ଓଡିଶା

ପାରାଦୀପ ବନ୍ଦରରେ ଅଘଟଣ, ଜାହାଜ ଉପରେ ଭାଙ୍ଗି ପଡ଼ିଲା କ୍ରେନ୍

ପାରାଦ୍ୱୀପ: ପାରାଦ୍ୱୀପ ବନ୍ଦରର ମଲ୍ଟି ପରପର୍ସ ବା ଏମପିବି ବର୍ଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ବର୍ଥ ଉପରେ ଥାଇ ଲୋଡିଂ କରୁଥିବା ଏକ ସୋର୍ କ୍ରେନ୍ ଅଧାରୁ ଭାଙ୍ଗି ପଡ଼ି ଜାହାଜ ଉପରେ ପଡ଼ିଛି। ତେବେ ଏହା କ୍ରେନ୍ ର ରୋପ୍ ଛିଡିବା କାରଣ ରୁ କି କ୍ରେନ୍ ର ଡେଣା ଭାଙ୍ଗିବା କାରଣ ରୁ ଏପରି ଘଟିଛି ତାହା ଅସ୍ପଷ୍ଟ ରହିଛି।

ତେବେ ଏହି ଜାହାଜର ନାମ ଏମଭି ଆମନସି ମାକ୍ସିମୁ୍ସ ବୋଲି ଜଣାପଡ଼ିଛି। ଏହା ପ୍ରଥମେ ଡୋଲୋମାଇଟ୍ ଲୋଡ୍ କରି ସାରିବା ପରେ ଲାଇମ୍ ଷ୍ଟୋନ୍ ଲୋଡ୍ କରୁଥିଲା। କିନ୍ତୁ ଏହା ଅତ୍ୟଧିକ ଓଜନ ହୋଇଥିବାରୁ ଏବଂ କ୍ରେନଟି ତାର କ୍ଷମତା ବାହାରେ ଅଧିକ ଲୋଡିଂ କରୁଥିବାରୁ ଏପରି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ତେବେ ଏହି କ୍ରେନ୍ ଟି ଜାହାଜ ଉପରେ ଛିଡି ପଡ଼ିବା ପରେ ଜାହାଜର କର୍ମଚାରୀ ମୃତାହତ ହୋଇଛନ୍ତି କି ନାହିଁ ସେନେଇ କୌଣସି ସୁଚନା ମିଳିନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button