ସିଦ୍ଧୁଙ୍କ ଘରେ ନୂଆ ଅତିଥି : ପିତା ବଲକୌର ସେୟାର କରିଲେ ଫଟୋ

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମା ଚରଣ କୌର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ମୁସେୱାଲା ଙ୍କ ପିତା ବଲକୌର ସିଂ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ସିଦ୍ଧୁ ମୁସେୱାଲା ଙ୍କ ପିତା ବାଲକୌର ସିଂ ତାଙ୍କ ଛୋଟ ପୁଅର ଚିତ୍ର ସେୟାର କରିଛନ୍ତି । ଏହାକୁ ସେୟାର କରି ଲେଖିଛନ୍ତି, ‘ଶୁଭଦୀପଙ୍କୁ ଭଲ ପାଉଥିବା ଲକ୍ଷ ଲକ୍ଷ ପ୍ରଶଂସକ ଆଶୀର୍ବାଦ ଦିଅନ୍ତୁ , ଭଗବାନ ଶୁଭଙ୍କ ସାନଭାଇଙ୍କୁ ଆମ କୋଳରେ ଦେଇଛନ୍ତି । ଇଶ୍ବରଙ୍କ ଆଶୀର୍ବାଦ ପ୍ରାପ୍ତ ହେଉ ।
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ଙ୍କ ମାତା ଚରଣ ଏକ ପୁତ୍ର ଜନ୍ମ ଦେଇଥିବାରୁ ଏହି ମହଲରେ ପୁଣି ଉତ୍ସବ ପାଳନ ହେଉଛି । ୫୮ ବର୍ଷ ବୟସରେ, ଚରଣ କୌର ଏକ ପୁତ୍ର ସନ୍ତାନ ଜନ୍ମ ଦେବା ପାଇଁ IVF ପଦ୍ଧତି ଆପଣେଇଥିଲେ ।
ଫେବୃଆରୀରେ ଖବର ପ୍ରକାଶ ପାଇଥିଲା ଯେ ପଞ୍ଜାବୀ ସ୍ୱର୍ଗତ ଗାୟକ ତଥା ରାପର ଶୁଭଦୀପ ସିଂ ସିଦ୍ଧୁଙ୍କ ପିତାମାତା ମାର୍ଚ୍ଚରେ ଏକ ସନ୍ତାନ ଆଶା କରୁଛନ୍ତି। ବର୍ତ୍ତମାନ ସିଦ୍ଧୁ ମୁସେୱାଲା ଙ୍କ ପିତା ବାଲକୌର ସିଂଙ୍କ ପ୍ରଥମ ଚିତ୍ର ସାମ୍ନାକୁ ଆସିଛି ଯେଉଁଥିରେ ସେ ତାଙ୍କ ନବଜାତ ଶିଶୁକୁ କୋଳରେ ଧରିଥିବାର ନଜର ଆସିଛନ୍ତି। ବାସ୍ତବରେ ବାଲକୌର ସିଂଙ୍କ ଘରେ ଛୋଟ ଅତିଥି ପହଞ୍ଚିଛନ୍ତି। ତାଙ୍କ ପତ୍ନୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।
କିଛି ସମୟ ପୂର୍ବରୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସେ ଏହି ସୂଚନା ଦେଇଛନ୍ତି।
ସୂଚନାମୁତାବକ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ମାନସାର ଜବାହରପୁର ଗାଁରେ ତାଙ୍କୁ ଗୁଳି କରାଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୁସେୱାଲାଙ୍କ ଉପରେ ପ୍ରାୟ ୭ ରାଉଣ୍ଡ ଗୁଳି କରାଯାଇଥିଲା।