ଦେଶ ବିଦେଶ

କେଜ୍ରିଓ୍ୱାଲଙ୍କ ବିରୁଦ୍ଧରେ ଚାଲିବ ମାମଲା-ଇଡିକୁ ଅନୁମତି ଦେଲେ ଏଲଜି ସକ୍ସେନା

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବିରୁଦ୍ଧରେ ଇଡି ପ୍ରସିକ୍ୟୁଟ୍ କରିବାକୁ ଅନୁମତି ଦେଲେ ଦିଲ୍ଲା ଉପ-ରାଜ୍ୟପାଳ ଭିକେ ସକ୍ସେନା। ମଦ ଦୁର୍ନୀତି ମାମଲାରେ ବଡ଼ ଧରଣର ଆର୍ଥିକ ଅନିୟମିତତା ଓ ଲାଞ୍ଚ କାରବାର ନେଇ ପ୍ରମାଣ ପାଇଥିଲା ଇଡି। ସେଥିଲାଗି ଚଳିତ ମାସ ଆରମ୍ଭରୁ କେଜ୍ରିଓ୍ୱାଲଙ୍କ ବିରୁଦ୍ଧରେ ମାମଲା ଚାଲିବାକୁ ଉପ-ରାଜ୍ୟପାଳଙ୍କ ଅନୁମତି ଲୋଡ଼ିଥିଲା ଇଡି। ସେପଟେ ଏଭଳି ଖବରକୁ ଗୁଜବ ଓ ଇଡି ମିଛ ଖବର ପ୍ରଚାରିତ କରୁ଼ଛି କହି ଆରୋପ ଲଦିଛନ୍ତି ଆପ୍ ନେତା। ଆପ୍ ନେତା ସୌରଭ ଭରଦ୍ୱାଜ, ପ୍ରିୟଙ୍କା କକ୍କର, ଅତିଶୀ ଓ ମନୀଷ ସିସୋଦିଆ ପ୍ରମୁଖ କହିଛନ୍ତି, ଏଭଳି ଅନୁମତି ଦିଆଯାଇଥିଲେ, ଏହାର ଏକ ନକଲ ସେମାନଙ୍କୁ ଦିଆଯାଇଥାଆନ୍ତା। ବାବାସାହେବ ଆମ୍ୱେଦକରଙ୍କ ବିରୁଦ୍ଧରେ ଶାହା ଦେଇଥିବା ମନ୍ତବ୍ୟରୁ ଧ୍ୟାନ ହଟାଇବାକୁ ବିଜେପି ଜୁମଲାବାଜିରେ ମାତିଛି। ଇଡି ଯଦି ଏମିତି ଅନୁମତି ଏଲଜିଙ୍କଠୁ ପାଇଛି, ତେବେ ସେ ଅନୁମତି ପତ୍ର ସାର୍ବଜନୀନ କରୁ। ବିଜେପି ଏଭଳି ଷଡ଼ଯନ୍ତ୍ର ବନ୍ଦ କରୁ। ସତ ସାମ୍ନାକୁ ଆଣ ବୋଲି ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ଅତିଶୀ।

Related Articles

Leave a Reply

Your email address will not be published. Required fields are marked *

Back to top button