ଜୀବନଶୈଳୀ

ବିଲେଇ କହିଥାଏ ଆପଣଙ୍କ ଭବିଷ୍ୟ, ଯଦି ଏହିସବୁ ଇସାରାକୁ ବୁଝିଯିବେ ତେବେ ଜୀବନର ସବୁ ସମସ୍ୟା ଦୂର ହୋଇ ଯିବ

ଆଜିର ପୋଷ୍ଟରେ ଆମେ ଆପଣମାନଙ୍କୁ ଜଣେଇବୁ ବିଲେଇ କେମିତି କହିଥାଏ ଆପଣଙ୍କ ଭବିଷ୍ୟତ। ଯଦି ଆପଣ ଏହି ସବୁ ଇସାରା ବୁଝିଯିବେ ତେବେ ଜୀବନରେ ସବୁ ସମସ୍ୟା ଦୂର ହୋଇଯିବ। ଆମ ଭାରତ ଏକ ଧାର୍ମିକ ଦେଶ ଅଟେ। ଆମ ଦେଶରେ ଅନେକ ପ୍ରକାରର ମାନ୍ୟତା ରହିଅଛି। ଯେପରିକି ବିଲେଇ ଆପଣଙ୍କର ରାସ୍ତା କାଟି ଚାଲିଗଲେ ଅଶୁଭ ହୋଇଥାଏ। ଏବଂ ସେହି ରାସ୍ତାରେ ଅନ୍ୟ ଜଣେ ବ୍ୟକ୍ତି ଯିବା ପରେହିଁ ଆପଣ ଯିବେ। ଏପରି ଅନେକ କିଛି ଘଟଣା ଲୋକେ ଶୁଭ ଏବଂ ଅଶୁଭ ଆଦି ମାନିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେଇବୁ ବିଲେଇ ରାସ୍ତା କାଟିବା ଅଶୁଭ ହୋଇନଥାଏ। ବିଲେଇ ଯଦି ଆପଣଙ୍କର ବାମରୁ ଡାହାଣକୁ ଯାଇଥାଏ ତେବେ ଲୋକେ ଏହାକୁ ଅଶୁଭ ମାନିଥାନ୍ତି। ପ୍ରତ୍ୟେକ ସମୟରେ ବିଲେଇ ରାସ୍ତା କାଟିବା ଅଶୁଭ ହୋଇନଥାଏ। ଏହା ଶୁଭ ସଂକେତ ମଧ୍ୟ ହୋଇଥାଏ। ଶାସ୍ତ୍ର ଅନୁସାରେ ଭଗବାନ ରାହୁଙ୍କର ବାହାନ ହେଉଛନ୍ତି ବିଲେଇ। ଭଗବାନ ରାହୁଙ୍କର ଖରାପ ପ୍ରଭାବ ଦ୍ୱାରା ଆପଣଙ୍କର ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ବିଲେଇ କେଉଁ ପ୍ରକାରର ସଂକେତ ଦେଇଥାଏ। ଯଦି ଆପଣଙ୍କ ଘରେ ବିଲେଇ କାନ୍ଦିବାର ଶବ୍ଦ ଶୁଣନ୍ତି, ତେବେ ଏହାର ଅର୍ଥ ଆପଣଙ୍କ ସହିତ କିଛି ଅଘଟଣ ଘଟିପାରେ।

ଯଦି ଆପଣଙ୍କ ଘର ପାଖରେ ବିଲେଇ ମାରାପିଟା ଲାଗିଛନ୍ତି ତେବେ ଏହାର ଅର୍ଥ ଆପଣଙ୍କର କାହା ସହିତ କଳି ଝଗଡା ହୋଇପାରେ। ଦୀପାବଳୀ ଦିନ ବିଲେଇ ଆପଣଙ୍କ ଘରକୁ ଆସିବା ଶୁଭ ହୋଇଥାଏ। ଏହି ଦିନ ଘରକୁ ବିଲେଇ ଆସିଲେ ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବର୍ଷି ଥାଏ। ଯଦି ଶୋଇଥିବା ବ୍ୟକ୍ତିଙ୍କୁ ବିଲେଇ ଚାଟି ଥାଏ ତେବେ ସେହି ବ୍ୟକ୍ତିଙ୍କୁ କୌଣସି ସରକାରୀ ସମସ୍ୟାରେ ବୁଡି ରହିବେ।

ଯଦି ବିଲେଇ ଗୋଡ଼ ଚାଟେ ତେବେ ଏହା ରୋଗର ସଂକଟ ଅଟେ। ଯଦି ଆପଣଙ୍କ ମୁଣ୍ଡ ଉପର ଦେଇ ବିଲେଇ ଚାଲିଯାଇଥାଏ ତେବେ ଆପଣ କୌଣସି ସମସ୍ୟାରେ ପଡ଼ିଥାନ୍ତି। ଯଦି ଘରେ ଥିବା କ୍ଷୀରକୁ ବିଲେଇ ଲୁଚିକି ପିଇଥାଏ ତେବେ ଆପଣଙ୍କ ଘରର ଧନ ହାନି ହେବାର ସୂଚନା ଦେଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button