ସ୍ୱାସ୍ଥ୍ୟ

ପ୍ରକୃତିର ଅମୂଲ୍ୟ ବରଦାନ ଅଟେ ଏହି ପତ୍ର, ଯଦି କେଉଁଠି ମିଳିଯାଏ ଛାଡିବେ ନାହିଁ, ଏହାର ଫାଇଦା ବିଷୟରେ ଜାଣିଲେ ବିଶ୍ଵାସ ବି କରି ପାରିବେନି

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ପ୍ରକୃତି ର ଖଜଣା ବହୁତ ମୂଲ୍ୟବାନ ଏବଂ ଅସିମୀତ ଅଟେ । ଏଥିରେ ଏମିତି ସବୁ ବନସ୍ପତି ମିଳିଥାଏ ଯାହା କି ବହୁତ ଚମତ୍କାରି ହୋଇଥାଏ । ଏହି ଚମତ୍କାରି ବନସ୍ପତି ଓ ଗଛ ଲତା ଆମ ଆଖପାଖ ରେ ହିଁ ରହିଥାଏ । କିନ୍ତୁ ଜାଣିବାର ଅଭାବ ଯୋଗୁଁ ଆମେ ଏହାର ଗୁଣ ଓ ମହତ୍ୱ ବିଷୟରେ ଅଜଣା ରହିଥାଉ । ଏହି ଜଡ଼ିବୁଟି ଗୁଡିକ ଆମର ଅନେକ ବ୍ୟବହାର ରେ ଆସିଥାଏ ।ତେବେ ଆଜି ସେହି ଜଡିବୁଟି ବିଷୟରେ ଆସନ୍ତୁ କିଛି ଜାଣିବା ।

ସେହି ଜଡିବୁଟି ମଧ୍ୟ ରୁ ଅନ୍ଯତମ ଆମ୍ବିଳିତି ପତ୍ର ଯାହା ର ପତ୍ର ତିନୋଟି ତିନୋଟି ହୋଇ ଲାଗିକି ରହିଥାଏ । ଏହାକୁ ଅନେକ ନାମ ରେ ଲୋକ ଜାଣିଥାନ୍ତି । କେହିକେହି ଏହାକୁ ଖଟା ମିଠା ଘାସ ବୋଲି କୁହନ୍ତି । ଏହି ଗଛ ପ୍ରାୟ ସବୁ ଜାଗାରେ ହୋଇଥାଏ । ଏବଂ ଏହା ପୁରା ଭାରତ ବର୍ଷରେ ହୋଇଥାଏ । ଏହି ଗଛ ମୂଖ୍ୟତଃ ଘର ବାହାରେ , ଖାଲି ପଡିଆ ରେ , ରାସ୍ତା କଡ ରେ ,ଆଦି ଜାଗା ମାନଙ୍କରେ ହୋଇଥାଏ । ଏହାର ପତ୍ର କୁ ରୋଷେଇ କରି ଖାଇଥାନ୍ତି ।

ଏହାର ପତ୍ର ତିନି ତିନି ଟି ହୋଇ ଲାଗିକି ରହିଥାଏ । ଏହାର ଫୁଲ ର ରଙ୍ଗ ହଳଦିଆ ହୋଇଥାଏ ଏବଂ ଆଉ କେତୋଟି ଗଛ ରେ ଗୋଲାପୀ ରଙ୍ଗ ର ବି ଫୁଲ ହୋଇଥାଏ । ଏଇଥି ପାଇଁ ଏହାକୁ ତିନି ପତ୍ର ଘାସ ବୋଲି ବି କୁହନ୍ତି । ଏହି ଗଛ ରେ ବହୁତ ଗୁଡ଼ିକ ଔଷଧୀୟ ଗୁଣ ମଧ୍ୟ ରହିଥାଏ । ଆଜି ଏହି ଗଛ ର ଫାଇଦା ବିଷୟରେ ଜାଣିବା ।

