କ୍ରାଇମ

ବିଚ ରାସ୍ତାରେ ସହଦେବ ନାୟକଙ୍କୁ ହତ୍ୟା ମାମଲା, ଆତ୍ମସର୍ମପଣ କଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର: ବିଚ ରାସ୍ତାରେ ସହଦେବ ନାୟକଙ୍କୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ରମା ନାଏକ ଆତ୍ମସର୍ମପଣ କରିଥିବା ସୂଚନା ମିଳିଛି। ଆଜି ମଞ୍ଚେଶ୍ୱର ଥାନାରେ ସହଦେବ ନାୟକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାଏକ ଆତ୍ମସମର୍ପଣ କରିଛି। ଘଟଣା ପରଠାରୁ ରମା ନାଏକ ଫେରାର ଥିଲା। ପୁଲିସ ତାକୁ ଧରିବା ପାଇଁ ଖୋଜୁଥିଲା।  ଆତ୍ମସର୍ମପଣ ପରେ ମଞ୍ଚେଶ୍ଵର ପୁଳିସ ରମା ନାଏକକୁ ଗିରଫ କରିଛି। ଗିରଫ ରମା ନାଏକକୁ ଅଧିକ ପଚରାଉଚୁରା କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ସହଦେବ ନାୟକଙ୍କ ପତ୍ନୀଙ୍କ ଅଭିଯୋଗ ମୁତାବକ ୩ଟି ସ୍ପେଶାଲ୍ ଟିମ୍ ଗଠନ କରାଯାଇଥିଲା। ପ୍ରଥମେ ୨ ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ପରେ ନୟାଗଡ଼ ଶରଣକୂଳ ଅଞ୍ଚଳରୁ ୩ ଜଣଙ୍କୁ ଗିରଫ କରାଯାଇଥିଲା। ତେବେ ଘଟଣା ପରଠୁ ମୁଖ୍ୟ ଅଭିଯୁକ୍ତ ରମା ନାଏକ ଫେରାର ହୋଇଯାଇଥିଲା। ଆଜି ପୂର୍ବାହ୍ନ ୧୧ଟାରେ ମଞ୍ଚେଶ୍ଵର ଥାନାକୁ ଆସି ରମା ନାଏକ ଆତ୍ମସମର୍ପଣ କରିଥିଲା। ହତ୍ୟାକାଣ୍ଡରେ ଏ ପର୍ଯ୍ୟନ୍ତ ୬ଜଣ ଅଭିଯୁକ୍ତ ଗିରଫ ହୋଇଥିବା ପୁଲିସ ସୂଚନା ଦେଇଛି।

ଅପରପକ୍ଷରେ ସହଦେବ ନାୟକ ହତ୍ୟାକାଣ୍ଡରେ ରମା ନାଏକ ସମ୍ପୃକ୍ତ ନାହାନ୍ତି ବୋଲି ରମା ନାଏକର ପରିବାର ଲୋକେ ସଫେଇ ଦେଇଛନ୍ତି।

ମୃତକ ସହଦେବ ନାୟକ ସଫେଇ କର୍ମଚାରୀ ସଂଘର ସଭାପତି ଥିଲେ। ଝିଅକୁ ସ୍କୁଲରେ ଛାଡି ସ୍କୁଟିରେ ଯାଉଥିବାବେଳେ ତାଙ୍କୁ ଦୁର୍ବୃତ୍ତମାନେ ଖଣ୍ଡାରେ ହାଣି ବୀଭତ୍ସ ଭାବେ ହତ୍ୟା କରିଥିଲେ। ସହଦେବ ପୁଲିସ ମିତ୍ର ଭାବେ ମଧ୍ୟ କାମ କରୁଥିଲେ। ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିବା ନେଇ ସହଦେବଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button