ଓଡିଶା

ଜୁଆ ଆଡ୍ଡା ଉପରେ ଚଢ଼ାଉ, ୧୧ ଜୁଆଡ଼ି ଗିରଫ

ଟିଟଲାଗଡ଼, ୨୮/୧୦ : ଜୁଆ ଖେଳ ଚାଲିଥିବା ବେଳେ ମାଡ଼ି ବସିଲା ପୋଲିସ। ରବିବାର ବିଳମ୍ବିତ ରାତିରେ ଟିଟିଲାଗଡ ସ୍ଥିତ କୁମୁଡ଼ା ପାହାଡ ପଛପଟେ ଜୁଆ ଆଡ୍ଡା ଉପରେ ପୋଲିସ ରେଡ୍ କରିଛି। ୧୧ ଜୁଆଡିଙ୍କୁ ଗିରଫ କରିବା ସହ ୩୨ ହଜାର ଟଙ୍କା ୨ଟି ବାଇକ୍ ଓ ୬ଟି ମୋବାଇଲ୍ ଫୋନ୍ ଜବତ କରିଛି ପୋଲିସ।

ସୂଚନାନୁଯାୟୀ, ରବିବାର ବିଳମ୍ବିତ ରାତିରେ ଟିଟିଲାଗଡ ସ୍ଥିତ କୁମୁଡ଼ା ପାହାଡ ପଛପଟେ ଜୁଆ ଆଡ୍ଡା ଚାଲିଥିଲା।

ବିଶେଷ ସୂତ୍ରରୁ ଖବର ପାଇ ଟିଟଲାଗଡ଼ ପୋଲିସ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲା। ଚଢାଉ ବେଳେ ୧୧ ଜଣ ଜୁଆଡି ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ନଗଦ ୩୨ ହଜାର ଟଙ୍କା ୨ଟି ବାଇକ୍ ଓ ୬ଟି ମୋବାଇଲ୍ ଫୋନ୍ ଜବତ ହୋଇଛି। ସମସ୍ତ ଅଭିଯୁକ୍ତ ଟିଟଲାଗଡ଼ ସହର ଆଖପାଖ ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କ ନାଁରେ ପୂର୍ବରୁ ମାମଲା ରହିଥିବା ଟିଟିଲାଗଡ଼ ଏସଡିପିଓ କହିଛନ୍ତି। ଏହି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button