ଓଲିଉଡ୍ ଅଭିନେତ୍ରୀ ଝିଲିକଙ୍କ ହେଲା କାର୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଝିଲିକ୍ ! ଏବେ ସେ କିପରି ଅଛନ୍ତି ଜାଣିବା ପାଇଁ ଖବରଟି ସମ୍ପୂର୍ଣ୍ଣ ପଢ଼ନ୍ତୁ ?

ଓଲିଉଡ୍ ଇଣ୍ଡଷ୍ଟ୍ରିରେ ବଙ୍ଗାଳି ହିରୋଇନ୍ ମାନଙ୍କର ଅଭିନୟ ବହୁତ ମାତ୍ରାରେ ଦେଖିବାକୁ ମିଳୁଛି । ଏହି କ୍ରମରେ ଅନେକ ବଙ୍ଗୀୟ ନାୟିକା ଓଲିଉଡରେ ପାଦ ଥାପି ସଫଳ ମଧ୍ୟ ହୋଇଛନ୍ତି । ଯଦିଓ ସେମାନଙ୍କ ମଧ୍ୟରେ ସବୁଠୁ ରଚନା ବାନାର୍ଜୀ ଆଗରେ ଆସିଲେ ମଧ୍ୟ ଯଦି ରଚନାଙ୍କ ପରେ କିଏ ବଙ୍ଗାଳି ନାୟିକା ଓଡ଼ିଆ ଫିଲ୍ମରେ ସବୁଠୁ ଅଧିକ ସଫଳ ହୋଇଛନ୍ତି, ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ହିରୋଇନ୍ ଝିଲିକ୍ ଭଟ୍ଟାଚାର୍ଯ୍ୟ । ବର୍ତ୍ତମାନ ଓଲିଉଡ ଇଣ୍ଡଷ୍ଟ୍ରିରେ ଝିଲିକ୍ ଆଗଧାଡ଼ିର ନାୟିକାଙ୍କ ମଧ୍ୟରେ ଅନ୍ୟତମ । ତାଙ୍କ ଚମତ୍କାର ଅଭିନୟକୁ ସବୁ ଓଡ଼ିଆ ସିନେପ୍ରେମୀ ବହୁତ ମାତ୍ରାରେ ପସନ୍ଦ କରିଥିଲେ ।
ଏବେ ସେହି ହିରୋଇନ ଝିଲିକଙ୍କୁ ନେଇ ଆସିଛି ଏକ ଦୁଃଖଦ ଘଟଣା । ଶୁକ୍ରବାର ବିଳମ୍ବିତ ରାତିରେ ସେ ଏକ ବଡ଼ ଧରଣର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ସୂଚନା ଅନୁଯାୟୀ ସେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଇଥିଲେ । ସେଠାରୁ ଫେରୁଥିବା ସମୟରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି ଓଲିଉଡ୍ ଅଭିନେତ୍ରୀ ଝିଲିକ୍। ରାତି ପ୍ରାୟ ଗୋଟାଏ ବେଳେ ଝିଲିକ୍ଙ୍କ କାର୍ ମୁନିଗଡ଼ା ନିକଟ ଘାଟିରାସ୍ତା ଦେଇ ଆସୁଥିବା ବେଳେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ର ଏକ ଗାତ ଭିତରେ ପଶିଯାଇଥିଲା। ଫଳରେ କାର୍ ଭିତରେ ସେ ପିଟି ହୋଇଯାଇଥିଲେ। ତାଙ୍କ ଗୋଡ଼ରେ ବହୁତ ଜୋରରେ ଆଘାତ ଲାଗିଛି। ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି। ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ।