ମନୋରଞ୍ଜନ

ସୁସ୍ଥ ନାହାନ୍ତି କି ସଲମାନ? ଭିଡିଓ ଭାଇରାଲ ହେବା ପରେ ଚିନ୍ତାରେ ପ୍ରଶଂସକ – Utkal Mail


ମୁମ୍ବାଇ: ଚିନ୍ତାରେ ବଲିଉଡର ଟାଇଗର ସଲମାନ ଖାନଙ୍କ ପ୍ରଶଂସକ। ଭିଡିଓ ଭାଇରାଲ ହେବା ପରେ ଆରମ୍ଭ ହେଲା ଚର୍ଚ୍ଚା। ଭିଡିଓରେ ସଲମାନଙ୍କ ମୁହଁ ଫୁଲିଥିବା ଦେଖି ସେ ସୁସ୍ଥ ନଥିବା ତାଙ୍କ ପ୍ରଶଂସକ କହିବା ଆରମ୍ଭ କରିଛନ୍ତି। କିଛି ଦିନ ତ‌ଳେ ସଲମାନଙ୍କ ଆଗାମୀ ଫିଲ୍ମ ଟାଇଗର-୩ର ଟିଜର ରିଲିଜ୍ ହୋଇଥିବା ବେଳେ ଏହା ବ୍ଲକବଷ୍ଟର ହେବ ବୋଲି ଲୋକେ କହିବା ଆରମ୍ଭ କରିଥିଲେ। ଟିଜର ରିଲିଜ୍ ପରେ ଫିଲ୍ମର ରିଲିଜ୍ ପାଇଁ ଦର୍ଶକ ଅପେକ୍ଷା କରିଥିବା ବେଳେ ଏବେ ସଲମାନଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ସଲମାନ ଏକ ବିବାହ କାର୍ଯ୍ୟକ୍ରମରେ ନାଚୁଥିବା କୁହାଯାଉଛି। ତେବେ ଭିଡିଓରେ ନାଚୁଥିବା ବେଳେ ସଲମାନଙ୍କ ମୁହଁ ଫୁଲିଥିବା ଭଳି ଦେଖାଯାଉଥିବା ‌ସହ ସେ କ୍ଲାନ୍ତ ଥିବା ଦେଖାଯାଉଛି। ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି।

ସୟଦ ଇରଫାନ ଅହମଦ ନାମକ ଜଣେ ବ୍ୟବହାରକାରୀ ନିଜ ଏକ୍ସ ଆକାଉଣ୍ଟରେ ସଲମାନଙ୍କ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ଗତକାଲି ରାତିରେ ନୂଆଦିଲ୍ଲୀରେ ଏକ ବିବାହ କାର୍ଯ୍ୟକ୍ରମରେ ସଲମାନ ଖାନ ନାଚୁଥିବାର ଭିଡିଓ।
ସେ ଏତେ କ୍ଳାନ୍ତ ଏବଂ ଅସୁସ୍ଥ ଦେଖାଯାଉଛନ୍ତି। ସେ ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଉଚିତ୍। ତେବେ ସୟଦ ଏହି ଭିଡିଓ ସେୟାର କରିବା ପରେ ଏକ୍ସରେ ଅନେକ ଲୋକେ ମଧ୍ୟ ସଲମାନଙ୍କୁ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button