ଦେଶ ବିଦେଶ

ଖ୍ରୀଷ୍ଟମାସ ବଜାର ଆକ୍ରମଣ: ୭ ଭାରତୀୟ ଆହତ,ମୃତକଙ୍କ ମଧ୍ୟରେ ୯ ବର୍ଷର ଶିଶୁ

ବର୍ଲିନ୍: ଜର୍ମାନୀର ମାଗଡେବର୍ଗ ସହରର ଖ୍ରୀଷ୍ଟମାସ ବଜାରରେ କାର ଆକ୍ରମଣରେ ୭ଜଣ ଭାରତୀୟ ଆହତ ହୋଇଛନ୍ତି। ଚିକିତ୍ସିତ ହେଉଥିବା ତିନିଜଣ ଆହତ ଭାରତୀୟଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ବର୍ଲିନରେ ଆହତ ଭାରତୀୟ ନାଗରିକମାନଙ୍କୁ ଭାରତୀୟ ଦୂତାବାସ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି। ଶୁକ୍ରବାର ସନ୍ଧ୍ୟାରେ, ୫୦ବର୍ଷର ଜଣେ ବ୍ୟକ୍ତି ତାଙ୍କ କାରକୁ ସାକ୍ସୋନି-ଆନହାଲ୍ଟ ରାଜ୍ୟର ମାଗଡେବର୍ଗର ଏକ ଜନଗହଳିପୂର୍ଣ୍ଣ ଖ୍ରୀଷ୍ଟମାସ ବଜାରକୁ ନେଇ ଯାଇଥିଲେ। ଏହି ଆକ୍ରମଣରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

ଜର୍ମାନ ଅଧିକାରୀମାନେ ଏହାକୁ ଏକ ଯୋଜନାବଦ୍ଧ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଶନିବାର ଏହି ଆକ୍ରମଣକୁ ଭୟଙ୍କର ବୋଲି କହି ନିନ୍ଦା କରିଛି। ମନ୍ତ୍ରଣାଳୟ କହିଛି ଯେ, ଜର୍ମାନୀରେ ଭାରତୀୟ ମିଶନ ଆହତଙ୍କ ସହ ଯୋଗାଯୋଗରେ ଅଛି। ତେବେ ଏହି ବିବୃତିରେ ଆହତ ଭାରତୀୟଙ୍କ ସଂଖ୍ୟା ଉଲ୍ଲେଖ କରାଯାଇ ନାହିଁ। ବିବୃତିରେ କୁହାଯାଇଛି, ଜର୍ମାନୀର ମାଗଡେବର୍ଗର ଖ୍ରୀଷ୍ଟମାସ ବଜାରରେ ହୋଇଥିବା ଭୟଙ୍କର ଆକ୍ରମଣକୁ ଆମେ ନିନ୍ଦା କରୁଛୁ। ଏହି ଆକ୍ରମଣରେ ବହୁ ମୂଲ୍ୟବାନ ଜୀବନ ଯାଇଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ଆମେ ପୀଡିତମାନଙ୍କ ପ୍ରତି ସମବେଦନା ଜ୍ଞାପନ କରୁଛୁ।

ନ୍ୟୁଜ୍ ଏଜେନ୍ସି ଏପି ଅନୁଯାୟୀ, ଓକିଲ ହୋର୍ଷ୍ଟ ୱାଲ୍ଟର ନୋପେନ୍ସ କହିଛନ୍ତି, ସାଉଦି ଆରବରୁ ଶରଣାର୍ଥୀମାନଙ୍କ ପ୍ରତି ଜର୍ମାନୀର ବ୍ୟବହାରକୁ ନେଇ ଅସନ୍ତୋଷ କାରଣରୁ ଏହି ଆକ୍ରମଣ ହୋଇଛି କି ନାହିଁ ତାହାର ତଦନ୍ତ ଚାଲିଛି।

ଜର୍ମାନ ପୁଲିସ ସନ୍ଦିଗ୍ଧଙ୍କ ନାମ ସର୍ବସାଧାରଣରେ ପ୍ରକାଶ କରି ନାହିଁ। କିନ୍ତୁ ଏକାଧିକ ସ୍ଥାନୀୟ ସମ୍ବାଦପତ୍ର ଅନୁଯାୟୀ, ତାଙ୍କର ପ୍ରଥମ ନାମ ହେଉଛି ତଲେବ ଏ। ସେ ସାଉଦି ମୂଳର ଜଣେ ମାନସିକ ରୋଗ ବିଶେଷଜ୍ଞ।
ରିପୋର୍ଟ ଅନୁଯାୟୀ, ଡାକ୍ତର ନିଜକୁ ଜଣେ ପୂର୍ବତନ ମୁସଲମାନ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଇସଲାମକୁ ସମାଲୋଚନା କରି ଅନେକ ଟୁଇଟ୍ କରିଛନ୍ତି। ଇସଲାମ ଛାଡିଥିବାରୁ ତାଙ୍କ ପୋଷ୍ଟରେ ଅନେକ ଲୋକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଅଧିକ ପଢ଼ନ୍ତୁ: ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ନେଇ କ୍ରୋଧିତ ହେଲା ଆମେରିକା

ଜର୍ମାନୀର ମାଗଡେବର୍ଗର ଏକ ଜନଗହଳିପୂର୍ଣ୍ଣ ଖ୍ରୀଷ୍ଟମାସ ବଜାରରେ ହୋଇଥିବା ଆକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଜଣେ ନଅ ବର୍ଷର ଶିଶୁ ମଧ୍ୟ ଅଛନ୍ତି। ଶନିବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅନ୍ୟ ବୟସ୍କ ମୃତକମାନଙ୍କ ବିଷୟରେ କୌଣସି ସୂଚନା ନାହିଁ ବୋଲି ନଗର ଅଧିକାରୀ ରୋନି କ୍ରୁଗ୍ କହିଛନ୍ତି। ଅଧିକାରୀ କହିଛନ୍ତି ବହୁ ୪୧ ଜଣ ଗୁରୁତର ଆହତ ହୋଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button