ବାଛନ୍ତୁ ଗୋଟେ ହୃଦୟ, ଜାଣନ୍ତୁ ନିଜ ଜୀବନସାଥି ବିଷୟରେ ( Personality Test )

ଆମ ଜୀବନରେ କିଛି ନା କିଛି ସୁଖର ଓ ସ୍ମରଣୀୟ ମୁହୁର୍ତ୍ତ ଆସିଥାଏ। ତେବେ ସେହି ମଧ୍ୟ ରୁ ଗୋଟିଏ ହେଉଛି ବିବାହ। ତେବେ ଆଗରୁ ଲୋକମାନେ ନିଜର ଜୀବନ ସାଥୀଙ୍କୁ ନ ଦେଖି ନିଜର ପରିବାରର ଇଛା ରେ ବିବାହ କରିଥିଲେ । ଵର୍ତମାନ ଯୁଗ ପରିଵର୍ତନ ହେଲାଣି । ଅନେକ ଲୋକ ପ୍ରେମ ସମ୍ପର୍କ ରେ ରହି ମଧ୍ୟ ବିବାହ କରୁଛନ୍ତି। ତେବେ ପ୍ରତେକ ମଣିଷ ନିଜର ଜୀବନ ସାଥି ବା ନିଜର ପ୍ରମିକା ବା ପ୍ରମିକ ଙ୍କ ର ସ୍ଵଭାଵ ସମ୍ପର୍କରେ ଜାଣିବାକୁ ନିଶ୍ଚିତ ଭାବେ ଇଛୁକ ରହିଥାନ୍ତି ।
ତେବେ ଆଜି ଆମେ ଆପଣଂକୁ ତିନୋଟି ଚୟନ ପ୍ରକ୍ରିୟା ଦେବୁ । ଏହି ତିନୋଟି ସଙ୍କେତ ମଧ୍ୟ ରୁ ଗୋଟିଏ ସଙ୍କେତ ଆପଣ ଚୟନ କରିବେ । ଓ ଏହି ସଙ୍କେତ ଆପଣଙ୍କ ଜୀବନସାଥୀଙ୍କ ସମ୍ପର୍କରେ କଣ ଦର୍ଶାଉଛି ତାହା ଆମେ ଜଣାଇବୁ। ତେବେ ସେହି ତିନୋଟି ସଙ୍କେତ ହେଲା ରେଡ଼ ହାର୍ଟ, ୟେଲୋ ହାର୍ଟ, ପିଙ୍କ ହାର୍ଟ ।
ଯଦି ଆପଣ ରେଡ଼ ହାର୍ଟ ବା ନାଲି ହାର୍ଟ କୁ ଚୟନ କରିଛନ୍ତି ତେବେ ଆପଣଙ୍କର ଜୀବନସାଥୀ ଅନେକ ଭଲ ଆପଣଂକୁ ପାଇଥାନ୍ତି । ସେ ଆପଣଙ୍କ ସହ ବେଶୀ କଥା ହେବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଆପଣଙ୍କ ସହ ଅନେକ ଝଗଡା କରନ୍ତି। ପ୍ରତେକ ଛୋଟ ଛୋଟ କଥା ରେ ଆପଣଙ୍କ ମଧ୍ୟ ରେ ଝଗଡା ସୃଷ୍ଟି ହୋଇଥାଏ ।
ଆପଣଙ୍କ ସାଥୀଙ୍କୁ ସତ ଶୁଣିବା ପସନ୍ଦ ହୋଇଥାଏ । ଆପଣ ତାଙ୍କ ଉପରେ ସନ୍ଦେହ ମଧ୍ୟ ରଖିଥାନ୍ତି । ବୋଧେ ସେ ଆଉ କାହା ସହ କଥା ହେଉଛନ୍ତି। କିନ୍ତୁ ପ୍ରକୃତ କଥା ହେଉଛି ଆପଣ ଦୁହେଁ ଯେତେ ଝଗଡା କଲେ ମଧ୍ୟ ଆପଣଙ୍କ ମଧ୍ୟ ରେ ପ୍ରେମ କମି ନ ଥାଏ। ଯଦି ଆପଣ ୟେଲୋ ହାର୍ଟ ବା ହଳଦିଆ ହାର୍ଟ ଚୟନ କରିଛନ୍ତି।
ତେବେ ଆପଣଙ୍କ ସାଥି ଲାଜକୁଲା ସ୍ଵଭାଵ ର ହୋଇଥାନ୍ତି। ସେମାନେ ଆପଣଂକୁ କେତେ ଭଲ ପାଆନ୍ତି ତାହା କହି ପାରନ୍ତି ନାହିଁ । ଆପଣ ଯଦି ତାଙ୍କୁ ସତ କହିବେ ତେବେ ସେ ଆପଣଂକୁ କ୍ଷମା କରିଦେବେ। ମିଛ ଏମାନଙ୍କୁ ପସନ୍ଦ ହୋଇ ନଥାଏ ।
ଯଦି ଆପଣ ଏମାନଙ୍କୁ ମିଛ କହିଥାନ୍ତି ତେବେ ସେମାନେ ହୁଏତ ସମ୍ପର୍କ ମଧ୍ୟ ଭାଙ୍ଗିବା ରେ ବିଳମ୍ବ କରିବେ ନାହିଁ । ତେଣୁ ଆପଣ ସର୍ବଦା ସତ ଜଣାଇ ଦେବେ । ପିଙ୍କ ହାର୍ଟ ବା ଗୋଲାପୀ ହାର୍ଟ ଯଦି ଆପଣ ଚୟନ କରିଛନ୍ତି ତେବେ ଆପଣଙ୍କ ସାଥି ବହୁତ ସରଳ ହୋଇଥାନ୍ତି ।
କିନ୍ତୁ ଏମାନଙ୍କ ନଖରା ମଧ୍ୟ ଅନେକ ରହିଥାଏ । ଏମାନେ ବଦ ରାଗି ହୋଇଥାନ୍ତି । କନ୍ତୁ ଏମାନେ ନିଜର ସାଥି କୁ ଭଲ ମଧ୍ୟ ପାଇଥାନ୍ତି । ଏମାନେ ଜିଦିଆ ସ୍ଵଭାଵ ର ହୋଇ ଥାଆନ୍ତି । ଏମାନେ ରାଗିଲେ ହୁଏତ ଆପଣଙ୍କ ସହ ଝଗଡା ମଧ୍ୟ କରିପାରନ୍ତି । ଏମାନେ ପ୍ରାୟତଃ ପିଲାଳିଆମୀ ସ୍ଵଭାଵ ର ହୋଇଥାନ୍ତି ।