ଶୋଇବା ସମୟରେ ଭୁଲରେ ବି ଏହି ସବୁ ଜିନିଷ ପାଖରେ ରଖନ୍ତୁ ନାହିଁ, ଆସିଥାଏ ଦରିଦ୍ରତା

ବାସ୍ତୁ ଶାସ୍ତ୍ର ଆମ ଜୀବନ ସହ ସମ୍ବନ୍ଧିତ ପ୍ରତ୍ୟେକ ଜିନିଷ ଗୁଡିକର ସମ୍ପର୍କ, ଏହାର ଦିଗ, ଉପଯୋଗ ଓ ଲାଭ କିପରି ହେବା ଉଚିତ ତାହା ଆମକୁ ଅବଗତ କରାଇ ଥାଏ । ଆମର ନିତ୍ୟ ବ୍ୟବହାର୍ଯ୍ୟ ଵସ୍ତୁ ଗୁଡିକ କେଉଁ ଉପାୟରେ ଆମର କ୍ଷତି କରିପାରେ ଏହା କେହି ଜାଣନ୍ତି ନାହିଁ । ହୋଇପାରେ ଆମେ କିଛି ଏପରି ଭୁଲ୍ କରୁଥାଉ ଯାହା ଆମର ସଫଳତା ରେ ପ୍ରତିବନ୍ଧକ ସାଜୁଛି ।
ସେଥିପାଇଁ ଆଜି ଆମେ ଜାଣିବା ଶୋଇବା ସମୟରେ କେଉଁ ଜିନିଷ ଗୁଡିକ ଆମ ମୁଣ୍ଡ ପାଖ କିମ୍ବା ଆଖପାଖରେ ରଖିବା ଉଚିତ୍ ନୁହେଁ ଓ କେଉଁ ଜିନିଷ ଗୁଡିକ ଆମର ନିଦ ଓ ସକାରାତ୍ମକ ଉର୍ଜା ଦୁଇଟିକୁ ବଢ଼ିବାରେ ସାହାଯ୍ୟ କରେ । ଶୋଇବା ସମୟରେ କେଉଁ ଜିନିଷ ଗୁଡିକ ପାଖରେ ରଖିବା ଉଚିତ ।
ଯଦି ଆପଣଙ୍କୁ ନିଦ ହେବାରେ ବହୁତ ଅସୁବିଧା ହେଉଅଛି ତେବେ କିଛି କର୍ପୁର ଖଣ୍ଡ ଏକ କନାରେ ଗୁଡ଼ାଇ ନିଜ ପାଖରେ ରଖି ନିଅନ୍ତୁ ଓ ଏହାର ବାସନା କୁ ମଧ୍ୟ ଶୁଙ୍ଘନ୍ତୁ । କର୍ପୁର ସକାରାତ୍ମକ ଉର୍ଜାର ସବୁଠୁ ବଡ ସ୍ରୋତ ଅଟେ । ଏହା ଦ୍ୱାରା ମସ୍ତିଷ୍କ ଶାନ୍ତ ହୁଏ, ଅଧିକ ଖରାପ ଚିନ୍ତା ବା ଖରାପ ସ୍ବପ୍ନ ଆସେ ନାହିଁ ।
ସମ୍ଭବପର ଆପଣଙ୍କ ଉପରେ କିଛି ଖରାପ ନଜର କିମ୍ବା ନକାରାତ୍ମକ ଉର୍ଜାର ପ୍ରଭାବ ପଡିଛି ସେଥିପାଇଁ ଆପଣଙ୍କୁ ନିଦ ହେଉନାହିଁ । ଏଥିରୁ ମୁକ୍ତି ପାଇଵା ପାଇଁ ଅଳ୍ପ କିଛି ଗୋଟା ଚାଉଳ ଦାନା ଏକ ଲାଲ କପଡ଼ାରେ ବାନ୍ଧି ମୁଣ୍ଡ ରଖି ଶୋଉଥିବା ତକିଆ ତଳେ ରଖି ଦିଅନ୍ତୁ । ଗୋଟା ଚାଉଳ ଶୁଦ୍ଧତା ର ପ୍ରତୀକ ଅଟେ । ଏହାଦ୍ୱାରା ନକାରାତ୍ମକ ଉର୍ଜା ଆପଣଙ୍କ ନିକଟକୁ ଆସିବା ନାହିଁ ।
ଶୟନ କକ୍ଷରେ ଶୁଦ୍ଧ ବାତାବରଣ ରହିବା ବହୁତ ଆବଶ୍ୟକ ଅଟେ । ଏଥିପାଇଁ କକ୍ଷରେ ବିଛଣା ପାଖରେ ଥିବା କାନ୍ଥରେ ଏକ ମୟୁର ପର ଲଗାଇ ରଖନ୍ତୁ । ଏହା ଦ୍ୱାରା ସକାରାତ୍ମକ ବିଚାରର ଆଗମନ ହୁଏ ।
୨ ଶୋଇବା ସମୟରେ କେଉଁ ଜିନିଷ ଗୁଡିକ ପାଖରେ ରଖିବେ ନାହିଁ, ପ୍ରଥମ ଜିନିଷ ହେଲା ଅପରିଷ୍କାର ଲୁଗାପଟା । ଲୁଗା ବଦଳାଇବା ପାରେ ପ୍ରାୟ ଲୋକ ତାହାକୁ ନିଜ ବିଛଣା ଆଖପାଖରେ ରଖି ଦିଅନ୍ତି । କିନ୍ତୁ ଏପରି କରିବା ଦ୍ୱାରା ନକାରାତ୍ମକ ଉର୍ଜାର ସଞ୍ଚାର ହୁଏ । ଦ୍ଵିତୀୟରେ ହେଲେ ଜୋତା, ଚପଲ, ବେଲ୍ଟ, ରୁମାଲ ଓ ମାସ୍କ । ପୁରା ଦିନ ଏହି ଜିନିଷ ଗୁଡିକ ବ୍ୟବହାର କରି ପାରିବେ, କିନ୍ତୁ ଶୋଇବା ସମୟରେ ଏହି ଜିନିଷ ଗୁଡିକୁ ନିଜ ବିଛଣା ଠାରୁ ଦୂରରେ ରଖନ୍ତୁ । ବୈଜ୍ଞାନିକ ଦୃଷ୍ଟି କୋଣରୁ ମଧ୍ୟ ଏହି ଜିନିଷ ଗୁଡିକ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ । ଏହି ସବୁରୁ ବାସ୍ତୁ ଦୋଷ ମଧ୍ୟ ଲାଗିପାରେ ।