Liveଦେଶ ବିଦେଶ

ଜିଓ ଗ୍ରାହକଙ୍କୁ ବଡ ଝଟକା;ଟାରିଫ୍‌ରେ ୨୫ % ବୃଦ୍ଧି କଲା ଜିଓ କମ୍ପାନୀ, ଏଣିକି ରିଚାର୍ଜ କଲେ ଦେବାକୁ ପଡିବ ଅଧିକ ଟଙ୍କା

ନିର୍ବାଚନ ସରିବା ପରେ ଗୋଟିଏ ପରେ ଗୋଟିଏ ସାମଗ୍ରୀର ଦରଦାମ ବଢିବାର ଲାଗିଛି । ସତେ ଯେପରି ଲାଗୁଛି ମହଙ୍ଗା ଯୁଗର ଆରମ୍ଭ ହୋଇଛି । ପ୍ରଥମେ ଖୁଚୁରା ବ୍ୟବସାୟୀ ଅତ୍ୟାବଶକୀୟ ସାମଗ୍ରୀ ବୃଦ୍ଧି କରିଥିବା ବେଳେ ଏବେ ଟେଲିକମ୍ କମ୍ପାନୀ ମଧ୍ୟ ଶୁକ୍ଳରେ ବୃଦ୍ଧି ଆରମ୍ଭ କରିଛନ୍ତି । ଫଳରେ ଏବେ ମମାଇଲ ରିଚାର୍ଜ ମହଙ୍ଗା ହେବାକୁ ଯାଉଛି । ଯାହାକୁ ନେଇ ବର୍ତ୍ତମାନ ଚିନ୍ତାରେ ଗ୍ରହଣ । ତେବେ ଏହି ଟେଲିକମ୍ କମ୍ପାନୀ ମଧ୍ୟରେ ସବାଗ୍ରେ ରହିଛି ମୁକେଶ ଅମ୍ବାନିଙ୍କ ସସ୍ଥା ରିଲାଏନ୍ସ ଜିଓ । ଯିଏକି ଜୁଲାଇ ୩ ତାରିଖରୁ ଅନଲିମିଟେଡ୍ ପ୍ଲାନ ବୃଦ୍ଧି କରିବାକୁ ଯାଉଛି । ସେ ବିଭିନ୍ନ ପ୍ରକାର ରିଚାର୍ଜରେ ୨୫ ପ୍ରତିଶତ ବୃଦ୍ଧି କରିବ ବୋଲି ଘୋଷଣା କରିଛି । ଯାହାକୁ ଜାଣିବା ପରେ ଗ୍ରାହଣଙ୍କ ଚିନ୍ତା ବଢିଛି । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ରିଚାର୍ଜରେ କେତେ ବୃଦ୍ଧି କରିବ ଜିଓ କମ୍ପାନୀ ।

୨୮ ଦିନିଆ ପ୍ଲାନ

ପୂର୍ବରୁ ଜିଓର ୨୮ ଦିନିଆ ପ୍ଲାନରେ ୧୫୫, ୨୦୯, ୨୩୯, ୨୯୯, ୩୪୯ ଓ ୩୯୯ ଟଙ୍କାର ରିଚାର୍ଜ କରିବାକୁ ପଡୁଥିଲା । ନୂଆ ପ୍ଲାନରେ ଏବେ ୧୮୯, ୨୪୯, ୨୯୯, ୩୪୯, ୩୯୯ ଓ ୪୯୯ ଟଙ୍କାରେ ରିଚାର୍ଜ କରିବାକୁ ପଡିବ । ଅର୍ଥାତ ଆପଣ ଯଦି ୧୫୫ ଟଙ୍କାର ରିଚାର୍ଜ କରୁଥିଲେ ଏବେ ନୂଆ ପ୍ଲାନ ହିସାବରେ ୧୮୯ ଟଙ୍କାରେ ରିଚାର୍ଜ କରିବାକୁ ପଡିବ ।

୫୬ ଦିନିଆ ପ୍ଲାନ୍

ସେହିପରି କମ୍ପାନୀ ନିଜର ୫୬ ଦିନିଆ ପ୍ଲାନକୁ ବି ବଢ଼ାଇ ଦେଇଛି । ପୂର୍ବରୁ ୫୬ ଦିନିଆ ପ୍ଲାନ ପାଇଁ ୪୭୯ ଓ ୫୩୩ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ଏବେ ନୂଆ ପ୍ଲାନ ଅନୁସାରେ ୫୭୯ ଓ ୬୨୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

