ବିଚାର

ଚାଣକ୍ୟନୀତି : ସଙ୍କୋଚ ନକରି ସବୁ ସ୍ତ୍ରୀ ପୁରୁଷକୁ ଏହି କାମ କରିବା ଉଚିତ

ପାଟଲିପୁତ୍ର ମହାନ ବିଦ୍ଵାନ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନ୍ୟାୟ ପ୍ରିୟ ଆଚରଣ ପାଇଁ ବହୁତ ପ୍ରସିଦ୍ଧ ଥିଲେ, ଏତେ ବଡ ରାଜ୍ୟ ମନ୍ତ୍ରୀ ହୋଇ ମଧ୍ୟ ସେ ଗୋଟେ ସାଧାରଣ କୂଟିଆ ରେ ବାସ କରୁଥିଲେ, ଚାଣକ୍ୟ ନିଜ ଜୀବନ ଅନୁଭବକୁ ନିଜ ନୀତି ପୁସ୍ତକରେ ସ୍ଥାନ ଦେଇଛନ୍ତି । ଚାଣକ୍ୟନୀତି ଅନୁଯାଇ ସ୍ତ୍ରୀ ପୁରୁଷକୁ ସଙ୍କୋଚ ଛାଡି ଏହି କାମ ଗୁଡିକ କରିବା ଉଚିତ ଅଟେ, ଯଦି ଏହି କାମରେ ସଙ୍କୋଚ କରନ୍ତି ତେବେ ଆପଣ ନିଜ ଜୀବନରେ କେବେ ସଫଳତା ପ୍ରାପ୍ତ କରିବେ ନାହିଁ ।

ତେବେ ଆସନ୍ତୁ ଜାଣିବା କେଉଁ କାମ କଲା ବେଳେ କେବେ ବି ସଙ୍କୋଚ କରିବା ଉଚିତ ନୁହ, ଚାଣକ୍ୟ ନୀତି ଅନୁଯାଇ ୩ଟି କାମ କଲା ବେଳେ ସଙ୍କୋଚ କରିବା ଉଚିତ ନୁହ ।

ଟଙ୍କା ମାଗିଲା ବେଳେ ସଙ୍କୋଚ କରିବା ଉଚିତ ନୁହଁ :

ତେବେ କାହା ଠାରୁ ଧାର ନବା ଉଚିତ ନୁହ, କିନ୍ତୁ ଯଦି ଟଙ୍କା ଦରକାର ପଡେ ତେବେ ଲାଜ କରିବା ଉଚିତ ନୁହ । ବ୍ୟବସାୟ ଓ ବେବହାର ଦବା ନବା ପାଇଁ କେବେ ଲାଜ କରିବା ଉଚିତ ନୁହ, ତେବେ ଟଙ୍କା ଫେରେଇବା ପାଇଁ ଚେଷ୍ଟା କରିବା ଉଚିତ କାହା ଠାରୁ ଟଙ୍କା ଆଣି ରଖିବା ଉଚିତ ନୁହ ।

ଜ୍ଞାନ ପ୍ରାପ୍ତ କରିବା ପାଇଁ :

ଆଚାର୍ଯ୍ୟ ଚାଣକ୍ୟ ଅନୁଯାଇ ଜ୍ଞାନ ପ୍ରାପ୍ତ କରିବା ପାଇଁ କେବେ ଲାଜ କରିବା ଉଚିତ ନୁହ, ଯେଉଁ ବିଦ୍ୟାର୍ଥୀ ଡର ଓ ଲାଜ ପାଇଁ କିଛି ପଚାରି ପାରନ୍ତି ନାହିଁ ସେ ତାଙ୍କ ଜୀବନରେ କେବେ ଆଗକୁ ବଢି ପାରନ୍ତି ନାହିଁ ସେଥିପାଇଁ ଜ୍ଞାନ ପ୍ରାପ୍ତ କରିବା ପାଇଁ ଲାଜ କରିବା ଉଚିତ ନୁହ ।

ଭୋଜନ କଲା ବେଳେ :

ଆଚାର୍ଯ୍ୟ ଚାଣକ୍ୟ ଅନୁଯାଇ ଭୋଜନ କଲା ବେଳେ କେବେ ବି ଲାଜ କରନ୍ତୁ ନାହିଁ, ତାଙ୍କ ଅନୁଯାଇ ଯେଉଁ ଲୋକ ଭୋଜନ କଲା ବେଳେ ଲାଜ କରନ୍ତି ସେ ନିଜ ଜୀବନରେ କୌଣସି କାମ ସଠିକ ଭାବରେ କରି ପାରନ୍ତି ନାହିଁ । ଯେଉଁ ଲୋକ ଲାଜ କରିବ ସେ କେବେ ପେଟପୁରା ଖାଦ୍ୟ ଖାଇ ପାରିବ ନାହିଁ, ଯାହା ପରେ ଲୋକ ଦୁର୍ବଳ ହୋଇ ଥାନ୍ତି ସେଥିପାଇଁ ଖାଇଲା ବେଳେ ଲାଜ କରିବା ଉଚିତ ନୁହ । ତେବେ ଚାଣକ୍ୟ ଏହି ୩ଟି କଥା ବିଷୟରେ କୁହନ୍ତି ଯେ ଲାଜ ବା ସଙ୍କୋଚ କରିବା ଉଚିତ ନୁହ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button