ଯଦି ଆପଣଙ୍କର ମୁଣ୍ଡବ୍ୟଥା ହେଉଛି ତେବେ ଆପଣ ଏହି ଗଛ ର ପତ୍ର କୁ ଭଲ ଭାବରେ ବାଟି ତାର ଲେପ କୁ ମୁଣ୍ଡ ରେ ଲଗାଇବା ଦ୍ବାରା ଆରାମ ମିଳିଥାଏ । ଯଦି ଆପଣଙ୍କୁ ଥଣ୍ଡା , କାଶ , ହେଉଛି ତେବେ ଏହାକୁ ଭଲଭାବରେ ବାଟି ଏହାର ରସ କୁ ଦୁଇ ବୁନ୍ଦା ପାଣିରେ ପକାଇ ନାକ ରେ ପକାଇବା ଦ୍ବାରା ନିଜକୁ ଆରାମ ଲାଗିଥାଏ । ଯଦି ଛୁଆ ମାନଙ୍କୁ ଭୋକ ହେଉନାହିଁ କିମ୍ବା ତାଙ୍କର ପାଚନ ଶକ୍ତି ଠିକ ସେ ହେଇପାରୁନାହିଁ । ତେବେ ଏହାର ପତ୍ର , ପୋଦିନା , ଏବଂ ଅଦା କୁ ଭଲ ଭାବରେ ବାଟି ତାର ଏକ ଚଟଣୀ ବନାନ୍ତୁ । ଏହି ଚଟଣୀ କୁ ଖାଇବା ଦ୍ବାରା ପିଲା ମାନଙ୍କୁ ଭୋକ ଲାଗିଥାଏ ।

ଯଦି କାହାକୁ ଆଖି ର ସମସ୍ୟା ହୁଏ ତେବେ ସେମାନେ ଏହି ପତ୍ର କୁ ରୋଷେଇ କରି ଖାଇପାରିବେ । ଏହାକୁ ଖାଇବା ଦ୍ଵାରା ଆଖି ଠିକ ହେବା ସହ ପାଚନ କ୍ରିୟା ବି ଭଲ ହୋଇଥାଏ । ମହିଳା ମାନଙ୍କ ପାଇଁ ମଧ୍ୟ ଏହା ଖୁବ ଉପଯୋଗୀ ହୋଇଥାଏ । ଏହା ମହିଳା ମାନଙ୍କର ଋତୁସ୍ରାବ ବହୁତ ହେବାରୁ ରୋକିଥାଏ । ମିଶ୍ରି ସହିତ ଏହି ପତ୍ର କୁ ତିନି ଦିନ ବାଟି ପିଅନ୍ତୁ । ଏହା ବହୁତ ଜଲଦି ହିଁ ତାର ପ୍ରଭାବ ଦେଖାଇଥାଏ ।

ଏହି ପତ୍ର କୁ ରୋଷେଇ କରି ଖାଇବା ଦ୍ବାରା ବହୁତ କିଛି ଉପକାରୀତା ଲାଭ ହୋଇଥାଏ । ଏହା ଛଡ଼ା ଏହି ପତ୍ର କୁ ଗୁଣ୍ଡ କରି ଏହି ଗୁଣ୍ଡ କୁ ପାଣି ରେ ମିଶାଇ ସକାଳେ ରାତି ରେ ପିଇଲେ ବହୁତ କିଛି ଉପକାରୀତା ମିଳିଥାଏ। ଏହା ଛଡ଼ା ଏହି ପତ୍ର ଦାନ୍ତ ପାଇଁ ମଧ୍ୟ ଖୁବ ଉପଯୋଗୀ ହୋଇଥାଏ । ଏହି ପତ୍ର ଚେହେରା କୁ ମଧ୍ୟ ସୁନ୍ଦର କରିଥାଏ । ଏହି ପତ୍ର ସହ ଚନ୍ଦନ କୁ ମିଶାଇ ମୁଁହ ରେ ଲଗାଇବା ଦ୍ବାରା ମୁଁହ ସଫା ଆଉ ସୁନ୍ଦର ହୋଇଥାଏ । ଏହା ସବୁ ପ୍ରକାର ନି -ଶାକୁ ମଧ୍ୟ ଛଡ଼େଇଦେଇ ଥାଏ । ଏହାକୁ ବାଟି ପିଇବା ଦ୍ୱାରା ମଧ୍ୟ ନି -ଶାଦୂର ହୋଇଥାଏ । ତେବେ ବନ୍ଧୁଗଣ ଯଦି ଆପଣଂକର ଏହି ପରି କିଛି ସମସ୍ୟା ଅଛି ତେବେ ଆପଣ ଏହି ପତ୍ର କୁ ବ୍ୟବହାର କରି ପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button