ଏହି ୪ଟି ଜିନିଷ ମଣିଷ ଜାତି ପାଇଁ ଅମୃତ ସମାନ କିନ୍ତୁ ଅନ୍ୟ ପ୍ରାଣୀଙ୍କ ପାଇଁ ବିଷ, ଖାଇଲା ମାନେ ହୁଏ ତୁରନ୍ତ ମୃତ୍ୟୁ

ଦୁନିଆରେ ଏପରି ଅନେକ ଖାଦ୍ୟ ସାମଗ୍ରୀ ଅଛି ଯାହା ଆମ ପାଇଁ ଅମୃତ ସହିତ ସମାନ ତ ଅନ୍ୟମାନଙ୍କ ପାଇଁ ବିଷ ସମାନ। ତେବେ ଏହା ବ୍ୟକ୍ତିର ପ୍ରଭାବ ଉପରେ ନିର୍ଭର କରେ, କିନ୍ତୁ ଆମେ ଏଠାରେ କହୁଛୁ କିଛି ଖାଦ୍ୟ ଅଛି ଯାହା ଆମ ପାଇଁ ଅମୃତ କିନ୍ତୁ ପଶୁମାନଙ୍କ ପାଇଁ ବିଷାକ୍ତ ହୋଇଥାଏ । ତାହେଲେ ଆସନ୍ତୁ ଏଥିରୁ କେବଳ 4ଟି ବିଶେଷ ଜିନିଷ ବିଷୟରେ ଜାଣିବା ।

ମହୁ : ମହୁ ହେଉଛି ଏକମାତ୍ର ପଦାର୍ଥ ଯାହା କେବେବି ନଷ୍ଟ ହୁଏ ନାହିଁ । ଏହା ମାନବଜାତି ପାଇଁ ଅମୃତ ପରି କାରଣ ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଏହା ଅମୃତ ସହିତ ସମାନ । ମହୁର ମୁଖ୍ୟ କାର୍ଯ୍ୟ ହେଉଛି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା କିନ୍ତୁ ଯଦି ଗୋଟିଏ କୁକୁର ଏହି ମହୁକୁ ଚାଟିଦିଏ ତେବେ ତାର ମୃତ୍ୟୁ ହୋଇପାରେ ।
ଘିଅ : ଦେଶୀ ଗାଈର ଘିଅ ମଣିଷ ପାଇଁ ଅମୃତ ଭାବରେ ବିବେଚନା କରାଯାଏ । ଏହାକୁ ଆଖିରେ ଲଗାଇବା ଦ୍ୱାରା ଆଖିର ଜ୍ୱଳନ ଭଲହେବା ସହିତ ନାଭିରେ ଲଗାଇଲେ ଅନେକ ପ୍ରକାରର ରୋଗ ଦୂର ହୋଇଯାଏ । କିନ୍ତୁ ଏହି ଘିଅ ଉପରେ ଯଦି ଭୁଲରେ ମାଛି ବସିଯାଏ ତାହେଲେ ସେ ଉଡିପାରେ ନାହିଁ, ଏମିତିକି ଏହା ଉପରେ ବସିଲେ ମାଛି ମରିଯାଏ ।

ମିଶ୍ରି : ମଧୁରୀ ସହିତ ମିଶ୍ରି ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢିଥାଏ । ଆୟୁର୍ବେଦରେ ମିଶ୍ରିକୁ ଅମୃତ ଭାବରେ ବିବେଚନା କରାଯାଏ, କିନ୍ତୁ ଯଦି କୌଣସି ଗଧକୁ ଏହା ଖାଇବାକୁ ଦିଆଯାଏ ତାହେଲେ ତାର ମୃତ୍ୟୁ ହୋଇପାରେ ।

ନିମ୍ବୋଲି(ନିମ୍ବ ଫଳ) : ଆୟୁର୍ବେଦ ଅନୁଯାୟୀ ନିମ୍ବ ଗଛର ଛେଲି, ପତ୍ର ଏବଂ ନିମ୍ବୋଲି ସବୁ ଉପଯୋଗୀ ଏବଂ ଏହା ଅମୃତ ସହିତ ସମାନ । ଏହା ମଧ୍ୟ ମାନବ ଜାତି ପାଇଁ ଅମୃତ ପରି କିନ୍ତୁ ଯଦି ଏହି ନିମ୍ବୋଲିକୁ କାଉ ଖାଏ ତେବେ ତାର ମୃତ୍ୟୁ ହୋଇଥାଏ ।



