ଜୀବନଶୈଳୀ

ଫ୍ରେଞ୍ଚ ଫ୍ରାଇସ ଖାଉଛନ୍ତି କି ? ସାବଧାନ

ପ୍ରତିଟି ଓଡିଆଙ୍କ ଘରେ ରାଜ କରେ ଆଳୁ। ଆଳୁ ନଥିଲେ କିଛି ବି ସମ୍ଭବ ନୁହେଁ। ଛୋଟଠୁ ଆରମ୍ଭ କରି ବୃଦ୍ଧ ଯାଏଁ ସମସ୍ତିଙ୍କୁ କିମିଆ କରୁଛି ଆଳୁ। କେବଳ ଘରେ ଘରେ ନୁହେଁ ବଡ ବଡ ମଲ, ରେଷ୍ଟୁରାଣ୍ଟ, ସିନେମା ହଲ, କାଫେ, ଫୁଟ କୋର୍ଟରେ ମଧ୍ୟ ଆଳୁର ଚାହିବା ଖୁବ ବେସି। ଆଉ ଏଇ ଆଳୁରେ ତିଆରି ହେଉଥିବା ଫ୍ରେଞ୍ଚ ଫ୍ରାଇସ୍ ଏବେ ବେସି ପସନ୍ଦ ଆସୁଛି ସମସ୍ତିଙ୍କୁ। ଫ୍ରେଞ୍ଚ ଫ୍ରାଇସ୍ ଖାଇବାକୁ ପିଲାମାନେ ଯେମିତି ପାଗଳ ହେଉଛନ୍ତି। ଖୁବ କମ ଦିନରେ ଏହି ଆଇଟମ ଚାହିଦା ଖୁବ ବଢିଛି। କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି, ଏହି ଫ୍ରେଞ୍ଚ ଫ୍ରାଇସ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡେ। ଏହା ଆମେ ନୁହେଁ ନିକଟରେ ହୋଇଥିବା ରିସର୍ଚ କହୁଛି। ରିସର୍ଚରୁ ଜଣାପଡିଛି ଯେ, ଯେଉଁ ଲୋକମାନେ ପ୍ରତି ସପ୍ତାହରେ ଫ୍ରେଞ୍ଚ ଫ୍ରାଇସ ୨ଥରରୁ ଅଧିକ ଥର ଖାଆନ୍ତି ସେମାନଙ୍କ ମୃତ୍ୟୁର ଆଶଙ୍କା ଦୁଇଗୁଣ ବଢିଯିବ। ଫ୍ରେଞ୍ଚ ଫ୍ରାଇସରେ ଅଧିକ ପରିମାଣରେ କ୍ୟାଲେରୀ ଥିବାରୁ ଏଥିରେ ଡାଇଜେସନ୍ ପ୍ରୋଟିନ ଏବଂ କାର୍ବୋହାଇଡ୍ରେଟସ୍ କମ ଥାଏ। ପାଟିକୁ ସୁଆଦ ଲାଗୁଥିବା ଏହି ଫ୍ରେଞ୍ଚ ଫ୍ରାଇସକୁ ଯଦି ଆପଣ ପ୍ରତିଦିନ ଖାଉଛନ୍ତି, ତେବେ ପେଟ ଦରଜ, ଡାଇରିଆ, ବାନ୍ତି ସହ ଗ୍ୟାସ ସମସ୍ୟା ସୃଷ୍ଟି ହେବ।

ପାଟିକୁ ଟେଷ୍ଟି ଲାଗୁଥିବା ଏହି ଫ୍ରେଞ୍ଚ ଫ୍ରାଇସ ଖାଇଲେ, ମସ୍ତିସ୍କ ଉପରେ ଖରାପ ପ୍ରଭାବ ପକାଏ। କେବଳ ଏତିକି ନୁହେଁ ଏହାର ପ୍ରଭାବ ଇମ୍ୟୁନ ସିଷ୍ଟମ୍ ଉପରେ ମଧ୍ୟ ପଡେ। ଏଭଳି ଅନ ହେଲଦି ଖାଦ୍ୟ ଖାଇବା ଫଳରେ ରୋଗ ପ୍ରତିରୋଧକ ଶକ୍ତି କମେ,  ଯଦ୍ବାରା ଆମ ଶରୀର ରୋଗ ସହ ଲଢିବାର କ୍ଷମତାକୁ କମାଇ ଦିଏ। ଏତିକି ତ କିଛି ବି ନୁହେଁ, ଫ୍ରେଞ୍ଚ ଫ୍ରାଇସ ଲଗାତାର ଖାଇଲେ ହାର୍ଟ ଆଟାକ, ହାର୍ଟ ବ୍ଲକେଜ ଭଳି ସମସ୍ୟା ସୃଷ୍ଟି କରେ। ଆଉ ଏବେ ଯୁବପିଢିଙ୍କ ମଧ୍ୟରେ ଗ୍ୟାସ , ମୋଟାହେବା ସମସ୍ୟା ସାଧାରଣ ହୋଇଗଲାଣି। ଆଉ ଏହି ସବୁର ମୁଖ୍ୟ କାରଣ ହେଉଛି ଏହିଭଳି ଅସ୍ବାସ୍ଥିକର ଖାଦ୍ୟ। ତେଣୁ ଆପଣ ବି ଯଦି ଜଣେ ଫ୍ରେଞ୍ଚ ଫ୍ରାଇସ ଲଭର ତେବେ ଏହାକୁ ଖାଇବା ବନ୍ଦ କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button