ଦେଶ ବିଦେଶ

ପାତପରଗଞ୍ଜରୁ ଅଭଦ୍ ଓଝା, ସିସୋଦିଆ ଲଢ଼ିବେ ଜାଙ୍ଗପୁରାରୁ

ନୂଆଦିଲ୍ଲୀ: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦଳ ଜାଙ୍ଗପୁରାରୁ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସ୍ଥିର କରିଥିବା ବେଳେ ସିଭିଲ ସର୍ଭିସ ଶିକ୍ଷକ ଅଭଦ୍ ଓଝାଙ୍କ ନାମ ପୂର୍ବ ଦିଲ୍ଲୀର ପାତପରଗଞ୍ଜରୁ ଘୋଷଣା କରିଛି।

ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିଵାଲ ଆଜି କଂଗ୍ରେସ ତଥା ଇଣ୍ଡି ମେଣ୍ଟକୁ ବଡ଼ ଝଟ୍‌କା ଦେଇଛନ୍ତି। ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳ ଏକାକୀ ଲଢ଼ିବ ବୋଲି କେଜ୍ରିୱାଲ ଘୋଷଣା କରିବା ସହ ଦିଲ୍ଲୀରେ ମେଣ୍ଟ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଜାତୀୟ ରାଜଧାନୀରେ ରାଜନୀତି ସରଗରମ ହେଉଥିବା ବେଳେ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଅନେକ ହାଇପ୍ରୋଫାଇଲ ଦଳବଦଳ ହୋଇସାରିଛି ଏବଂ ଅନେକ କଂଗ୍ରେସ ଓ ବିଜେପି ନେତା ଆପ୍‌ରେ ସାମିଲ ହୋଇଛନ୍ତି।

ଦିଲ୍ଲୀରେ କଂଗ୍ରେସ, ସମାଜବାଦୀ ପାର୍ଟି ଓ ଅନ୍ୟ ଇଣ୍ଡି ମେଣ୍ଟ ସହଯୋଗୀମାନେ ଆପ୍‌ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ଯୋଜନା କରୁଥିବା ବେଳେ କେଜ୍ରୱାଲଙ୍କ ଏକପାଖିଆ ଘୋଷଣା ଚର୍ଚ୍ଚାର ବିଷୟ ହୋଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତରରେ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆପ୍ କାହା ସହ କୌଣସି ମେଣ୍ଟ କରିବ ନାହିଁ। କେଜ୍ରିୱାଲଙ୍କ ଏହି ଘୋଷଣା ଇଣ୍ଡି ମେଣ୍ଟରେ ବିଭାଜନର ସଙ୍କେତ ଦେଉଥିବା ବେଳେ ବିଜେପିକୁ ଏହା ସୁହାଇବ ବୋଲି କୁହାଯାଉଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button