ଜୀବନଶୈଳୀ

ସ୍ୱାମୀଙ୍କ ଠାରୁ କାହିଁକି ସ୍ତ୍ରୀ ଲୁଚାଇଥାଏ ଏହି ୫ଟି କଥା, ଜାଣନ୍ତୁ ପ୍ରତ୍ୟେକ ମହିଳା ନିଜ ସ୍ୱାମୀଙ୍କଠାରୁ କଣ ଲୁଚାନ୍ତି

ହିନ୍ଦୁ ଶାସ୍ତ୍ର ରେ ବିବାହ କୁ ବହୁତ ଶୁଭ ଏବଂ ଅତି ମହତ୍ୱପୂର୍ଣ୍ଣ କୁହାଯାଏ । ବିବାହ ପରେ ଉଭୟ ପୁରୁଷ ଓ ସ୍ତ୍ରୀ ଙ୍କ କର୍ତ୍ତବ୍ୟ ଓ ଦାୟିତ୍ଵ ରହିଥାଏ । ପତି ଓ ପତ୍ନୀ ମିଶି ସମସ୍ତ ପରିସ୍ଥିତି ର ସାମ୍ନା କରିଥାନ୍ତି। କିନ୍ତୁ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ନାରୀ ମାନଙ୍କୁ ଆଜି ପର୍ଯ୍ୟନ୍ତ କେହି ବି ବୁଝି ପାରନ୍ତି ନାହିଁ ସ୍ଵୟଂ ଈଶ୍ୱର ମଧ୍ୟ ବୁଝି ପାରନ୍ତି ନାହିଁ । ସୃଷ୍ଟି ର ଏହା ଏକ ଏଭଳି ରଚନା ଯାହାକୁ କେହି ବୁଝି ପାରନ୍ତି ନାହିଁ ।

୧- ପ୍ରଥମ କଥାଟି ହେଉଛି ପୁରୁଣା ପ୍ରେମ । ନାରୀ ମାନେ ବିବାହ ପୂର୍ବରୁ ଯଦି କାହା ସହିତ ପ୍ରେମ ସମ୍ପର୍କ ରେ ଥାଆନ୍ତି ତେବେ ସେ କେବେବି ସେହି କଥା ନିଜ ସ୍ୱାମୀ ଙ୍କୁ ଭୁଲ ରେ ମଧ୍ୟ କୁହନ୍ତି ନାହିଁ କାରଣ ଏହା ଦ୍ୱାରା ଝଗଡା ଏବଂ କଳଙ୍କ ଲାଗିବାର ସମ୍ଭାବନା ଥାଏ ଓ ସମ୍ପର୍କ ରେ ତିକ୍ତତା ସୃଷ୍ଟି ହୋଇଥାଏ । ତେଣୁ ସ୍ତ୍ରୀ ନିଜ ସ୍ୱାମୀ ଙ୍କ ଆଗରେ ଏହି କଥା ଲୁଚାଇ ରଖିଥାଏ ।

୨- ଦ୍ୱିତୀୟ କଥାଟି ହେଉଛି ନିଜର ମନର ଇଚ୍ଛା । ସ୍ତ୍ରୀ କେବେବି ନିଜର ଇଛା କୁ ନିଜ ସ୍ୱାମୀ ଆଗରେ କୁହେ ନାହିଁ । ଏବଂ ସ୍ୱାମୀ ର ସବୁ କଥାରେ ସହମତି ପ୍ରକାଶ କରେ ଏବଂ ସ୍ତ୍ରୀ ନିଜର ମନ ଇଚ୍ଛାକୁ ମନ ରେ ହିଁ ମାରି ରଖି ଦେଇଥାଏ ।

୩- ତୃତୀୟ କଥାଟି ହେଉଛି ସ୍ତ୍ରୀ ନିଜ ସ୍ୱାମୀ କୁ କେବେବି ନିଜ ରୋଗ ଏବଂ ଅସୁସ୍ଥତା ବିଷୟରେ କେବେବି କୁହେ ନାହିଁ । ସେ ଭାବେ ଏହି କଥା ପାଇଁ ସ୍ବାମୀ ଙ୍କୁ ଅଯଥା ଅସୁବିଧା ଏବଂ ଚିନ୍ତା ହେବ । ତେଣୁ ସ୍ତ୍ରୀ ନିଜ ସ୍ୱାମୀ ଙ୍କୁ ଏହି କଥା କୁହେ ନାହିଁ ।

୪- ଚତୁର୍ଥ କଥା ଟି ହେଉଛି ପଇସା । ପ୍ରାୟତଃ ସ୍ତ୍ରୀ ମାନେ ନିଜ ସ୍ୱାମୀ ଙ୍କୁ ପଇସା ସମ୍ବନ୍ଧୀୟ କଥା କୁ ଲୁଚାଇ ରଖନ୍ତି । ଏହା ବିଷୟରେ ସ୍ୱାମୀ ଙ୍କୁ କୁହନ୍ତି ନାହିଁ । କିନ୍ତୁ ପରେ ଯେତେବେଳେ ସ୍ୱାମୀ ର ଆବଶ୍ୟକ ହୋଇଥାଏ ସେତେବେଳେ ସ୍ତ୍ରୀ ସେହି ପଇସା ମାଧ୍ୟମରେ ନିଜ ସ୍ୱାମୀ ଙ୍କୁ ସାହାଯ୍ୟ କରିଥାଏ।

୫- ପ୍ରାୟତଃ ମହିଳାମାନେ କୌଣସି ପ୍ରକାରର ଛୋଟ କିମ୍ବା ବଡ ରୋଗ ଦ୍ୱାରା ଅସୁବିଧାରେ ପଡ଼ନ୍ତି। କିନ୍ତୁ ପତ୍ନୀ ଶୀଘ୍ର ତାଙ୍କ ଅସୁସ୍ଥତା ବିଷୟରେ ସ୍ୱାମୀଙ୍କୁ କୁହନ୍ତି ନାହିଁ। ପତ୍ନୀ ଅନୁଭବ କରନ୍ତି ଯେ ସ୍ୱାମୀ ଅନାବଶ୍ୟକ ଭାବରେ ଚିନ୍ତିତ ହେବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button