ଦେଶ ବିଦେଶ

ମୋର୍ବି ଦୁର୍ଘଟଣା: ଅଧିକାରିକସ୍ତରରେ କାର୍ଯ୍ୟାନୁଷ୍ଠାନ

ମୋର୍ବି: ଗୁଜୁରାଟର ମୋର୍ବି ପୋଲ ଦୁର୍ଘଟଣାରେ ଅଧିକାରିକସ୍ତରରେ କାର୍ଯ୍ୟାନୁଷ୍ଠାନ। ଚିଫ ଫାୟାର ଅଫିସର ସନ୍ଦୀପ ସିଂହ ଜାଲାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ପୋଲ ଦୁର୍ଘଟଣାରେ କୌଣସି ସରକାରୀ ଅଫିସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ଏହା ପ୍ରଥମ ଘଟଣା।

ମୋର୍ବି ଜିଲ୍ଲା ଅଧିକାରୀ ଜି ଟି ପଣ୍ଡ୍ୟାଙ୍କ  ସୂଚନା ଅନୁଯାୟୀ, ରାଜ୍ୟ ସହରୀ ବିକାଶ ବିଭାଗ ମୋର୍ବି ନଗରପାଳିକା ମୁଖ୍ୟ ଅଧିକାରୀ ସନ୍ଦୀପ ସିଂହ ଜାଲାଙ୍କୁ ନିଲମ୍ବିତ ରାଯାଇଛି। ଜିଳ୍ଲାର ସେସିଡେଣ୍ଟ  ଅପର କଲେକ୍ଟରଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମୁଖ୍ୟ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି। ଅଧିକାରୀମାନେ କହିଛନ୍ତି କି, ମୋର୍ବି ନଗରପାଳିକା ୧୫  ବର୍ଷ ପାଇଁ ଓରେବା ସମୂହକୁ ପୋଲ ର ମରାମତି ଓ ରକ୍ଷଣାବେକ୍ଷଣର ଟେଣ୍ଡର ନେଇଥିଲା।

ଗୁଜରାଟ ମୋର୍ବିଠାରେ ରବିବାର ସଂଧ୍ୟାରେ ଝୁଲା ପୋଲ ଛିଡି ପଡିବାରୁ  ୧୪୧ ଜଣଙ୍କ ମୃତ୍ୟୁ ହୋଇଥିଲା। ରବିବାର ସଂଧ୍ୟାରେ ଏହି ଝୁଲା ପୋଲ ଉପରେ ପ୍ରାୟ ୫୦୦ ଲୋକଙ୍କ ସମାଗମ ହୋଇଥିବା ବେଳେ ପୋଲଟି ହଠାତ୍ ଛିଡି ପଡିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button