ସ୍ୱାସ୍ଥ୍ୟ

ନିଦରୁ ଉଠି ପାଣି ପିଇବାର ଅଭ୍ୟାସ ଅଛି କି? ତେବେ ଜାଣି ରଖନ୍ତୁ ଏହିସବୁ ଜରୁରୀ କଥା

ଶରୀରକୁ ସୁସ୍ଥ ରଖିବାର ଅଛି ତ କେତୋଟି ଭଲ ଅଭ୍ୟାସକୁ ନିଜ ଲାଇଫ ଷ୍ଟାଇଲରେ ସାମିଲ କରିବାକୁ ପଡ଼ିବ। ସବୁଠୁ ଭଲ ଅଭ୍ୟାସ ହେଉଛି ସକାଳୁ ଉଠି ପାଣି ପିଇବା। ସକାଳୁ ଉଠି ପାଣି ପିଇବା ଦ୍ବାରା ପାଚନ ଶକ୍ତି ବଢ଼େ। ଏଥିରେ ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥ ବାହାରକୁ ବାହାରିଯାଏ। ସ୍କିନ୍ ପାଇଁ ମଧ୍ୟ ସକାଳୁ ଉଠି ପାଣି ପିଇବା ଭଲ। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ କିଛି ଲୋକ ନିଜକୁ ଫିଟ୍ ରଖିବାକୁ ସବୁ କିଛି କରନ୍ତି।

ଅନେକ ଲୋକ ସକାଳୁ ସକାଳୁ ଖାଲି ପେଟରେ ଲେମ୍ବୁ ସହିତ ଗରମ ପାଣି ପିଅନ୍ତି। ତେଣୁ କିଛି ଲୋକ ଖାଲି ପେଟରେ ଗରମ ପାଣି କିମ୍ବା ସାଧା ପାଣି ପିଅନ୍ତି। ଆଜି କାଲି ବୃକକ ଜନିତ ସମସ୍ୟା ଧୀରେ ଧୀରେ ସାଧାରଣ ହେବାରେ ଲାଗିଛି । ଗବେଷଣାରୁ ଜଣା ପଡ଼ିଛି ଯେ ମଣିଷର ପରିବର୍ତ୍ତିତ ଜୀବନଶୈଳୀ ଏହାର ମୁଖ୍ୟ କାରଣ। ତେବେ ଏହି ନୂତନ ଜୀବନଚର୍ଯ୍ୟା ମଣିଷର ବୃକକ ଉପରେ କିଭଳି ସାଙ୍ଘାତିକ ପ୍ରଭାବ ପକାଏ ଆସନ୍ତୁ ଜାଣିବା।

ୟୁରୋଲୋଜିଷ୍ଟ ଦେବଦର୍ଷି ରଥ ମତ ଦିଅନ୍ତି ମଣିଷର ଜୀବନଚର୍ଯ୍ୟା ଭିତରେ ଜଳପାନ ଓ ନିଦ୍ରା ଭଳି କିଛି କାର୍ଯ୍ୟ ବୃକକ ଉପରେ ଅନେକ ପ୍ରଭାବ ପକାଇଥାଏ। ଜଣେ ମଣିଷ ନିଜ କାର୍ଯ୍ୟ କରିବା ପ୍ରଣାଳି ଅନୁଯାୟୀ ପାଣି ପିଇବା ଆବଶ୍ୟକ। ଶରୀର ପାଇଁ ପାଣିର ଆବଶ୍ୟକତା ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ଆମକୁ ସୁସ୍ଥ ଜୀବନ ବଞ୍ଚିବାକୁ ହେଲେ ପ୍ରତିଦିନ ୨-୩ ଲିଟର ପାଣି ପିଇବା ଆବଶ୍ୟକତା ରହିଛି ।

ସାଧାରଣରେ ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତି ୨ ରୁ ୨.୫ ଲାଇଟର ଜଳ ପାନ କରିବାର ଆବଶ୍ୟକତା ରହିଛି। ସେହିଭଳି ରୂପେ ଦିନ ଅପେକ୍ଷା ରାତି ସମୟରେ କମ୍ ମାତ୍ରାରେ ଜଳ ପିଇବା ଆବଶ୍ୟକ। ସେହିଭଳି ଭାବେ ନିଦ ଭାଙ୍ଗିବା ମାତ୍ରେ ପାଣି ପିଇବା ଏକ ଭୁଲ ଅଭ୍ୟାସ। ଯଦି ଏମିତି ଅଭ୍ୟାସ ଥାଏ ତେବେ ନିଦ ଭାଙ୍ଗିବା ପରେ ଗୋଟିଏ ବା ଦୁଇ ଢୋକ ପାଣି ପିଇବା ଉଚିତ୍ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button