ଭୁବନେଶ୍ୱରରେ ପହଞ୍ଚିଲେ ପ୍ୟାରିସ ଅଲିମ୍ପିକ ହକି ବ୍ରୋଞ୍ଜ ବିଜେତା ଦଳ, ସମ୍ବର୍ଦ୍ଧନା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାରେ ପହଞ୍ଚିଲେ ପ୍ୟାରିସ ଅଲିମ୍ପିକ ହକି ବ୍ରୋଞ୍ଜ ବିଜେତା ଦଳ। ଭୁବନଶ୍ବରର ବିମାନବନ୍ଦରରେ ହକି ହିରୋଙ୍କୁ ଜୋରଦାର ସ୍ବାଗତ ପାଇଁ ପ୍ରସ୍ତୁତି ହୋଇଛି । ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡ଼ିୟମ୍ ଯାଏ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଛି । ଅପରାହ୍ନରେ କଳିଙ୍ଗ ଷ୍ଟାଡ଼ିୟମରେ ବ୍ରୋଞ୍ଜ ବିଜେତା ଦଳକୁ ସମ୍ବର୍ଦ୍ଧନା ସହ ଘୋଷିତ ପୁରସ୍କାର ରାଶି ପ୍ରଦାନ କରାଯିବ ।
ପୂର୍ବରୁ ଅଲମ୍ପିକରେ ବ୍ରୋଞ୍ଜ ବିଜେତା ଭାରତୀୟ ହକି ପୁରୁଷ ଦଳଙ୍କୁ ରାଜ୍ଯ ସରକାରଙ୍କ ସ୍ବତନ୍ତ୍ର ପୁରସ୍କାର ଘୋଷଣା କରିଛନ୍ତି । ବିଜେତା ଟିମର ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷଟଙ୍କା ଓ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର ମିଳିବ । ସେହିପରି ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ପାଇଁ ସ୍ୱତନ୍ତ୍ର ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି । ଅମିତ ରୋହିଦାସଙ୍କୁ ୪ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ହକି ଟିମ୍ ବିଜୟୀ ହେବା ପରେ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡିଶା ଆସିବାକୁ ମଧ୍ୟ ଖେଳାଳିଙ୍କୁ ଆମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।