ଶୀତ ଅଧିବେଶନର ନବମ ଦିବସ: ଆଦାନୀ ତାତି ଥମୁନି ଗୃହ ବାରମ୍ବାର ମୁଲତବୀ

ନୂଆଦିଲ୍ଲୀ: ଆଦାନୀ ପ୍ରସଙ୍ଗରେ ଆଜି କଂଗ୍ରେସ ସାଂସଦମାନେ ‘ମୋଦୀ-ଆଦାନୀ ଏକ୍ ହେଁ’ ସ୍ଲୋଗାନ୍ ଲେଖାଥିବା ଜ୍ୟାକେଟ୍ ପିନ୍ଧି ସଂସଦ ଭବନ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଦାନୀଙ୍କ ବିରୋଧରେ ଆମେରିକା ଅଦାଲତରେ ହୋଇଥିବା ମାମଲାରେ ବିରୋଧୀ ସଦସ୍ୟମାନେ ଜେପିସି (ଯୁଗ୍ମ ସଂସଦୀୟ କମିଟି) ତଦନ୍ତ ଦାବି କରିଛନ୍ତି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନ୍ୟ ବିରୋଧୀ ସାଂସଦମାନେ ମୋଦୀ-ଆଦାନୀ ଲେଖାଥିବା କଳା ହାଫ୍ ଜ୍ୟାକେଟ୍ ପିନ୍ଧି ପ୍ରତୀକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ଆଦାନୀଙ୍କୁ ତଦନ୍ତ କରିପାରିବେନି କାରଣ ଏହା ତାଙ୍କ ନିଜକୁ ତଦନ୍ତ କରିବା ସଦୃଶ ହୋଇଯିବ। ଅନ୍ୟପକ୍ଷେ ସଂସଦର ପ୍ରବେଶ ପଥରେ ଆନ୍ଦୋଳନ କରିବାକୁ ବିରୋଧ କରି ବାଚସ୍ପତି ଓମ୍ ବିର୍ଲା ପୁଣିଥରେ ବିରୋଧୀ ସାଂସଦଙ୍କୁ ସତର୍କ କରିଛନ୍ତି।
ପ୍ରବେଶ ପଥ ଅବରୋଧ ନେଇ ସତର୍କ କରାଇଲେ ବାଚସ୍ପତି
ରାଜ୍ୟସଭାରେ ଗୃହୀତ ହେଲା ଭାରତୀୟ ବାୟୁଯାନ ବିଧେୟକ-୨୦୨୪
ଆଜି ଶୀତ ଅଧିବେଶନର ନବମ ଦିନରେ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ହଟ୍ଟଗୋଳ ହୋଇଛି। ଲୋକସଭାରେ ବାରମ୍ବାର ଗୃହକାର୍ଯ୍ୟରେ ବାଧା ଉପୁଯିବାରୁ ଗୃହର ଅଧ୍ୟକ୍ଷତା କରୁଥିବା ଜଗଦମ୍ବିକା ପାଲ୍ ଗୃହକୁ ଦିନକ ପାଇଁ ମୁଲତବୀ ରଖିଥିଲେ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ‘ ଭାରତ ବିରୋଧୀ ତତ୍ତ୍ବ ’ ସହ ଜଡ଼ିତ ବୋଲି ବିଜେପି ଦ୍ବାରା ଦିଆଯାଇଥିବା ଟିପ୍ପଣୀକୁ ବିରୋଧ କରି ଆଜି ଲୋକସଭାରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଏହି କାରଣକୁ ନେଇ ଆଜି ଗୃହକାର୍ଯ୍ୟରେ ବାଧା ଉପୁଜିଥିଲା। ଅନ୍ୟପକ୍ଷରେ ଆଜି ରାଜ୍ୟସଭାରେ ଭାରତୀୟ ବାୟୁଯାନ ବିଧେୟକ ୨୦୨୪ ଗୃହୀତ ହୋଇଛି। ବାଚନିକ ଭୋଟ୍ରେ ଏହି ବିଲ୍ ଗୃହୀତ ହୋଇଛି। ପୂର୍ବରୁ ଏହି ବିଲ୍ ଗତ ଅଗଷ୍ଟ ୯ ତାରିଖରେ ଲୋକସଭାରେ ଗୃହୀତ ହୋଇଥିଲା।
latest news
ambala post image
କୃଷକ ପଦଯାତ୍ରା ପୂର୍ବରୁ ଅମ୍ବାଲାରେ ମୋବାଇଲ୍ ଇଣ୍ଟରନେଟ୍ ବନ୍ଦ୍
xcv post image
ହାଇୱା ଧକ୍କାରେ ସ୍ତ୍ରୀ ମୃତ ଓ ସ୍ୱାମୀ ଗୁରୁତର
ବଫି post image
ଜୀବନ ବଞ୍ଚାଇଥିବା ପୁଲିସ ଅଧିକାରୀଙ୍କ ପାଇଁ ସୁଖବୀର ସିଂ ବାଦଲଙ୍କ ଭାବୁକ ପୋଷ୍ଟ
xcv post image
ଗ୍ୟାସ ପାଇପ୍ ଲାଇନରେ କାମ କରୁଥିବାବେଳେ ଖସିପଡ଼ିଲେ ଶ୍ରମିକ, ଚାଲିଗଲା ଜୀବନ
tindiaaa post image
ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ୍: ୧୮୦ରନ କଲା ଭାରତ, ଏବେ ଅଷ୍ଟ୍ରେଲିଆର ପାଳି


