ସ୍ୱାସ୍ଥ୍ୟ

ନିଦ୍ରା ସମସ୍ୟାକୁ ଦୂର କରେ କିୱି

ଶରୀରକୁ ସୁସ୍ଥ ରଖିବାକୁ ଡାକ୍ତର ବିଭିନ୍ନ ଫଳ ଖାଇବାକୁ ପରାମର୍ଶ ଦେଇଥାନ୍ତି । ସେଥିମଧ୍ୟରୁ କିୱି ଅନ୍ୟତମ, ଯାହା ଏକ ସୁପରଫ୍ରୁଟ ଭାବେ ଜଣାଯାଏ । ଏହା କେବଳ ସ୍ବାଦିଷ୍ଟ ନୁହେଁ ଆମର ସ୍ବାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ । କିୱିରେ ଅନେକ ପୋଷକ ତତ୍ତ୍ବ ଭରି ରହିଛି । ଏହି ଛୋଟିଆ ଫଳ ଭିଟାମିନ, ଆଣ୍ଟିଅକ୍ସିଡାଣ୍ଟ ଓ ଫାଇବରରରେ ପରିପୂର୍ଣ୍ଣ । ପ୍ରତିଦିନ କିୱି ଖାଇଲେ ବିଭିନ୍ନ ପ୍ରକାର ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଦୂରେଇ ରଖିଥାଏ । ଶରୀରରେ ଇମ୍ୟୁନିଟି ବଢାଇବା ସହ ଆମର ତ୍ବଚା, ହୃଦୟ ସୁସ୍ଥ ରଖିବା ସହ ନିଦ୍ରା ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ | ଆପଣ ଓଜନ କମାଇବାକୁ ଚାହୁଁଥିଲେ ନିଜ ଡାଏଟ୍‌ରେ କିୱି ସାମିଲ କରିବା ଉଚିତ୍ । କାରଣ ଏଥିରେ ଅଧିକ ଫାଇବର କମ୍ କ୍ୟାଲୋରୀ ଥାଏ ।
କିୱିରେ ପ୍ରଚୁର ମାତ୍ରାରେ ଭିଟାମିନ ସି ଓ ଆଣ୍ଟିଅକ୍ସିଡାଣ୍ଟ ରହିଛି । ଯାହା ଆମର ଇମ୍ୟୁନ ସିଷ୍ଟମ ମଜଭୁତ କରିବାରେ ସାହାଯ୍ୟ କରେ । ଅର୍ଥାର୍ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ବିଭିନ୍ନ ସଂକ୍ରମଣ ସହ ଲଢିବାକୁ ଶରୀରକୁ ଶକ୍ତି ଯୋଗାଏ । କମଳା ତୁଳନାରେ କିୱିରୁ ଅଧିକ ଭିଟାମିନ ସି ମିଳିଥାଏ ।
କିୱିରେ ଥିବା ଭିଟାମିନ ସି କେବଳ ଆମର ଇମ୍ୟୁନିଟି ମଜଭୁତ କରେ ନାହିଁ ବରଂ ଶରୀରରେ କୋଲାଜେନ ତିଆରି କରିବାରେ ମଧ୍ୟ ସାହାଯ୍ୟ କରେ । ଏହା ଆମର ତ୍ବଚାକୁ ସୁସ୍ଥ ରଖିଥାଏ ।
ନିଦ୍ରା ଜନିତ ସମସ୍ୟା ଭୋଗୁଥିବା ଲୋକେ ପ୍ରତିଦିନ କିୱି ଖାଇବା ଭଲ । କାରଣ ଏହି ଫଳରେ ପ୍ରଚୁର ପରିମାଣରେ ସେରୋଟୋନିନ ରହିଥାଏ । ଏହା ଆମର ସ୍ଲିପ୍ କ୍ବାଲିଟି ଭଲ କରିବା ସହ ରାତିରେ ଭଲ ନିଦ ମଧ୍ୟ ହୋଇଥାଏ |
ଆଜି କାଲି ସମସ୍ତେ ମଧୁ ମେହକୁ ନେଇ ବହୁ ଚିନ୍ତାରେ ଅଛନ୍ତି ,କିନ୍ତୁ ଏହାକୁ ପ୍ରାକୃତିକ ଚିକିତ୍ସାରେ କିପରି କମାଯାଇପାରିବ ତାହା ବହୁ କମ ଲାକ ଜାଣନ୍ତି |

Related Articles

Leave a Reply

Your email address will not be published. Required fields are marked *

Back to top button