ୍ୟାନୁଷ୍ଠାନ ନେଇଥିଲେ । ପୁଅକୁ ଶାସ୍ତି ଦେବା ସହ ଆଇନର ସହାୟତା କରିଥିବାରୁ ସବୁଆଡ଼ୁ ଛୁଟୁଛି ପ୍ରଶଂସାର ସୁଅ । ଯେ ଶୁଣୁଛି ସେ କହୁଛି, ବାପା ହେବ ତ ଏମିତି । ଅଜୟଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ସେପଟେ ସ୍ଥାନୀୟ ଅଞ୍ଚଳରେ ବିଷ୍ଣୁମୋହନଙ୍କ ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ଅନେକେ ପ୍ରଶଂସା କରୁଛନ୍ତି । ତେବେ ଏନେଇ ଅଜୟ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button