ଦେଶ ବିଦେଶ

ଅଚଳାବସ୍ଥା ନେଇ ଟିଏମ୍‌ସି କ୍ଷୁବ୍ଧ: କଂଗ୍ରେସ ଓ ବିଜେପିକୁ ଦାୟୀକଲା

ନୂଆଦିଲ୍ଲୀ: ଇଣ୍ଡି ମେଣ୍ଟରେ ଫାଟ ବଢ଼ିଛି। ଇଣ୍ଡି ମେଣ୍ଟ ସହଯୋଗୀ କଂଗ୍ରେସ ଏବଂ ଟିଏମ୍‌ସି ନେତାମାନେ ଲଗାତାର ପରସ୍ପର ବିରୋଧୀ ବୟାନ ଦେଇଚାଲିଛନ୍ତି। ଲୋକସଭା ସୁରୁଖୁରୁରେ ପରିଚାଳନା କରାଯିବା ବିରୋଧୀ ଦଳର ଲକ୍ଷ୍ୟ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି କହିଥିବା ବେଳେ ଏହାର ଠିକ୍‌ ବିପରୀତ କଥା କହି ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ କେବଳ କଂଗ୍ରେସ ଓ ବିଜେପି ପାଇଁ ଗୃହ ଅଚଳ ହେଉଛି। କଂଗ୍ରେସର ରଣନୀତି ଯୋଗୁଁ ଗୃହରେ ଅନ୍ୟ ପ୍ରସଙ୍ଗ ଉଠିପାରୁନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଆଜି ସଂସଦ ବାହାରେ ସାମ୍ବାଦିକମାନଙ୍କୁ ଟିପ୍ପଣୀ ଦେଇ ରାହୁଲ ଗାନ୍ଧୀ କହିଥିଲେ, ବିଭିନ୍ନ ପ୍ରସଙ୍ଗରେ ଗୃହରେ ଆଲୋଚନା ହେବା ଉଚିତ।

ବିଜେପି ନେତାମାନେ ତାଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ କରିଥିବା ରାହୁଲ କହିଛନ୍ତି। ଗୃହରେ ଆଲୋଚନାକୁ ଏଡ଼ାଇବାପାଇଁ ତାଙ୍କ ବିରୋଧରେ ଅଭିଯୋଗ କରାଯାଉଛି ବୋଲି ସେ କହିଛନ୍ତି। ତେବେ ରାହୁଲଙ୍କ ବୟାନକୁ ଖଣ୍ଡନ କରି ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି, ବିଜେପି ଏବଂ କଂଗ୍ରେସର ଯୋଜନା ଅନୁଯାୟୀ ଗୃହ ପରିଚାଳନା କରାଯାଉଛି। ଗୃହ କେତେଦିନ ପର୍ଯ୍ୟନ୍ତ ଚାଲିବ ସେମାନେ ନିଷ୍ପତ୍ତି ନେଉଛନ୍ତି। ଲଗାତାର ହଟ୍ଟଗୋଳ ଯୋଗୁଁ ଆମମାନଙ୍କୁ କହିବାପାଇଁ ସୁଯୋଗ ମିଳୁନାହିଁ। ଆଜି ସକାଳେ ରାହୁଲ ଗାନ୍ଧୀ ଏବଂ ଅନ୍ୟ ଇଣ୍ଡି ମେଣ୍ଟ ନେତାମାନେ ସଂସଦରେ ବିଜେପି ସଦସ୍ୟମାନଙ୍କୁ ଗୋଲାପ ଏବଂ ତ୍ରିରଙ୍ଗା ଦେଇ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କୁ ଗୃହ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିବାପାଇଁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷେ ରାହୁଲ ଗାନ୍ଧୀ ଆଜି ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଭେଟିଛନ୍ତି ଏବଂ ତାଙ୍କ ବିରୋଧରେ ବିଜେପି ସାଂସଦମାନେ ଦେଇଥିବା ଅପମାନଜନକ ଟିପ୍ପଣୀ ହଟାଇବାପାଇଁ ଅନୁରୋଧ କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button