ଦେଶ ବିଦେଶ

ଅଗ୍ନିକାଣ୍ଡରେ ଜଳିଗଲେ ପରିବାରର ୬ ସଦସ୍ୟ

ଶ୍ରୀନଗର: ଜମ୍ମୁ-କଶ୍ମୀରର କାଠୁଆରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସଂପୃକ୍ତ ଅଞ୍ଚଳର ଶିବ ନଗରର ଏକ ଘରେ ବ୍ୟାପକ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ କାଠୁଆ ସରକାରୀ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି।

କାଠୁଆ ସରକାରୀ ମେଡିକାଲ କଲେଜର ପ୍ରିନ୍ସପାଲ ଏସ.କେ ଅଟ୍ରି ନିଶ୍ଚିତ କରିଛନ୍ତି ଯେ ଅବସରପ୍ରାପ୍ତ ଡିଏସ୍‌ପିଙ୍କ ଭଡା ଘରେ ନିଆଁ ଲାଗିଯାଇଛି। ଏହି ଅଗ୍ନିକାଣ୍ଡରେ ଘରେ ଉପସ୍ଥିତ ଥିବା ୧୦ଜଣଙ୍କ ମଧ୍ୟରୁ ୬ ଜଣ ପ୍ରାଣ ହରାଇଛନ୍ତି। ଅଟ୍ରିଙ୍କ ଅନୁଯାୟୀ ମୃତ ବ୍ୟକ୍ତିମାନେ ଗୋଟାଏ ପରିବାରର ସଦସ୍ୟ ଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button