ଧନ ସମ୍ବନ୍ଧିତ ସମସ୍ୟା ଦୂର କରିବା ପାଇଁ ଘରେ ନିଶ୍ଚିନ୍ତ ଲଗାନ୍ତୁ ଏହି ଗଛ, ହେଇଯିବେ କୋଟିପତି

ଜୀବନରେ ସମସ୍ତଙ୍କୁ ଧନ ର ଆବଶ୍ୟକତା ରହିଛି । କାରଣ ନିଜର ସମସ୍ତ ଆବଶ୍ୟକତା ପୂରଣ ପାଇଁ ଧନ ଦରକାର ହୋଇଥାଏ । କିନ୍ତୁ ଅଧିକାଂଶ ଏମିତି ହୋଇଥାଏ କି ଦିନ ରାତି ପରିଶ୍ରମ କରିବା ପରେ ମଧ୍ୟ ଆବଶ୍ୟକ ଧନ ପ୍ରାପ୍ତ ହୋଇ ନଥାଏ । ଯଦି ବି ଘରକୁ ପଇସା ଆସେ ଜାଣି ହୁଏନି ତାହା କେମିତି ଖର୍ଚ୍ଚ ହୋଇଯାଏ । ଏହିପରି ଧନ ସମସ୍ୟା ଦୂର କରିବା ପାଇଁ ବାସ୍ତୁ ଶାସ୍ତ୍ର ଓ ଫେଙ୍ଗସୂୟି ରେ କୁହାଯାଇଛି ଯେ କ୍ରାସୁଲା ପ୍ଲାଣ୍ଟ ବା ଜେଡ ପ୍ଲାଣ୍ଟ ମହତ୍ୱପୂର୍ଣ୍ଣ ଅଟେ ।

ଆସନ୍ତୁ ଜାଣିବା କ୍ରାସୁଲା ପ୍ଲାଣ୍ଟ ସମ୍ପର୍କରେ କିଛି ଜରୁରୀ କଥା-
ଏହି ଗଛ କୁ ହିନ୍ଦୀରେ ପୁଲାବ ଗଛ କୁହନ୍ତି । ଏହା ବହୁତ ସୁନ୍ଦର ଓ ମୁଲାୟମ ଗଛ । ଏହାର ପତ୍ରଗୁଡ଼ିକ ଚଉଡା ଓ ପତ୍ରଗୁଡ଼ିକର ରଙ୍ଗ ହଳଦିଆ ଓ ସବୁଜ ମିଶା ହୋଇଥାଏ । ଏହାର ପତ୍ର ମୋଟା ଓ ରବର ପରି ହୋଇଥାଏ ଏହାକୁ ଭାଙ୍ଗିଲେ ଭାଙ୍ଗି ହୁଏନି । ଏହାର ଯତ୍ନ ନେବା ରେ ଅଧିକ ସମୟ ମଧ୍ୟ ଲାଗିନଥାଏ । ସପ୍ତାହରେ କେବଳ 3 ବା 4 ଥର ପାଣି ଦେବା ଆବଶ୍ୟକ ହୋଇଥାଏ । ଏହା ଅଧିକ ଯାଗା ମାଡ଼ି ନଥାଏ ସେଥିପାଇଁ ଏହାକୁ ଅଗଣାରେ ମଧ୍ୟ ଲଗାଇ ପାରିବେ । ଏହାକୁ ଘରର ମୁଖ୍ୟ ଦ୍ଵାରର ଦକ୍ଷିଣ ଦିଗରେ ଲଗାଇବା ଉଚିତ । ଧ୍ୟାନ ଦିଅନ୍ତୁ ଏଥିରେ ଯେମିତି ସୂର୍ଯ୍ୟ କିରଣ ପଡୁଥିବ ।

ଫେଙ୍ଗସୂୟି ଅନୁସାରେ କ୍ରାସୁଲା ପ୍ଲାଣ୍ଟ ଘରେ ସକାରାତ୍ମକ ଉର୍ଜା ଆଣିଥାଏ । ବାସ୍ତୁ ଅନୁସାରେ ଏହା ଘରେ ଧନ ଶାମ୍ବନ୍ଧିତ ସମସ୍ୟାକୁ ଦୂର କରିବା ପାଇଁ ଶୁଭ ହୋଇଥାଏ । ଏହା ଚୁମ୍ବକ ପରି ଆପଣଙ୍କ ଆଡକୁ ପଇସା କୁ ଆକର୍ଷିତ କରିଥାଏ । ଏହି ଗଛ କୁ ଘରେ ଲଗାଇଲେ ପଇସା ରୋଜଗାର କରିବାର ସୁଯୋଗ ମିଳିଥା ଓ ମନ ବି ଖୁସି ରହିଥାଏ । ଘରେ ମଧ୍ୟ ସୁଖଶାନ୍ତି ଭରି ରହିଥାଏ ଓ ଟଙ୍କା ପଇସାର ଅଭାବ ପଡିନଥାଏ । ତେବେ ଯଦି ଆପଣଙ୍କ ଜୀବନରେ ମଧ୍ୟ ଧନ ସମ୍ବନ୍ଧିତ ଏହିଭଳି କିଛି ସମସ୍ୟା ଦେଖା ଦେଉଛି, ତାହେଲେ ଏହି ଗଚରୁ ଗୋଟେ ଆଣି ନିଯନ ଘରେ ଲଗାଇ ତାର ଯତ୍ନ ନିଅନ୍ତୁ ଦେଖିବେ ଧୀରେ ଧୀରେ ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହେବ ।