ଦେଶ ବିଦେଶ

ବେଙ୍ଗାଲୁରୁରେ ସନ୍ଥଙ୍କ ପ୍ରତିମୂର୍ତ୍ତି ବିକୃତ କଲେ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ସିଦ୍ଧଗଙ୍ଗା ମଠର ଲିଙ୍ଗାୟତ ସାଧୁ ଶିବକୁମାର ସ୍ୱାମୀଙ୍କ ପ୍ରତିମୂର୍ତ୍ତିକୁ କଳା ବୋଳି ବିକୃତ କରାଯାଇଛି। ଅଭିଯୁକ୍ତ ୩୭ ବର୍ଷୀୟ ଡେଲିଭରି ବୟ ଶ୍ରୀକୃଷ୍ଣଙ୍କୁ ପୁଲିସ ଗିରଫ କରିଛି। କିନ୍ତୁ ଏହି କାର୍ଯ୍ୟ ପାଇଁ ତାଙ୍କ ସ୍ପଷ୍ଟୀକରଣ ଉଭୟ ପୁଲିସ ଓ କର୍ଣ୍ଣାଟକବାସୀଙ୍କୁ ଚକିତ କରିଛି। ଆନ୍ଧ୍ରପ୍ରଦେଶର ବାସିନ୍ଦା ଶ୍ରୀକୃଷ୍ଣ ପଚରାଉଚରା ସମୟରେ ଅପରାଧ ସ୍ୱୀକାର କରି କହିଛନ୍ତି ଯେ ସେ ସ୍ୱପ୍ନରେ ଯୀଶୁ ଖ୍ରୀଷ୍ଟଙ୍କ ଦର୍ଶନ ଦ୍ୱାରା ପ୍ରତିମୂର୍ତ୍ତିକୁ ନଷ୍ଟ କରିବାକୁ ପ୍ରେରଣା ପାଇଥିଲେ। ବେଙ୍ଗାଲୁରୁର ବୀରଭଦ୍ର ନଗରରେ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଶ୍ରୀକୃଷ୍ଣ ପ୍ରତିମୂର୍ତ୍ତି ନିକଟକୁ ଆସି ଘଟଣାସ୍ଥଳରୁ ଚାଲିଯିବା ପୂର୍ବରୁ ଏହାକୁ ଆଂଶିକ ବିକୃତ କରି ଦେଇଥିଲେ। ସକାଳୁ ସ୍ଥାନୀୟ ବାସିନ୍ଦା ଏହି ଅଘଟଣ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ପୁଲିସ ଶ୍ରୀକୃଷ୍ଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ବେଙ୍ଗାଲୁରୁର ଆର୍ଚବିଶପ ଡକ୍ଟର ପିଟର ମାଚାଡୋ ଅଭିଯୁକ୍ତଙ୍କ ଯୁକ୍ତିକୁ ଭିତ୍ତିହୀନ ଓ ନିନ୍ଦନୀୟ ବୋଲି କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button