ଦେଶ ବିଦେଶ

ଏହି ବ୍ଲଡ୍ ଗ୍ରୁପର ଲୋକମାନଙ୍କୁ କମ୍ ଖାଇବା ଦରକାର ଚିକେନ୍-ମଟନ୍, ନହେଲେ ହେବ ସାଂଘାତିକ ଅବସ୍ଥା, ଜାଣନ୍ତୁ

ଆପଣ ମଧ୍ୟ ଆମିଷ ଖାଇବାକୁ ପସନ୍ଦ କରିଥାନ୍ତି କି? ଯଦି ହଁ ତେବେ ଏହାକୁ ଖାଇବା ପୂର୍ବରୁ ନିଜ ବ୍ଲଡ଼ ଗ୍ରୁପ କଣ ତାହା ନିଶ୍ଚିତ ଜାଣି ରଖନ୍ତୁ କାରଣ ମଣିଷର ବ୍ଲଡ଼ ଗ୍ରୁପ ସହିତ ଖାଦ୍ୟ ଏବଂ ପାନୀୟର ସିଧା ସମ୍ବନ୍ଧ ରହିଥିବା ନେଇ ସଦ୍ୟ ପ୍ରକାଶିତ ଏକ ଅଧ୍ୟୟନରୁ ଜଣା ପଡ଼ିଛି। ମଣିଷ ଶରୀରରେ ଚାରି ପ୍ରକାରର ବ୍ଲଡ଼ ଯଥା:-O, A, B କିମ୍ବା AB ଦେଖାଯାଇଥାଏ। ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ବ୍ଲଡ଼ ଗ୍ରୁପର ଲୋକେ କେଉଁ ଖାଦ୍ୟ ଖାଇବା ଉଚିତ:-

୧. O ବ୍ଲଡ଼ ଗ୍ରୁପ:- O ବ୍ଲଡ଼ ଗ୍ରୁପ ଥିବା ଲୋକମାନେ ମାଛ, ମାଂସ, ଅଣ୍ଡା ଇତ୍ୟାଦି ଠିକ ପରିମାଣରେ ଖାଇପାରିବେ କିନ୍ତୁ ଶସ୍ୟ ଜାତୀୟ ପଦାର୍ଥ କୁ ଏମାନେ ସନ୍ତୁଳିତ ମାତ୍ରାରେ ଖାଇବା ଉଚିତ ଅଟେ।

୨. A ବ୍ଲଡ଼ ଗ୍ରୁପ:- A ବ୍ଲଡ଼ ଗ୍ରୁପର ଲୋକମାନଙ୍କ ଇମ୍ୟୁନ ସିଷ୍ଟମ ସମ୍ବେଦନଶୀଳ ହୋଇଥାଏ। ତେଣୁ ସେମାନେ କମ ମାତ୍ରାରେ ଆମିଷ ଖାଇବା ଉଚିତ। ଏମାନେ ନିଜ ଖାଦ୍ୟରେ ସବୁଜ ପନିପରିବା, ଗାଜର, ନାସପାତି ଇତ୍ୟାଦି ଖାଇବା ଉଚିତ।

୩. B ବ୍ଲଡ଼ ଗ୍ରୁପ:- B ବ୍ଲଡ଼ ଗ୍ରୁପ ଥିବା ବ୍ୟକ୍ତିମାନେ ସମସ୍ତ ପ୍ରକାରର ଖାଦ୍ୟ ଖାଇ ପାରିବେ। ସେମାନେ ଆମିଷ ଏବଂ ଦୁଦ୍ଧ ଜାତୀୟ ସମସ୍ତ ପଦାର୍ଥ ଖାଇପାରିବେ।

୪. AB ବ୍ଲଡ଼ ଗ୍ରୁପ:- AB ବ୍ଲଡ଼ ଗ୍ରୁପର ବ୍ୟକ୍ତିମାନେ ବିରଳ ହୋଇଥାନ୍ତି। ଏହି କାରଣରୁ ସେମାନକୁ କମ ମାତ୍ରାରେ ଆମିଷ ଖାଇବା ପାଇଁ କୁହାଯାଇଥାଏ। ଏହା ବ୍ୟତୀତ ସେମାନେ ଦୁଦ୍ଧ ଜାତୀୟ ସମସ୍ତ ପଦାର୍ଥକୁ ସନ୍ତୁଳିତ ଉପରେ ଖାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button