ଦେଶ ବିଦେଶ

ଇଣ୍ଡୋନେସିଆରେ‌ ଭୟାବହ ଭୂକମ୍ପ, ୪୪ ମୃତ, ୩୦୦ ଆହତ

ଜାକର୍ତ୍ତା: ଇଣ୍ଡୋନେସିଆରେ‌ ପୁଣି ଭୟାବହ ଭୂକମ୍ପ । ଭୂକମ୍ପ ଯୋଗୁଁ ସୋମବାର ଇଣ୍ଡୋନେସିଆରେ ଅତି କମରେ ୪୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୬ ଆକଳନ କରାଯାଇଛି । ଭୂକମ୍ପ ଯୋଗୁଁ ପଶ୍ଚିମ ଜାଭା ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଖବର ରହିଛି । ଏହି ଭୂକମ୍ପର କେନ୍ଦ୍ର ଥିଲା ପଶ୍ଚିମ ଜାଭା ସହରର ଚିଆନଜୁର ।

ଜଣେ ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ ଭୂକମ୍ପରେ ଏଯାବତ୍ ଅତି କମରେ ୪୪ ଜଣଙ୍କର ମୃତ୍ୟୁ
ହୋଇଛି। ସୋସିଆଲ ମିଡିଆରେ ସେୟାର କରାଯାଉଥିବା ଭିଡିଓରେ ଭୂକମ୍ପ ସମୟରେ କୋଠାଗୁଡ଼ିକ ଥରୁଥିବା ଦେଖିବାକୁ ମିଳୁଛି। ଭୂକମ୍ପର କେନ୍ଦ୍ରସ୍ଥଳୀ ଚିଆନଜୁରେ ମଧ୍ୟ ଅନେକ ବଡ଼ ବଡ଼ କୋଠା ଭାଙ୍ଗି ଯାଇଛି । ସହରରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି ।

ଚିଆନଜୁରେରେ ଆହୁରି ଭୂକମ୍ପ ଝଟକା ଆସିପାରେ ବୋଲି ଇଣ୍ଡୋନେସିଆର ପାଣିପାଗ ବିଭାଗ ଚେତାବନୀ ଦେଇଛି । ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଅନ୍ୟପକ୍ଷରେ ଆହତଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି ‌।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button