କ୍ରାଇମ

ଗର୍ଭବତୀ ସ୍ତ୍ରୀକୁ ରାସ୍ତାରେ ଛାଡି ଚାଲିଗଲା ସୈତାନ ସ୍ବାମୀ, ଗୁରୁତର ଅବସ୍ଥାରେ ଉଦ୍ଧାର କଲେ ମହିଳା

ଉଦଳା : ସୈତାନ ସ୍ବାମୀ ।  ଗର୍ଭବତୀ ସ୍ତ୍ରୀକୁ ରାସ୍ତାରେ ଛାଡି ଚାଲିଗଲା । ଗୁରୁତର ଅବସ୍ଥାରେ ଗର୍ଭବତୀଙ୍କୁ ଉଦ୍ଧାର କଲେ ମହିଳା । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଦରିପାଳ ଗାଁରେ ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁସାରେ ବାଲେଶ୍ବର ତେନ୍ତୁଳିଆ ଅଞ୍ଚଳର ସୁବ୍ରତ ଦାସ ୫ମାସର ଗର୍ଭବତୀଙ୍କୁ ସ୍ତ୍ରୀଙ୍କୁ ସାଙ୍ଗରେ ନେଇ ଶ୍ବଶୁର ଘର କୁଣ୍ଟଲି ଗାଁକୁ ଯାଇଥିଲେ ।  ହେଲେ ଅଧା ରାସ୍ତାରେ ସ୍ତ୍ରୀକୁ ଏକୁଟିଆ ଛାଡି ଚମ୍ପଟ ମାରିଥିଲେ ସୁବ୍ରତ । ଦୀର୍ଘ ସମୟ ଧରି ଅନ୍ଧାର ରାସ୍ତାରେ ପଡି ରହିଥିବା ବେଳେ ଅବସ୍ଥା ଗୁରୁତର ହୋଇଥିଲା ।  ପରେ ଦରିପାଳ ଗାଁର ସୁମିତ୍ରା ପାଏକ ତାଙ୍କୁ ନିଜ ଘରେ ରଖିବା ସହ ଆମ୍ବୁଲାନ୍ସରେ ହସ୍ପିଟାଲରେ ନେଇଥିଲେ ।  ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।  ସେପଟେ ସ୍ବାମୀକୁ ଆଣି ମେଡିକାଲ ପହଂଚାଇଛନ୍ତି ଦରିପାଳ ଗ୍ରାମବାସୀ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button