ଯୌବନ ର ଉନ୍ମାଦନା ଓ OYO ପାଇଁ ଯାଇନି ତ ଜୀବନ?

ବୟସ ବଢ଼ିଲେ ଯୌବନର ଉନ୍ମାଦନା ବି ବଢ଼େ । ପୁଅକୁ ଝିଅ ଏବଂ ଝିଅ ପସନ୍ଦ ଆସିଥାଏ । ପରେ ଉଭୟେ ଉଭୟଙ୍କୁ ପ୍ରେମ ନିବେଦନ କରନ୍ତି । ଶେଷ ପର୍ଯ୍ୟନ୍ତ ସାଥ୍ ରହିବା ପାଇଁ ସଂକଳ୍ପ ନିଅନ୍ତି । ଜଣେ ଅନ୍ୟଜଣଙ୍କ ଭାବନାରେ ବଞ୍ଚେ । ଲୁଚାଛପା ପ୍ରେମ ଧିରେ ଧିରେ ଖୁଲମ ଖୁଲା ହୁଏ । ଅବଶ୍ୟ କିଛି ପ୍ରେମ ବନ୍ଦ କୋଠରୀରେ ଭଲ ଲାଗେ କିନ୍ତୁ ସୁବିଧା ସୁଯୋଗ ମିଳିନଥାଏ ।
ସେ ସମୟ କିନ୍ତୁ ଏବେ ଆଉ ନାହିଁ । ଅନଲାଇନ ହୋଟେଲ, ଗେଷ୍ଟ ହାଉସ, ଲଡଜ ବଜେଟ ଅନୁସାରେ ମିଳିଯାଉଛି । ଆଉ ପ୍ରେମୀ ଯୁଗଳ ଏବେ ଓୟୋ ପ୍ରେମରେ ଏମିତି ମାତ୍ରାରେ ପଡ଼ିଯାଇଛନ୍ତି ଯେ, ପ୍ରଦିଦିନ ଏହାର କିସା ଖବର ହୋଇ ଟିଭିରେ ଆସୁଛି । ପେପରରେ ପଢ଼ୁଛେ ଆଉ ଅନଲାଇନ୍ ୱେବ୍ ପୋର୍ଟାଲ ଜରିଆରେ ଭାଇରାଲ ହେଉଛି ।
ଏଇ ନିକଟରେ ରାଜ୍ୟରେ ଏମିତି ଏକ ଅଘଟଣ ଘଟିଯାଇଛି ଯାହାକୁ ନେଇ ତମ୍ବିତୋଫାନ ଲାଗି ରହିଛି । ହଁ ଆମେ କହୁଛୁ ଝରାଫୁଲ ମୃତ୍ୟୁ ଘଟଣା କଥା ।
ଇଏ ବି ସେହି ଓୟୋ ସହ ଜଡ଼ିତ ତେଣୁ ଆପଣ ଯଦି ଆପଣଙ୍କ ପାର୍ଟନର ସହ ପରଫେକ୍ଟ କପୁଲ ହୋଇ କ୍ୱାଲିଟି ଟାଇମ ସେୟାର କରିବାକୁ ଯାଉଛନ୍ତି ତେବେ ସୁରକ୍ଷା, ଭାବପ୍ରବଣତାକୁ ଦୃଷ୍ଟି ଦେବେ । ମଜା ଯେମିତି ସଜା ନ ହୋଇଯାଉ ସେଥିପ୍ରତି ଦୃଷ୍ଟି ଦେବେ । ପ୍ରେମ ଓୟୋ ରୁମ୍ ର ମଖମଲ ଖଟ ଯାଏ ଠିକ୍ ଅଛି କିନ୍ତୁ ତାହା ମୃତ୍ୟୁର କାରଣ ନ ହୋଇଯାଉ ।