ମନୋରଞ୍ଜନ

‘ସିଙ୍ଘମ’ ପରି ଫିଲ୍ମ ଅତି କ୍ଷତିକାରକ ବାର୍ତ୍ତା ‌ଦେଉଛି: ବମ୍ବେ ହାଇକୋର୍ଟ ବିଚାରପତି – Utkal Mail


ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟ ବିଚାରପତି ଗୌତମ ପଟେଲ କହିଛନ୍ତି, ସିଙ୍ଘମ ପରି ବ୍ଲକବଷ୍ଟର ଫିଲ୍ମରେ ହିରୋ ପୁଲିସ ଯେଉଁଭଳି ଭାବେ ଆଇନ ପ୍ରକ୍ରିୟା ଦିଗକୁ ନଜର ନଦେଇ ତ୍ବରିତ ନ୍ୟାୟ ପ୍ରଦାନ କରିଛନ୍ତି ତାହା ଅତ୍ୟନ୍ତ କ୍ଷତିକାରକ ବାର୍ତ୍ତା ଦେଉଛି। ପୁଲିସ ରିଫର୍ମସ ଡେ’ ଏବଂ ଭାରତୀୟ ପୁଲିସ ଫାଉଣ୍ଡେସନ୍‌ର ବାର୍ଷିକ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଷ୍ଟିସ ପଟେଲ ଏହି ଟିପ୍ପଣୀ ଦେଇଛନ୍ତି। ଆଇନର ପ୍ରକ୍ରିୟା ସହ ଲୋକଙ୍କ ଅଧୈର୍ଯ୍ୟକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ବିଚାରପତି କହିଛନ୍ତି, ଏତେ ‌ଅଧୈର୍ଯ୍ୟ କ’ଣ ପାଇଁ। ଆମକୁ ଏକ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ। ଯେଉଁଠାରେ ଆମେ ନି‌ର୍ଦ୍ଦୋଷ କିଏ ଏବଂ ଦୋଷୀକିଏ ସେ ସଂକ୍ରାନ୍ତରେ ସଠିକ୍‌ ନିଷ୍ପତ୍ତି ନେଇପାରିବା‌। ଏହି ପ୍ରକ୍ରିୟା ଅତି ଧୀର ବୋଲି ବିଚାରପତି କହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button