ଦେଶ ବିଦେଶ

ମଧ୍ୟପ୍ରଦେଶରେ ବର୍ବର କାଣ୍ଡ: ମୃତ୍ୟୁ ସହ ସଂଘର୍ଷ କରୁଛି ଦୁଷ୍କର୍ମର ଶିକାର ୫ ବର୍ଷର ଶିଶୁ

ଭୋପାଳ: ମଧ୍ୟପ୍ରଦେଶରେ ଛାତି ଥରାଇଦେବା ଭଳି  ବର୍ବର କାଣ୍ଡ ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ ଅତି ଭୟଙ୍କର ଭାବେ ଦୁଷ୍କର୍ମର ଶିକାର ହୋଇ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛି।  ଗ୍ବାଲିୟର୍‌ର କମଳା ରାଜା ହସ୍ପିଟାଲ୍‌ରେ ଶିଶୁଟିର ଅସ୍ତ୍ରୋପଚାର କରାଯାଇଛି ଏବଂ ତା’ ଗୁପ୍ତାଙ୍ଗରେ ୨୮ଟି ଷ୍ଟିଚ୍‌ ପଡ଼ିଛି। ଜଣେ ୧୭ ବର୍ଷର ନାବାଳକ ଏହି ଜଘନ୍ୟ କାଣ୍ଡ ଘଟାଇଛି ଏବଂ ସେ ଗିରଫ ହୋଇଛି।  ପୁଲିସ କହିଛି, ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ଏହି ଘଟଣା ଘଟାଇଛି।  ଶିଶୁଟିକୁ ଦୁଷ୍କର୍ମ କରିବାପରେ ସେ ତା’ ମୁଣ୍ଡକୁ କାନ୍ଥରେ ଅନେକ ଥର ପିଟିଥିଲା ଏବଂ ଅତି ଅମାନୁଷିକ ଅତ୍ୟାଚାର କରିଥିଲା।  ମସ୍ତିଷ୍କ‌ରେ ସାଂଘାତିକ ଆଘାତ ଲାଗିବା ସହ ଶିଶୁଟିର ଗୁପ୍ତାଙ୍ଗରେ ଏକାଧିକ କଟା ଚିହ୍ନ ରହିଛି। ଶିଶୁର ଦେହ ସାରା କାମୁଡ଼ା କ୍ଷତ ବି ରହିଛି।  ଶିଶୁଟିର ୨ ଘଣ୍ଟାର ଅସ୍ତ୍ରୋପଚାର କରାଯାଇଥିଲା। ଏବେ ବି ତା’ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଅଛି। ଅପରାଧ ଘଟିବା ପରଠାରୁ ଏଯାବତ ସେ ଗୋଟିଏ ଶବ୍ଦ ବି କହିନାହିଁ।

ଗୁପ୍ତାଙ୍ଗରେ ୨୮ଟି ଷ୍ଟିଚ୍‌
ମସ୍ତିଷ୍କରେ ଗଭୀର ଆଘାତ
ଦେହସାରା କାମୁଡ଼ା କ୍ଷତ

ଉଲ୍ଲେଖଯୋଗ୍ୟ, ୫ ଦିନ ତଳେ ଏହି ଘଟଣା  ଘଟିଛି।  ଶିବପୁରୀର ଏହି ୫ ବର୍ଷୀୟା ଶିଶୁ ଫେବ୍ରୁଆରି ୨୩ ତାରିଖରେ ନିଖୋଜ ହୋଇଯାଇଥିଲା।  ତେବେ ପ୍ରାୟ ୨ ଘଣ୍ଟା ପରେ ଶିଶୁଟିକୁ ଅଚେତ ଅବସ୍ଥାରେ ପଡ଼ୋଶୀଙ୍କ ବାଲକୋନି‌ରୁ ଉଦ୍ଧାର କରାଯାଇଥିଲା।  ଶିଶୁର ପରିବାର ସଦସ୍ୟ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦେବାପାଇଁ ଦାବି କରିଛନ୍ତି।  ଶିଶୁର ମା’ କହିଛନ୍ତି, ଅପରାଧୀକୁ ରାସ୍ତାରେ ଗୁଳି କରିଦେବା ଉଚିତ।  ଉକ୍ତ ଘଟଣାକୁ ବିରୋଧ କରି ସ୍ଥାନୀୟ ଲୋକମାନେ  ବି‌କ୍ଷୋଭ ପ୍ରଦର୍ଶନ କରିଛନ୍ତି।  ଉଭୟ କଂଗ୍ରେସ ଏବଂ ବିଜେପି ଏହି ଘଟଣାରେ ଅଭିଯୁକ୍ତ ପାଇଁ ମୃତ୍ୟୁଦଣ୍ଡ ଦାବି କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button