ମନୋରଞ୍ଜନ

ସୁଟିଂ କରୁଥିବା ବେଳେ ସୁପରଷ୍ଟାର ବିଗ୍‌ ବି ଅମିତାଭ ବଚ୍ଚନ ଆହତ

ନୂଆଦିଲ୍ଲୀ : ସୁପରଷ୍ଟାର ବିଗ୍‌ ବି ଅମିତାଭ ବଚ୍ଚନ ଆହତ। ଗୋଡ଼ର ଶିରା କଟିଯିବା ପରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି। ଏନେଇ ଖୋଦ୍‌ ବିଗ୍‌ ବି ନିଜର ବ୍ଲଗରେ ସୂଚନା ଦେଇଛନ୍ତି। କେବିସି ସେଟରେ ସୁଟିଂ କରୁଥିବା ବେଳେ ଆହତ ହୋଇଥିଲେ ଅମିତାଭ।

ବ୍ଲଗ୍‌ରେ ଅମିତାଭ ଲେଖିଛନ୍ତି: ବାହାରୁ ବାହାରିଥିବା ଖଣ୍ଡେ ଧାତବ ଟୁକୁଡ଼ା ମୋ ବାମ ଗୋଡ଼ର ଭଣ୍ଡାରେ ବାଜି ଶିର କାଟି ପକାଇଥିଲା। ରକ୍ତସ୍ରାବ ନିୟନ୍ତ୍ରଣ କରି ହେଲାନି। ତେଣୁ, ଡାକ୍ତରଙ୍କୁ ଦେଖାଇ ଅପରେସନ୍‌ ଥିଏଟର୍‌ରେ ‘ଷ୍ଟିଚ୍‌’ (ସିଲାଇ) ପକାଇବାକୁ ପଡ଼ିଲା। ଟିମ୍‌ ଷ୍ଟାଫ୍‌ ଓ ଡାକ୍ତରମାନେ ଠିକଣା ସମୟରେ ସହଯୋଗ କରିଥିଲେ।

ଗୋଡ଼ରେ ଚାପ ନ ପକାଇବାକୁ ଅଥବା ନ ଚାଲିବାକୁ (ଟ୍ରେଡ୍‌ମିଲ୍‌ରେ ମଧ୍ୟ) ଡାକ୍ତରମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି ବୋଲି ସେ କହିଛନ୍ତି।

ସେ କହିଛନ୍ତି, ‘ଠିଆ ହେବା, ଚଳପ୍ରଚଳ କରିବା, ଗୋଡ଼ ଉପରେ ଚାପ ପକାଇବା ଏମିତି କି, ଟ୍ରେଡ୍‌ମିଲ୍‌ରେ ବ୍ୟାୟାମ କରିବାକୁ ବି ଡାକ୍ତରମାନେ ମନା କରିଛନ୍ତି। ବେଳେ ବେଳେ ସଙ୍କଟ ଜୀବସତ୍ତାର ଆନନ୍ଦ ଓ ଦୁଃଖର କାରଣ ହୋଇଥାଏ। କିନ୍ତୁ, ସଙ୍କଟ ଚିରସ୍ଥାୟୀ ନୁହେଁ। ସେ ନଷ୍ଟ ହୋଇଯାଏ କିନ୍ତୁ, ଶରୀର ପ୍ରମୁଖ ସ୍ଥାନରେ ଅଲିଭା ଦାଗ ଛାଡ଼ିଯାଏ, ଯାହା ଲଜ୍ଜାକର । ଏପରି ଅସୁବିଧାରୁ ମୁକ୍ତି ପାଇବାକୁ କିଛି ସମୟ ଲାଗିବ।’

ଏହା ମଧ୍ୟ କହିଛନ୍ତି ବେଳେ ବେଳେ ସଙ୍କଟ ଜୀବସତ୍ତାର ଆନନ୍ଦ ଓ ଦୁଃଖର କାରଣ ହୋଇଥାଏ। କିନ୍ତୁ, ସଙ୍କଟ ଚିରସ୍ଥାୟୀ ନୁହେଁ। ସେ ନଷ୍ଟ ହୋଇଯାଏ କି, ଶରୀର ପ୍ରମୁଖ ସ୍ଥାନରେ ଅଲିଭା ଦାଗ ଛାଡ଼ିଯାଏ, ଯାହା ଲଜ୍ଜାକର ହୋଇଥାଏ। ଏପରି ଅସୁବିଧାରୁ ମୁକ୍ତି ପାଇବାକୁ କିଛି ସମୟ ଲାଗିବ। ଈଶ୍ବର ମୋତେ ସହାୟ ହୁଅନ୍ତୁ।

ସୂଚନାଯୋଗ୍ୟ, ଶନିବାର ଦିନ ଅମିତାଭ ପୋଷ୍ଟ୍ କରିଥିବା ‘କୌନ୍ ବନେଗା କରୋଡ୍‌ପତି’ ସେଟ୍‌ର ଫଟୋରେ ବାମ ଗୋଡ଼ରେ ବ୍ୟାଣ୍ଡେଜ୍ ବନ୍ଧା ହୋଇଥାଇ ସେ ଦୌଡୁଥିବା ଦେଖିବାକୁ ମିଳିଛି।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button