ଚଉଠି ରାତିରେ ନବବଧୂର ଅଜବ ଡିମାଣ୍ଡ୍…

ଚଉଠି ରାତିରେ ନବବଧୂର ଅଜବ ଡିମାଣ୍ଡ୍ । ଚଉଠି ରାତିରେ ମୁହଁ ଦେଖାଇବାକୁ ସ୍ୱାମୀଙ୍କ ପାଖରେ ନବବଧୂ କଲେ ଆଶ୍ଚର୍ଯ୍ୟଚକିତ କଲା ଭଳି ଡିମାଣ୍ଡ୍। ମଦ, ଗଞ୍ଜେଇ ସହ ଛେଳି ମାଂସ ଆଣିଲେ ହିଁ ଓଢ଼ଣା ଖୋଲିବି ବୋଲି କହିଲେ ନବବଧୂ। ଯାହାକୁ ଶୁଣି ତାଟକା ହୋଇଗଲେ ସ୍ୱାମୀ ଓ ତାଙ୍କର ପୁରା ପରିବାର। ୟୁପିର ସହାରନପୁରରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା। ଏବେ ମାମଲା ଯାଇ ଥାନାରେ ପହଞ୍ଚିସାରିଲାଣି। ଯେତେବେଳେ ନବବଧୂ ତାଙ୍କର ପ୍ରଥମ ଡିମାଣ୍ଡ ବିଅର୍ ମାଗିଥିଲେ, ତାକୁ ଦେବାରେ କୌଣସି ଆପତ୍ତି କରିନଥିଲେ ସ୍ୱାମୀ। ଏହାକୁ ଆଣିଦେବେ ବୋଲି ମାନି ବି ଯାଇଥିଲେ। କିନ୍ତୁ ମଟନ ଓ ଗଞ୍ଜେଇ କଥା ଶୁଣି ହରଡ଼ଘଣାରେ ପଡ଼ିଗଲେ।
ଘର ଲୋକଙ୍କୁ ଜଣାଇବା ପରେ ନବବଧୂଙ୍କୁ ଥାନାକୁ ନେଇଥିଲେ ପରିବାର ଲୋକେ। ଥାନାରେ ମାମଲା ପହଞ୍ଚିବା ପରେ ଦୁଇ ପକ୍ଷଙ୍କୁ ପୁଲିସ ବୁଝାସୁଝା କରିଥିଲା। ସେଥିଲାଗି ନବବଧୂଙ୍କ ଏଭଳି ଅଜବ ଡିମାଣ୍ଡକୁ ନେଇ କାଳେ ଭବିଷ୍ୟତରେ କୌଣସି ବଡ଼ ଧରଣର ବିପଦ ଆସିବ, ତାକୁ ନେଇ ଥାନାରେ ଏତଲା କରିବାକୁ ଚିନ୍ତା କରିଥିବା ବର ଓ ତାଙ୍କ ପରିବାର ପଛରେ ଏତଲା କରିନଥିଲେ। ଏପରିକି ବର ପକ୍ଷ ଦାବି କରିଥିଲେ ଯେ ସେ ଜଣେ ଝିଅ ସହ ବିବାହ ବନ୍ଧନରେ ବାନ୍ଧି ହୋଇନାହାନ୍ତି। ବରଂ ସେ ଜଣେ ତୃତୀୟଲିଙ୍ଗି। ତେବେ ଥାନାରେ ଅସହମତି ପ୍ରକାଶ ପାଇବା ପରେ ଉଭୟ ପକ୍ଷ ଏହାକୁ ପାରିବାରିକ ମାମଲା କରି ଘରେ ତୁଟାଇବାକୁ ରାଜି ହୋଇଥିଲେ। କୌଣସିମତେ ବି ସଂପୃକ୍ତ ଯୁବତୀ ସହ ରହିବିନି ବୋଲି ସଫା ସଫା ଶୁଣାଇଦେଇଛନ୍ତି ବର। ମଧ୍ୟସ୍ଥି ଏହି ବିବାହ ଲାଗି ବର ପକ୍ଷରୁ ୮୫ ହଜାର ଟଙ୍କା ନେଇଥିଲେ। ଯୁବତୀ ଜଣକ ପଞ୍ଜାବର ଲୁଧିଆନା ସହରର। ଯୁବତୀ ଜଣକ କେମିତି ତାଙ୍କ ସ୍ୱାମୀଙ୍କୁ ନିଶା ସାମଗ୍ରୀ ଆଣିବାକୁ ଦାବି କରୁଛନ୍ତି, ତାହାର ଅଡ଼ିଓ ବି ପୁଲିସକୁ ଦିଆଯାଇଛି।