ଧର୍ମ

ଭାଙ୍ଗିଗଲା ଶ୍ରୀମନ୍ଦିର ଅକ୍ଷୟ ଦଣ୍ଡ, ନୀଳଚକ୍ରରେ ବନ୍ଧା ହେଲା ପତିତପାବନ ବାନା

ପୁରୀ :  ଭାଙ୍ଗିଗଲା ଶ୍ରୀମନ୍ଦିର ନୀଳଚକ୍ର ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡ । ଫଳରେ ପତିତପାବନ ବାନା  ଅକ୍ଷୟ ଦଣ୍ଡରେ ବାନ୍ଧିବା ସମ୍ଭବପର ହୋଇନାହିଁ ।  ଏଥିପାଇଁ କେବଳ ନୀଳଚକ୍ରରେ ବାନା ବାନ୍ଧିଛନ୍ତି ଚୁନରା ସେବକ ।  ଫଳରେ ଶ୍ରୀମନ୍ଦିର ଚୂଡ଼ାରେ ସବୁଦିନ ଫର ଫର ଉଡୁଥିବା ନୀଳଚକ୍ର ବାନା ଗତକାଲି ଉଡ଼ିପାରିନି । ପୁରୀ ଶ୍ରୀମନ୍ଦିର ନୀଳଚକ୍ରରେ ମୁଖ୍ୟ ବାନାକୁ ଧରି ରଖୁଥିବା ବାଉଁଶରେ ପ୍ରସ୍ତୁତ ଅକ୍ଷୟ ଦଣ୍ଡଟି ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି ।  ଅକ୍ଷୟ ଦଣ୍ଡ ଭାଙ୍ଗିଯିବା ଅଶୁଭ ସଙ୍କେତ ଦେଉଛି ବୋଲି ଚର୍ଚ୍ଚା ହେଉଛି ।

ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଦିନ ବାନା ଅପରାହ୍ଣରେ ପରିବର୍ତ୍ତନ ହୁଏ । ତେବେ ଗତକାଲି ଚୁନରା ସେବାୟତ ବାନା ପରିବର୍ତ୍ତନ କରିବାକୁ ଗଲାବେଳେ ହଠାତ୍ ଏହି ବାଉଁଶର ଅକ୍ଷୟ ଦଣ୍ଡଟି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା ।  ଏଥିପାଇଁ ଦଧିନଉତିକୁ ଚଢ଼ିଥିବା ଚୁନରା ସେବାୟତ  ଶ୍ରୀମନ୍ଦିର ଚୂଡ଼ାରେ ବାନା ବାନ୍ଧି ନପାରି ନୀଳଚକ୍ରରେ ସବୁ ବାନା ବାନ୍ଧିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button