ଦେଶ ବିଦେଶ

ଏମିତି ଏକ ଭୟାନକ ଜଙ୍ଗଲ ଯାହା ଭିତରେ ଗଲେ ଲୋକ ହେଇଯାନ୍ତି ଗାୟବ, ଆଶ୍ଚର୍ଯ୍ୟ କରିଦେବ ଏହା ପଛର ରହସ୍ୟ- ଜାଣନ୍ତୁ ସମ୍ପୁର୍ଣ୍ଣ ଘଟଣା

ଏହି ଦୁନିଆରେ କେତେକ ଏମିତି ଜାଗା ଅଛି ଯାହା ବହୁତ ଭଲ ଓ ମନକୁ ଶାନ୍ତି ପ୍ରଦାନ କରିଥାଏ କିନ୍ତୁ କେତକ ଏମିତି ଜାଗା ଅଛି ଯାହା ଲୋକଙ୍କ ପାଇଁ ଭୟଙ୍କର ଅଟେ, ଏମିତି କିଛି ଜାଗା ରୋମାନିୟା ର ଟ୍ରାନ୍ସେଲ୍ବେନୀୟ ପ୍ରାନ୍ତ ରେ ଅଛି । ଏହି ଜାଗାରେ ଏମିତି ଅଜବ ଗଜବ ଘଟଣା ହୋଇଛି ଯାହା ପାଇଁ ସେଠାକୁ ଯିବା ପାଇଁ ଲୋକଙ୍କ ଆତ୍ମା ଡଋ ଯାଏ । ଆସନ୍ତୁ ଜାଣିବା ଏହି ରହସ୍ୟମୟ ଜାଗା ବିଷୟରେ ।

ହୋୟା ବସ୍ୟୁ ଜଙ୍ଗଲ-

‘ହୋୟା ବସ୍ୟୁ’, ଏହା ଦୁନିୟାର ସବୁଠାରୁ ଭୟଙ୍କର ଜଙ୍ଗଲ ମଧ୍ୟ ରେ ଗୋଟେ ବୋଲି କୁହା ଯାଏ, ଏଠାରେ ଘଟିଥିବା ରହସ୍ୟମୟ ଘଟଣା ପାଇଁ ଏହି ଜାଗାକୁ ‘ରୋମାନିୟା ବା ଟ୍ରାନ୍ସଲ୍ବେନିୟା ର ବରମୁଡା ଟ୍ରାଏଙ୍ଗଲ କୁହାଯାଏ । ଏହା କୁଖ୍ୟାତ ଜଙ୍ଗଲ କ୍ଲୁଜ କାଉଣ୍ଟି ରେ ସ୍ଥିତ ଅଟେ, ଯାହା କ୍ଲୁଜ- ନେପୋକା ସହରର ପଶ୍ଚିମ ରେ ଅଟେ ।

ଏହି ଜଙ୍ଗଲ ୭୦୦ଏକର ଜମି ମଧ୍ୟ ରେ ଅଛି, ଏବଂ କୁହାଯାଏ କି କୋଟି କୋଟି ଲୋକ ଏଠାରେ ହଜିଛନ୍ତି । ଏହି ଜଙ୍ଗଲ ଗଛ ଗୁଡିକ ଟେଢା ମେଢା ଓ ଏହାକୁ ଦିନରେ ମଧ୍ୟ ଦେଖିଲେ ଡର ଲାଗେ, ଏହି ଜାଗାକୁ ଲୋକ ୟୁଏଫଓ ଏବଂ ଭୁତମାନଙ୍କ ଜାଗା ବୋଲି କୁହନ୍ତି । ଏହି ଜଙ୍ଗଲ ରେ ଯିବା ପାଇଁ ଲୋକଙ୍କ ଜିଜ୍ଞାସା ସେତେବେଳେ ହେଲା ଯେତେବେଳେ ଏହି ଜଙ୍ଗଲ ରେ ଜଣେ ବ୍ୟକ୍ତି ହଜି ଗଲେ, ଏହା ପରେ ଲୋକମାନେ ଏହି ଜଙ୍ଗଲ ରାହସ୍ୟ ଜାଣିବା ପାଇଁ ଉତେଜିତ ଥିଲେ କିନ୍ତୁ ନିଜ ଜୀବନ ରକ୍ଷା ପାଇଁ କେହି ଗଲେ ନାହିଁ ।

କିଛି ବର୍ଷ ଆଗରୁ କିଛି ଲୋକ ସେହି ଜଙ୍ଗଲ ରେ ବୁଲିବା ପାଇଁ ଆସିଲେ ଓ ହଟାତ ଜ୍ଞାବ ମଧ୍ୟ ହୋଇଗଲେ ଓ ପୁଣି ହଟାତ ଫେରି ଆସିଲେ ଏବଂ  କହିଲେ ଏହି ଜାଗାରେ କାହାର ଶକ୍ତି ଚାଲୁଅଛି ଏବଂ ଅନେକ ପ୍ରକାର ଅସୁବିଧା ଅଛି । 1968ରେ ଏମିଲ ବରନିୟା ନାମକ ଜଣେ ବ୍ୟକ୍ତି ଆକାଶ ରେ ଅଲଗା ପ୍ରକାରର ଅଲୌକିକ ଶରୀର ଦେଖିବାର ଦାବା କରୁଥିଲେ, ଏଠାରେ ବୁଲିବା ପାଇଁ ଆସିଥିବା ପର୍ଯ୍ୟଟକମାନେ ମଧ୍ୟ ଏହି ପ୍ରକାର କଥା କହିଥିଲେ ।

ଏଠାରେ ରହୁଥିବା ଗାଁ ର ଗୋଟେ ଚାଷୀ ଝିଅ ଭୁଲରେ ଦିନ ଏହି ଜଙ୍ଗଲ ରେ ପଳେଇଲା ଓ ଗାୟବ ହୋଇଗଲା, ଲୋକ ଆଶ୍ଚର୍ଯ୍ୟ ସେତେବେଳେ ହେଲେ ଯେତେବେଳେ ସେହି ଝିଅ ପାଞ୍ଚ ବର୍ଷ ପରେ ଫେରି ଆସିଲା କିନ୍ତୁ ସେ ନିଜ ସ୍ମରଣ ଶକ୍ତି ହରାଇ ଦେଇଥିଲା ଓ କିଛି ଦିନ ପରେ ମଧ୍ୟ ତା ମୃତ୍ୟୁ ହୋଇ ଯାଇଥିଲା ଏହି ଘଟଣା ୧୮୭୦ରେ ହୋଇଥିଲା

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button