୮୪ ଦିନିଆ ପ୍ଲାନ୍

ତିନି ମାସିଆ (୮୪) ଦିନିଆ ପ୍ଲାନରେ ବି ପରିବର୍ତ୍ତନ ହୋଇଛି । ପୂର୍ବରୁ ଏହି ପ୍ଲାନରେ ୩୯୩, ୬୬୬, ୭୧୯ ଓ ୯୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ହେଲେ ଏବେ ୪୭୯, ୭୯୯, ୮୫୯ ଓ ୧୧୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ବର୍ଷିକିଆ ପ୍ଲାନ୍

୩୩୬ ଦିନ ବର୍ଷିକିଆ ପ୍ଲାନର ଦାମ ବି ବଢ଼ିଛି । ପୂର୍ବରୁ ଏହି ପ୍ଲାନ ପାଇଁ ୧୫୫୯ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ଏବେ ନୂଆ ପ୍ଲାନ ଅନୁସାରେ ୧୮୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସେହିପରି ୩୬୫ ଦିନ ପ୍ଲାନ୍ ପାଇଁ ପୂର୍ବରୁ ୨୯୯୯ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ୩୫୯୯ ଟଙ୍କା ଦେବାକୁ ପଡିବ ।

ଡାଟା ଆଡ-ଅନ୍ ପ୍ଲାନ୍

କେବଳ ଏତିକି ନୁହେଁ ଜିଓ ନିଜର ଡାଟା ଆଡ଼ ଅନ୍ ପ୍ଲନକୁ ବି ରିଭାଇଜ କରିଛି । ପୂର୍ବରୁ ୟୁଜର୍ସଙ୍କୁ ୧୫, ୨୫ ଓ ୬୧ ଟଙ୍କାରେ ଦୈନିକ ଯଥାକ୍ରମେ 1GB, 2GB ଓ 6GB ଡାଟା ପାଉଥିଲେ । ହେଲେ ଏବେ ଏହି ଡାଟା ପାଇଁ ସେମାନଙ୍କୁ ଯଥାକ୍ରମେ ୧୯, ୨୯ ଓ ୬୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ନୂଆ ପୋଷ୍ଟପେଡ ପ୍ଲାନ୍

ପୋଷ୍ଟ ପେଡ ପ୍ଲାନକୁ ବି ବଢ଼ାଇଛି ଜିଓ । ୨୯୯ ଓ ୩୯୯ ଟଙ୍କା ବାଲା ପ୍ଲାନକୁ ବଢ଼ାଇ ୩୪୯ ଓ ୪୪୯ ଟଙ୍କା କରିଦେଇଛି ଜିଓ ।

ଟେଲିକମ୍ କମ୍ପାନିଗୁଡ଼ିକର ଗ୍ରାହକ ପିଛା ରାଜସ୍ବ ବିଶ୍ବର ଅନ୍ୟତମ ସର୍ବନିମ୍ନ ଥିଲା। ସେଥିରେ ବୃଦ୍ଧି ଆଣିବା ଲାଗି କମ୍ପାନିଗୁଡ଼ିକ ଶୁଳ୍କ ବଢ଼ାଇବେ ବୋଲି ଆଶା କରାଯାଉଥିଲା। ଅନ୍ୟପକ୍ଷରେ ୫ଜି ଭିତ୍ତିଭୂମି ବିକାଶ କରିବା ଲାଗି କମ୍ପାନିଗୁଡ଼ିକୁ ବିପୁଳ ପରିମାଣର ପାଣ୍ଠି ଦରକାର ପଡ଼ୁଛି। ଗ୍ରାହକଙ୍କ ଜରିଆରେ ତାହା ଯୋଗାଡ଼ କରିବା କମ୍ପାନିଗୁଡ଼ିକ ଲାଗି ଅପରିହାର୍ଯ୍ୟ ହୋଇପଡ଼ିଥିଲା।

 

Related Articles

Leave a Reply

Your email address will not be published. Required fields are marked *

Back to top button