ଦେଶ ବିଦେଶ

ଦୂର ଆକାଶରେ ସନ୍ଧ୍ୟା ହେଲେ ଯିଏ ସୁନ୍ଦର ଦିଶେ ଜହ୍ନ ର ରଙ୍ଗ କାହିଁକି କଳା ହୋଇଥାଏ ?

ଜହ୍ନ ରେ ରହିଛି କାହିଁକି ଅସଂଖ୍ଯ ଗାତ ? ଗୋଟିଏ ପରେ ଗୋଟିଏ ରହସ୍ୟ ଖୋଲିବ ରୋଭର ପ୍ରଜ୍ଞାନ । ନୂତନ ବାର୍ତ୍ତା ସନ୍ଧାନରେ ଆଗେଇ ଚାଲିଛି ପ୍ରଜ୍ଞାନ । ହଁ  ଦର୍ଶକ ବନ୍ଧୁ ସୂର୍ଯ୍ୟ ଆକାଶରେ ନଇଁ ଗଲେ ଆକାଶରେ ଆସେ ଜହ୍ନ ମାମୁଁ । ଆଉ ଶୀତଳ କିରଣରେ ପୃଥିବୀ ଆଲୋକିତ ହୋଇଥାଏ । ଛୋଟ ବେଳୁ ଆମେ ଯେଉଁ ଜହ୍ନ କୁ ଦେଖୁଥିଲୁ ସେଠାରେ ଆଜି ଚନ୍ଦ୍ରୟାନ-3 ପହଞ୍ଚି ଯାଇଛି ।

ଲ୍ୟାଣ୍ଡର ବିକ୍ରମ ଠାରୁ ଗତ କାଲି ଅଲଗା ହୋଇଥିବା ବେଳେ ରୋଭର ପ୍ରଜ୍ଞାନ ଜହ୍ନରେ ଚାଲିବା ଆରମ୍ଭ କରି ଦେଇଛି । ଆସନ୍ତା 14 ଦିନ ଧରି ରୋଭର ପ୍ରଜ୍ଞାନ ପୃଥିବୀ ପୃଷ୍ଠରେ ହାଳିବା ସହ ନୂଆ ନୂଆ ତଥ୍ୟ ସଂଗ୍ରହ କରି ଇସ୍ରୋକୁ ପଠାଉଛି । ଚନ୍ଦ୍ରୟାନ-3 ର ମୁଖ୍ୟତଃ 3ଟି ଲକ୍ଷ୍ୟ ଥିଲା ଯଥା ସୁରକ୍ଷିତ ଭାବେ ଚନ୍ଦ୍ରରେ ଲ୍ୟାଣ୍ଡର ବିକ୍ରମର ଅବତରଣ, କଟା ଥିବା ପୃଷ୍ଠରେ ରୋଭର ପ୍ରଜ୍ଞାନର ବିଚରଣ ଓ ବିଭିନ୍ନ ପରୀକ୍ଷା ।

ପ୍ରଥମ 2ଟି ଲକ୍ଷ୍ୟ ପୂରଣ ହୋଇଥିବା ବେଳେ ମୁଖ୍ୟ କାମ ହେଉଛି ଚନ୍ଦ୍ରର ନୂଆ ତଥ୍ୟ ସଂଗ୍ରହ କରିବ । ଚନ୍ଦ୍ରୟାନ ଚନ୍ଦ୍ରରେ କେଉଁ ସ୍ଥାନରେ ଓଲହାଇଛି ଏହା ସମତଳ ସ୍ଥାନ ରହିଛି ଯେଉଁଠି ବଡ ବଡ ଗାତ ରହିଛି । ବିକ୍ରମର ମୁଖ୍ୟ କାରଣ ହେଉଛି ସେଠାରେ ପାଣି ସଂଗ୍ରହ କରିବା । ଯଦି ପାଣି ଥାଇପାରେ ତେବେ ଜୀବନର ସତ୍ତା ଢି ସେଠାରେ ଥାଇପାରେ ବୋଲି ଅନୁମାନ କରାଯାଉଛି ।

ଲ୍ୟାଣ୍ଡର ଯେବେ ଓଲହାଇଲା ସେତେବେଳେ ତାର ଚିହ୍ନ ଜହ୍ନରେ ରହିଥିଲା । କାରଣ ଜହ୍ନରେ ବାୟୁ କି ଜଳ ନାହିଁ । ଯାହା ପାଇଁ ଚନ୍ଦ୍ରରେ କିଛି ପରିବର୍ତ୍ତନ ହୁଏନି । ଏଠାରେ ମଧ୍ୟ କୌଣସି ବାତାବରଣ ନାହିଁ । ଯାହା ଯେମିତି ସବୁବେଳେ ସେମିତି ରହିଥାଏ । ଜଳ, ବାୟୁର କାମ ନାହିଁ କି କୌଣସି ଆଗ୍ନେୟଗିରି ର କାମ ନାହିଁ ।

ଏବେ ବି ମହାକାଶଚାରୀଙ୍କ ପାଦ ଚିହ୍ନ ଲକ୍ଷ ଲକ୍ଷ ବର୍ଷ ହେଲାଣି ରହିଛି । ଯେ ପର୍ଯ୍ୟନ୍ତ ଜହ୍ନ ରହିଛି ସେହି ଚିହ୍ନ ମଧ୍ୟ ରହିଥିବ । ତେବେ କଣ ଆପଣ ଜାଣିଛନ୍ତି କି ଜହ୍ନ ରେ କାହିଁକି କଳା ଦାଗ ରହିଥାଏ । ତେବେ ସୂଚନା ଅନୁଯାୟୀ ବିଂଶ ଶତାବ୍ଦୀ ର ପ୍ରଥମ ଦଶକରେ ଆମେରିକା ଜିକେ କିଲଭର୍ଟ ନିଜର ଅନୁସନ୍ଧାନରୁ ସ୍ପଷ୍ଟ କରିଲେ ଯେ ଜହ୍ନ ରେ ହୋଇଥିବା ଚିହ୍ନ ଆଗ୍ନେୟଗିରି ଦ୍ଵାରା ହୋଇ ନାହିଁ ।

ବରଂ ଉଲକା ପିଣ୍ଡ ଅନ୍ୟ ପିଣ୍ଡ ମାନଙ୍କ ଆଘାତ କାରଣରୁ ଚନ୍ଦ୍ର ରେ ବିରାଟ ଗାତ ମାନ ସୃଷ୍ଟି ହୋଇଛି । ଯାହା ଆମକୁ କଳା ଦାଗ ଭଳି ଜହ୍ନ ରେ ଦେଖାଯାଏ । ଏହାକୁ ଜିକେ କିଲଭର୍ଟ ନିଜ ଅନୁସନ୍ଧାନ ରୁ ସ୍ପଷ୍ଟ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button